ତିନି ରଥ ରେ ଲାଗିଲା କନକମୁଣ୍ଡି : ବେଦୀ ରେ ପଟା ପଡିଲା

୩୦ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ  :->  ସବୁଦିନ ପରି ଆଜି ସକାଳ ଘ.୮.୦୦ ଟିକା ସମୟରେ ନିର୍ମାଣକାରୀ ସେବକ ମାନେ ରଥଖଳା ଠାରେ ଉପସ୍ଥିତ ପୂର୍ବକ ଉପସ୍ଥାନ ଦେଇ ମୁଖ୍ୟ ମହାରଣାଙ୍କ ମାର୍ଗ ଦର୍ଶନରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ।

ରଥ ନିର୍ମାଣ ଅଗ୍ରଗତି

(ଗତକାଲି ତିନି ରଥର ପ୍ରଭା ନିର୍ମାଣ ଶେଷ ହେବା ସହ ତିନିରଥ ର ଦୁଆର ବେଢ଼ା ଗୁଡ଼ିକର ନିର୍ମାଣ କାର୍ଯ୍ୟ ସମ୍ପନ୍ନ ହୋଇ ଥିଲା ଏଥିସହ ତିନିରଥ ର ନାଟଗୋଡ ଗୁଡିକରେ ରୂପ ଖୋଦେଇ ମଧ୍ୟ ଶେଷ ହୋଇଥିଲା..)

ତିନି ରଥରେ ବସିଲା କନକମୁଣ୍ଡି

ତିନି ରଥର ବେଦୀ ସିଂହାସନ ସମେତ ବେଦୀ ଚତୁର୍ପାର୍ଶ୍ୱରେ ଚାରି କୋଣକୁ ଛାଡି ପଟା ପଡ଼ିବା ସମ୍ପୂର୍ଣ୍ଣ ହୋଇଛି।
ଏଥିସହ ଆଜି ସିଂହାସନ ବେଦୀ ଉପରେ ପ୍ରଥମ ଭୂଇଁ ଉପର ମଧ୍ୟ ଭାଗରେ ‘ କନକ ମୁଣ୍ଡି ‘ ବସି,କନକ ମୁଣ୍ଡି ରୁ ୪ଗୋଟି କାଣ୍ଡ ଏବଂ ୨୦ ଗୋଟି ରୁଅ ଗମ୍ବୁଜ କାର ଭାବେ ସେଟିଙ୍ଗ କରାଯାଇଛି

(ସେଥିରେ ପିତଳ ଚଦର ଆବରଣ ବର୍ଷା ପାଣି ନପଡ଼ିବା ପାଇଁ ଫିଟିଙ୍ଗ କରାଯିବ)
ତିନି ରଥର ବିଜେ ଚକା ନିର୍ମାଣ ଶେଷ ପର୍ଯ୍ୟାୟରେ ଆଜି ତିନି ରଥର ମହାରଣା ସେବକ ମାନେ ତିନି ରଥ ରେ ସ୍ଥାପନ ପାଇଁ ଗୋଟିଏ ଗୋଟିଏ ବିଜେ ଚକା ର ଗୋଲାକାର କଟିଙ୍ଗ ଶେଷ କରି ରଞ୍ଜାମରା କାର୍ଯ୍ୟ ବାକି ରହିଛି।

ତିନି ରଥର ସାଙ୍ଗି ନିର୍ମାଣ ଶେଷ

ଆଜି ମହାରଣା ସେବକ ମାନେ ତିନି ରଥର ଦୁଇଟି ଲେଖାଏଁ ୨୦ ଫୁଟିଆ ସାଙ୍ଗୀ ନିର୍ମାଣ ଶେଷ କରିଛନ୍ତି। ଏହି ସାଂଗୀ ଦ୍ଵାରା ରଥ ଦଉଡ଼ି ଠାରୁ ଆରମ୍ଭ କରି ଆବଶ୍ୟକ ଜିନି ସାତ ରଥ ନିକଟକୁ ନେବା ଆଣିବାରେ ସହାୟକ ଦୃଷ୍ଟିରୁ ଏହା ଭୋଇ ସେବକ ମାନଙ୍କ ପାଇଁ ନିର୍ମାଣ କରାଯାଇଛି।

*ତିନି ରଥ ସାରଥି ଙ୍କ ମରାମତି କାର୍ଯ୍ୟ ରୂପକାର ସେବକ ମାନେ ଆଜି ଶେଷ କରିଛନ୍ତି , ଜଏଣ୍ଟ ସ୍ଥାନ ଗୁଡିକରେ ଯଥା ଅଣ୍ଟା, କାନ୍ଧ,ହାତ କହୁଣି ଇତ୍ୟାଦି ସ୍ଥାନରେ କଣ୍ଟା, ବାଗିଆ କଣ୍ଟା ବସାଇ ଏହି ମରାମତି କାର୍ଯ୍ୟ ସେ ଶେଷ କରିବା ପରେ, ଚିତ୍ରକାର ସେବକ ମାନେ ସାରଥି ମାନଙ୍କ ରଙ୍ଗ କାର୍ଯ୍ୟ ଆରମ୍ଭ କରିଛନ୍ତି।

*ଦରଜୀ ସେବକ ମାନେ ତିନି ରଥର ୧୨ ଗୋଟି ଦୁଆର ବେଢ଼ା ପାଇଁ କଟିଙ୍ଗ କନାରେ ଜାରୀ ଲେସ, ଚାନ୍ଦି ଜରୀ ରେ ଫୁଲ ଡାଳି ପକାଇ ଦୁଆର ବେଢ଼ା କନା କାମ ଶେଷ ପରେ, ଛନ୍ଦ୍ର ଶାଳୀ, ଅଁଳା ଶ୍ରୀ ରେ ଲେସ ଫୁଲ ପଡ଼ି ହାତ ସିଲାଇ କାର୍ଯ୍ୟ ଜାରୀ ରହିଛି।

*ଚିତ୍ରକାର ସେବକ ମାନେ ଆଜି ଦୁଆର ବେଢ଼ା ଗୁଡିକରେ ଚିତ୍ରକାର୍ଯ୍ୟ ଶେଷ କରିବା ସହ, ରଥ ବାହ୍ୟ ଅଂଶ ଏବଂ ପାର୍ଶ୍ଵ ଦେବ ଦେବୀ, ନାଟ ଗୋଡ ଇତ୍ୟାଦିରେ ଚିତ୍ର ରଙ୍ଗ କାର୍ଯ୍ୟ ଜାରୀ ରଖିଛନ୍ତି।

*ଦୋଳ ବେଦୀ ଅସ୍ଥାୟୀ କମାର ଶାଳରେ ଓଝା ସେବକ ମାନେ ତିନି ରଥର ପ୍ରଭା କଣ୍ଟା, ସିଂହାସନ ଗଣ୍ଠି କଣ୍ଟା ଏବଂ ଧ୍ଵଜ ବତା କଣ୍ଟା ନିର୍ମାଣ ଜାରୀରଖିଛନ୍ତି ।

ତା୩୦.୬.୨୦୨୪,ରବିବାର ରଥଖଳା :

ରଥ ନିର୍ମାଣ କାର୍ଯ୍ୟ ୫୧ ତମ ଦିବସ ରଥ ନିର୍ମାଣକାରୀଙ୍କ ଉପସ୍ଥାନ *ତିନି ରଥ ମହାରଣା ସେବକ – ୭୮ *ତିନି ରଥ ଭୋଇ ସେବକ – ୭୭ *ତିନି ରଥ କରତୀ ସେବକ – ୪ *ତିନି ରଥ କମାର ସେବକ – ୧୭ *ତିନି ରଥ ରୂପକାର ସେବକ – ୨୧ *ତିନି ରଥ ଚିତ୍ରକାର ସେବକ – ୪୦ *ତୁମ୍ବ ବିନ୍ଧ କାରୀଗର – ୨ *ପାହି ମହାରଣା – ୨ *ରଥଖଳା ସହାୟକ(ପାଣିବାଲା) ୧ ମୋଟ – ୨୪୨ ଜଣ.

Dt.30.06.2024
HUNDI COLLECTION
CASH: Rs. 1,55,627/-
Gold :- 27 gm 700 mg
Silver :- Nil

 (ଦେବୀ ପ୍ରସନ୍ନ ଗାଙ୍ଗୁଲି, ଫଟୋ ସାମ୍ବାଦିକ, ପୁରୀ)

Exit mobile version