0୧ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> କିଛି ବର୍ଷ ହେବ ରାଜ୍ୟରେ ଅବାଧ ତାଳ ଗଛ କଟା ଯାଉଥିବାରୁ ବର୍ତ୍ତମାନ ପରିସ୍ଥିିତିରେ ବଜ୍ରପାତ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଯାହାକୁ ନଜରରେ ରଖି ବନବିଭାଗ ପକ୍ଷରୁ ତାଳ ଗଛ କଟା ଉପରେ କଟକଣା ଲଗାଯାଇଛି ।
ଏନେଇ ପିସିସିଏଫ୍ ଦେବୀଦତ୍ତ ବିଶ୍ଵାଳ କହିଛନ୍ତି ଏଣିକି ଆଉ ମନ ଇଚ୍ଛା କାଟି ପାରିବେନି ତାଳ ଗଛ ।ତାଳ ଗଛ କାଟିବାକୁ ହେଲେ ବନ ବିଭାଗଠୁ ନେବାକୁ ପଡ଼ିବ ଅନୁମତି । ଏମିତିକି ନିଜ ବାଡିର ତାଳ ଗଛ କାଟିବାକୁ ବି ନେବାକୁ ପଡ଼ିବ ଅନୁମତି । ମନଇଚ୍ଛା ତାଳ ଗଛ କାଟିଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।
ସେହିପରି ରାଜ୍ୟରେ ଏ ବର୍ଷ ୧୯ ଲକ୍ଷ ତାଳ ଗଛ ବନବିଭାଗ ପକ୍ଷରୁ ଲଗାଯିବ । ରାଜ୍ୟର ୫୨ଟି ଡିଭିଜନରେ ଥିବା ସମସ୍ତ ଫରେଷ୍ଟ ବ୍ଲକ୍ ବାଉଣ୍ଡରୀ ପିଲାର ଚାରିପାଖରେ ଲାଗିବ ୪ଟି ଲେଖାଏଁ ତାଳ ଗଛ । ସେଥିପାଇଁ SRCଙ୍କ ପକ୍ଷରୁ ସାଢେ ୭ କୋଟି ଟଙ୍କା ଖର୍ଚ୍ଚ ହେବ ।
