୭୫ତମ ବନମହୋତ୍ସବ ପାଳିତ

0୧ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୂଆଗାଁ :-> ନୟାଗଡ଼ ଜିଲ୍ଲା ମହିପୁର ବନାଞ୍ଚଳ ଅଧୀନରେ ଥିବା ମହିତମା ସେକ୍ସନ ବେଳବଣି ସରଂକ୍ଷିତ ଜଙ୍ଗଲ ମଧ୍ୟରେ ୭୫ତମ ବନମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।ପୃଥିବୀ ପୃଷ୍ଠରେ ଜଳବାୟୁ ପରିବର୍ତନ ହେବାର ମୁଖ୍ୟ ବହୁସଂଖ୍ୟାରେ ବୃକ୍ଷ କମିବା।ପରିବେଶରେ ସନ୍ତୁଳନ ଆଣିବାର ମୁଖ୍ୟ ବୃକ୍ଷ ରୋପଣ ।

ସେଥିପାଇଁ ପ୍ରତେକ ବର୍ଷ ବନ ମହୋତ୍ସବ ବନବିଭାଗ ଆନୁକୂଲ୍ୟରେ ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେଉଛି । ମହୀପୁର ବନାଞ୍ଚଳ ଅଧିକାରୀ ଅମ୍ରିତ କୁମାର ସାହୁ, ବନପାଳ ମୀନକେତନ ନାୟକ, କୋରଡ଼ା ସମିତି ସଭ୍ୟା ପ୍ରଫୁଲ କୁମାର ନାୟକ, ସ୍ଥାୟୀୟ ଗ୍ରାମର ଜନସାଧାରଣ ଉପସ୍ଥିତ ରହିଥିଲେ।ଲିମ୍ବ, କରଞ୍ଜ, ଶିଶୁ, ବାଉଁଶ ଭଳି ବିଭିନ୍ନ ପ୍ରକାରର ୧୬ଶହ ବୃକ୍ଷ ରୋପଣ କରାଯାଇଥିଲା ।

Exit mobile version