ବାଲୁଗାଁରେ ମନ୍ତ୍ରୀ ପୃଥ୍ୱୀରାଜଙ୍କୁ ଅଭିନନ୍ଦନ ଓ ନାଗରିକ ସମ୍ବର୍ଦ୍ଧନା

୩୦ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲୁଗାଁ  :-> ରାଜ୍ୟ ଅବକାରୀ, ପୂର୍ତ୍ତ ଓ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ରବିବାର ବାଲୁଗାଁ ଅଞ୍ଚଳର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଅଭିନନ୍ଦନ ଓ ନାଗରିକ ସମ୍ବର୍ଦ୍ଧନା ଦିଆଯାଇଛି l ଅପରାହ୍ନରେ ମନ୍ତ୍ରୀ ବାଲୁଗାଁରେ ପହଞ୍ଚିବା ପରେ ପ୍ରଥମେ ଶ୍ରୀରାମ ବିହାର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ତାଙ୍କୁ ସ୍ୱାଗତ କରି ପାଛୋଟି ନିଆଯାଇଥିଲା l ଏହା ପରେ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା l ବିଦ୍ୟାଳୟ ସମ୍ପାଦକ ଅତିଥି ପରିଚୟ ଓ ପ୍ରଧାନାଚାର୍ଯ୍ୟ ପ୍ରହଲ୍ଲାଦ ଦାସ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ l

ସଭାପତି ଦୁର୍ଯ୍ୟୋଧନ ସ୍ୱାଇଁ ମୁଖ୍ୟ ଅତିଥି ହରିଚନ୍ଦନ ଙ୍କୁ ଉତ୍ତରୀୟ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ l  ମନ୍ତ୍ରୀ ତାଙ୍କ ଅଭିଭାଷଣ ରେ ବିଦ୍ୟାଳୟ ରେ ପଢ଼ୁଥିବା ଛାତ୍ର ଛାତ୍ରୀ ଙ୍କ ଉତ୍ତୋରୋତ୍ତର ଉନ୍ନତି କାମନା କରିବା ସହ ବିଦ୍ୟାଳୟ ର ସର୍ବାଙ୍ଗୀନ ଉନ୍ନତି ପାଇଁ ଅତି ଶୀଘ୍ର ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରତିଶୃତି ଦେଇଥିଲେ l ଏହି ଅବସରରେ ରାଜ୍ୟ ମେଧାବୃତ୍ତି ରେ ଷଷ୍ଠ ସ୍ଥାନ ଅଧିକାର କରିଥିବା ତୃତୀୟ ଶ୍ରେଣୀ ଛାତ୍ରୀ ପଦ୍ମାଳୟା ପ୍ରଧାନ ଏବଂ ବିଦ୍ୟାଳୟ ଉନ୍ନତି କ୍ଷେତ୍ରରେ ସହଯୋଗ କରିଥିବା ବରିଷ୍ଠ ନାଗରିକ ତଥା ସାମାଜିକ କର୍ମୀ ସୁକାନ୍ତ ବିଶ୍ୱାଳ ଓ ରବୀନ୍ଦ୍ର ଜେନା ଙ୍କୁ ମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ l

ସେହିପରି ବାଲୁଗାଁ ସ୍ଥିତ ଶ୍ରୀ ଶ୍ରୀ ଉମାମହେଶ୍ୱର ବଣିକ ସଙ୍ଘ ପକ୍ଷରୁ ଅନୁରୂପ ଭାବେ ମନ୍ତ୍ରୀ ହରିଚନ୍ଦନଙ୍କୁ ନାଗରିକ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା l ସ୍ଥାନୀୟ ଅଶୋକ ନଗର ସ୍ଥିତ ସଙ୍ଘ ସଭାଗୃହରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ବରିଷ୍ଠ କାର୍ଯ୍ୟକାରୀ ସଦସ୍ୟ ଜଗଦୀଶ ଲାଖଟିଆ ପ୍ରଥମେ ସ୍ୱାଗତ ଅଭିଭାଷଣ ପ୍ରଦାନ କରିବା ପରେ ସଭାପତି ରବିନାରାୟଣ ନାୟକ ଏବଂ ସମ୍ପାଦକ ସରୋଜ ପାତ୍ର ଅନୁଷ୍ଠାନିକ ଭାବେ ମନ୍ତୀ ହରିଚନ୍ଦନଙ୍କୁ ଉପଅଢୌକନ ଓ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରିଥିଲେ l

ଏହି ଅବସରରେ ବାଲୁଗାଁ ଅଞ୍ଚଳର ବିଭିନ୍ନ ସମସ୍ୟା ସମ୍ପର୍କରେ ସଂଘର ସଦସ୍ୟ ମାନେ ମନ୍ତ୍ରୀଙ୍କ ଆଗରେ ଉପସ୍ଥାପନା କରିଥିଲେ l ମନ୍ତ୍ରୀ ହରିଚନ୍ଦନ ଖୁବ ଶୀଘ୍ର ସମସ୍ୟା ଦୂରୀକରଣ ଦିଗରେ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେବା ସହ ନିର୍ବାଚନ ରେ ସହଯୋଗ କରିଥିବାରୁ ଅଞ୍ଚଳବାସୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

 

Exit mobile version