Home ଓଡ଼ିଶା ଜୁଲାଇ ୨୧ ତାରିଖରେ ଝାରସୁଗୁଡ଼ାରେ ଏସୟୁଜେ ଓଡ଼ିଶାର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଏବଂ ପଶ୍ଚିମ ଓଡିଶା ସମାବେଶ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୩୦ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା-ଜଟଣୀ :-> ଆସନ୍ତା ଜୁଲାଇ ୨୧ ତାରିଖ ରବିବାର ଦିନ ଏସୟୁଜେ ଓଡ଼ିଶା ଝାରସୁଗୁଡ଼ା ଜିଲ୍ଲା ଶାଖାର ଆୟୋଜନ କ୍ରମେ ପଶ୍ଚିମାଞ୍ଚଳ ସମାବେଶ ଏବଂ ରାଜ୍ୟ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ। ଏହି ଉପଲକ୍ଷେ ଆଜି ଝାରସୁଗୁଡ଼ା ଜିଲ୍ଲା ସଂସ୍କୃତି ଭବନ ସମ୍ମୀଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ରାଜ୍ୟ ସଭାପତି କୈଳାଶ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତା କ୍ରମେ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲା ସଭାପତି ସୁବାଷ ଚନ୍ଦ୍ର ପ୍ରଧାନଙ୍କ ପ୍ରାରମ୍ଭିକ ସୂଚନା ପରେ ମଂଚାସୀନ ରାଜ୍ୟ ସ୍ଵତନ୍ତ୍ର ଟ୍ରିବ୍ୟୁନାଲ ଅଧ୍ୟକ୍ଷ ସନ୍ତୋଷ କୁମାର ମିଶ୍ର, ରାଜ୍ୟ ଉପସଭାପତି କୀର୍ତ୍ତି ଚନ୍ଦ୍ର ସାହୁ ଓ ମେହେବୁବ ମହତାବ, ଜାତୀୟ କାର୍ଯ୍ୟକାରିଣୀ ସ୍ଵତନ୍ତ୍ର ନିମନ୍ତ୍ରିତ ସଭ୍ୟ ଗଗନ କୁମାର ଶର୍ମା, ରାଜ୍ୟ ସମ୍ପାଦକ ମହେନ୍ଦ୍ର କୁମାର ଦର୍ଜୀ ଓ ଜିଲ୍ଲା ପର୍ଯ୍ୟବେକ୍ଷକ ରାଜ୍ୟ ସମ୍ପାଦକ ଶଶାଙ୍କ ଶେଖର ଝାଙ୍କର ପ୍ରମୁଖ ବକ୍ତବ୍ୟ ରଖି ଉସ୍ଥବର ସଫଳତା ପାଇଁ ବିଭିନ୍ନ ପ୍ରସ୍ତାବ ଓ ପରାମର୍ଶ ମାନ ରଖିଥିଲେ । କାର୍ଯ୍ୟ ବ୍ୟସ୍ତତା କାରଣରୁ ବୈଠକରେ ଯୋଗ ଦେଇ ପାରିନଥିବା ରାଜ୍ୟ ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ପାଢୀ ଙ୍କ ସହିତ ସଭାପତି ଶ୍ରୀ ନାୟକ ଓ ଅନ୍ୟ ମାନେ ଆଲୋଚନା କରିଥିଲେ । ଶ୍ରୀ ପାଢ଼ୀ ନୂଆଦିଲ୍ଲୀ ଯାଇ ସେଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ନେତୃ ମଣ୍ଡଳୀଙ୍କୁ ସାକ୍ଷାତ କରି ଏସୟୁଜେ ଓଡ଼ିଶାର ଦାବି ପତ୍ର ପ୍ରଦାନ ସହ ସାମ୍ବାଦିକ ମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିବାରୁ ବୈଠକରେ ପ୍ରଶଂସା କରାଯାଇଥିଲା । ଉପସ୍ଥିତ ଜିଲ୍ଲାର ସମସ୍ତ ସଭ୍ୟ ମାନେ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଶେଷରେ ଜିଲ୍ଲା ସାଧାରଣ ସମ୍ପାଦକ ସନ୍ତୋଷ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ପରମାନନ୍ଦ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ପ୍ରୀତମ ରଞ୍ଜନ ସ୍ୱାଇଁଙ୍କୁ ନେଇ ଚର୍ଚ୍ଚା by Proprietor Abhimanyu Maharana October 14, 2026 ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ୨୦୨୬ ଅନୁଷ୍ଠିତ ହୋଇଛି by Proprietor Abhimanyu Maharana October 14, 2026 ଜନ ଅଭିଯୋଗ ଶୁଣାଣି ପରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ପରିଦର୍ଶନ କଲେ ସୂଚିତ ଜାତି ଓ ଜନଜାତି ଉଚ୍ଚ ବିଦ୍ୟାଳୟ by Proprietor Abhimanyu Maharana October 14, 2026 ସୁରଭି ମଞ୍ଚରେ ଝଲସିଲା ଛାତ୍ରଛାତ୍ରୀଙ୍କ ପ୍ରତିଭା : ୪ଟି ବର୍ଗରେ ୩୬ ପ୍ରତିଯୋଗିତା ଆୟୋଜିତ by Proprietor Abhimanyu Maharana October 13, 2026 ଚୋରି ଓ ଅପରାଧର ଖିଅ ଖୋଜିବ ସିସିଟିଭି ! by Proprietor Abhimanyu Maharana October 13, 2026 କନ୍ଧମାଳଜିଲ୍ଲା ସ୍ତରୀୟ ୨ୟ ଚେସ ଖେଳ ପ୍ରତିଯୋଗିତା by Proprietor Abhimanyu Maharana October 13, 2026