ଗଜପତି ଜିଲ୍ଲାରେ ସଂକ୍ରମଣକୁ ନିୟନ୍ତ୍ରଣ କୁ ଆଣିବା ପାଇଁ ଆଣ୍ଟିଜେଣ୍ଟ କିଟ୍ ମାଧ୍ୟମରେ ଅଧିକ ସଂଖ୍ୟକ ପରୀକ୍ଷା ଚାଲିଛି

ଓଡିଶା ତାଜା ନ୍ୟୁଜ୍ (୦୮ ଅଗଷ୍ଟ ଶନିବାର) ପାରଳଖେମୁଣ୍ଡି :- ଗଜପତି ଜିଲ୍ଲାରେ କୋରନା ସଙ୍କ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ଅଧିକ ସଂଖ୍ୟକ ପରିକ୍ଷା କରାଯାଉଥିବା ବେଳେ ପାରଳାଖେମୁଣ୍ଡି ସହରରେ ପ୍ରତେକ ୱାର୍ଡ଼ରେ ଥଣ୍ଡା ଜ୍ବର ଚିକିତ୍ସା କେନ୍ଦ୍ର ଖୋଲାଯାଇ ଜ୍ବର ଚିକିତ୍ସା ସେବା ଯୋଗାଇ ଦେବା ସହ କୋରନା ଲକ୍ଷଣଥିବା ଲୋକଙ୍କୁ ଚିହ୍ନଟ କରି ସେମାନଙ୍କର ଆଣ୍ଟିଜେଣ୍ଟ କିଟ ମାଧ୍ୟମରେ କୋରନା ପରିକ୍ଷା କରାଯାଉଛି । ତେଣୁ ଅଧୀକ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ତେବେ ଦୀର୍ଘ ଦିନର ବ୍ୟବଧାନ ପରେ ସାଧାରଣ ଲୋକ ସ୍ୱଇଛାରେ ନିଜେ ନିଜେ ଯାଇ କୋଭିଡ ପରିକ୍ଷା କରାଉଥିବା ଦେଖିବାକୁ ମିଳିଛି ।

ଲମ୍ବା ଧାଡିରେ ଛିଡା ହୋଇ ଅପେକ୍ଷା କୋଭିଡ ପରିକ୍ଷା କରୁଛନ୍ତି ସାଧାରଣ ଲୋକ । ଭିଡକୁ ନଜରରେ ରଖି ଅଧିକ ସଂଖ୍ୟକ ପରିକ୍ଷା ନିମନ୍ତେ ଆଉ ଗୋଟିଏ କେନ୍ଦ୍ର ଆରମ୍ଭ କରିଛି ପ୍ରଶାସନ। ପୁର୍ବରୁ କେବଳ ବିଜୁକଲ୍ୟାଣ ମଣ୍ଡପରେ ଆଣ୍ଟିଜେଣ୍ଟ କିଟ ମାଧ୍ୟମରେ କୋରନା ପରିକ୍ଷା କରାଯାଉଥିବା ବେଳେ ଏବେ RMC ପରିସରରେ ମଧ୍ୟ ପରିକ୍ଷା କରାଯାଉଛି । ପୁର୍ବରୁ ସଚେତନତା ଅଭାବରୁ ତଥ୍ୟ ଲୁଚାଇବା ଫଳରେ ସଙ୍କ୍ରମିତ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଥିବା ବେଳେ ଏବେ ନିଜେ ପରିକ୍ଷା ପାଇଁ ଲମ୍ବା ଲାଇନରେ ଅପେକ୍ଷା କରି ରହିଥିବା ଦେଖିବାକୁ ମିଳିଛି । (ରିପୋର୍ଟ-ଗରୁଡ଼ ଧ୍ଵଜ ଚୌଧୁରୀ)

Exit mobile version