ଆଜି ଢେଙ୍କାନାଳ ଜିଲ୍ଲାରେ ୩୬ ପଜିଟିଭ୍ ଚିହ୍ନଟ ଓ ୪୭ ଜଣ ସୁସ୍ଥ

ଓଡିଶା ତାଜା ନ୍ୟୁଜ୍ (୦୮ ଅଗଷ୍ଟ ଶନିବାର) ଢେଙ୍କାନାଳ :- ଜିଲ୍ଲାରେ ଆଜି ଆଉ ୩୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଓଡ଼ାପଡ଼ା ବ୍ଲକରୁ ୨୪ ଜଣ, ଗନ୍ଦିଆ ବ୍ଲକରୁ ୫ ଜଣ, ଢେଙ୍କାନାଳ ପୌରାଞ୍ଚଳରୁ ୫ ଜଣ ଏବଂ ସଦର ବ୍ଲକ ଓ ଭୁବନ ଏନ୍.ଏ.ସି.ରୁ ଜଣେ ଲେଖାଏଁ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ଓଡ଼ାପଡ଼ା ବ୍ଲକର ୨୪ ଜଣଙ୍କ ମଧ୍ୟରୁ ଗୁଣ୍ଡିଚା ପଡାରୁ ୧୩ ଜଣ,ନାଧେରାରୁ ୮ ଜଣ, କାଉଁରିଆ ପାଳ, ଗୋବିନ୍ଦ ପ୍ରସାଦ ଓ ଓଡ଼ାପଡ଼ାରୁ ଜଣେ ଲେଖାଏଁ ଚିହ୍ନଟ ହୋଇଥିବାବେଳେ ଗନ୍ଦିଆ ବ୍ଲକର ମନ୍ଦାରରୁ ୨ ଜଣ,ମହୁଲ ଖୋଲି, ଲତା ବାଇସିଆଁ ଓ ଭଲଭରୁ ଜଣେ ଲେଖାଏଁ ଏବଂ ଢେଙ୍କାନାଳ ପୌରାଞ୍ଚଳର ସଂଗରୋଧ କେନ୍ଦ୍ରରୁ ୨ ଜଣ, ଦକ୍ଷିଣକାଳୀ ଅଂଚଳରୁ ୨ ଜଣ ଓ ପୋଲିସ ଲାଇନରୁ ଜଣେ ଚିହ୍ନଟ ହୋଇଛନ୍ତି। ସେହିପରି ସଦର ବ୍ଲକ ବେଗୁନିଆ ପାଳରୁ ଜଣେ ଏବଂ ଭୁବନ ବ୍ଲକ ଏନ୍ ଏ ସି ର ୱାର୍ଡ ନଂ – ୯ ରୁ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣ ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ବେଳେ ୨୫ ଜଣ ହୋମ୍ କ୍ଵାରେଣ୍ଟାଇନରୁ, ୭ ଜଣ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଆଣ୍ଟିଜେନ୍ ଟେଷ୍ଟ୍ ଦ୍ବାରା ଚିହ୍ନଟ ହୋଇଛନ୍ତି ଏବଂ ଅନ୍ୟ ଜଣକ ଏସ୍ ସି ବି ମେଡିକାଲ କଲେଜରେ ଚିହ୍ନଟ ହୋଇ ସେଠାରେ ଚିକିତ୍ସାଧୀନ ଅଛନ୍ତି। ଓଡ଼ାପଡ଼ା ବ୍ଲକର ୨୪ ଜଣ କରୋନା ଆକ୍ରାନ୍ତ ପୂର୍ବରୁ ଚିହ୍ନଟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବାରୁ କଣ୍ଟ୍ରାକ୍ଟ ଟ୍ରେସିଂଙ୍ଗ୍ ଦ୍ଵାରା ପରୀକ୍ଷା ପରେ ଜଣାପଡିଛି। ସମସ୍ତ ଆକ୍ରାନ୍ତଙ୍କୁ ଜିଲ୍ଲା କୋଭିଡ୍ ହସ୍ପିଟାଲକୁ ପଠାଯାଇଛି। ସେମାନେ ରହୁଥିବା ସଂଲଗ୍ନ ଅଞ୍ଚଳକୁ ବିଶୋଧନ କରାଯାଇଛି ।

ଚିକିତ୍ସା ପରେ ଜିଲ୍ଲାରେ ଆଜି ଆଉ ୪୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆଜିସୁଦ୍ଧା ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୫୨୯ ରେ ପହଞ୍ଚିଛି।୩୧୭ ଜଣ ସୁସ୍ଥ ହୋଇଥିବାବେଳେ ୨୧୨ ଜଣ ଆକ୍ରାନ୍ତ ବର୍ତ୍ତମାନ ସୁଦ୍ଧା ଚିକିତ୍ସାଧୀନ ଅଛନ୍ତି । (ରିପୋର୍ଟ/ଅମର ରଞ୍ଜନ ଦାସ,ଢେଙ୍କାନାଳ)

Exit mobile version