Home ଓଡ଼ିଶା ଦଶପଲ୍ଲା ରେ “ଡ୍ୟାନ୍ସ ନୟାଗଡ ଡ୍ୟାନ୍ସ” ଅଡିସନ୍ ଅନୁଷ୍ଠିତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୩୦ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା :-> ନୟାଗଡ ର ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ପରିଷଦ ସୃଜନିକା ପକ୍ଷରୁ ଆଜି ପୂର୍ବାହ୍ନ ୧୦ ଘଣ୍ଟା ସମୟରେ ସ୍ଥାନୀୟ ସୀତାରାମ ୟୁଥ୍ କ୍ଳବ୍ ରେ “ନୟାଗଡ ଡ୍ୟାନ୍ସ ନୟାଗଡ” ର ଅଡିସନ୍ ଅନୁଷ୍ଠିତ ହୋଇଯାଇଛି । ଏହାକୁ ଦଶପଲ୍ଲା ବ୍ଲକ୍ ର ଅଧ୍ୟକ୍ଷା ସୁନନ୍ଦା ସାହୁ ଉଦଘାଟନ କରିଥିବା ବେଳେ ଇଂ ପୁନମ୍ ପ୍ରିୟଦର୍ଶିନୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ କ୍ଲବ୍ ର ସଭାପତି ସୁଜିତ୍ କୁମାର ପ୍ରଧାନ ଓ ସମାଜସେବୀ ଦାମୋଦର ସାହୁ ଶିକ୍ଷକ ବିଘ୍ନେଶ୍ୱର ବେହେରା ଓ ରଘୁନାଥ ସାହୁ ଯୋଗ ଦେଇଥିଲେ। ଅତିଥି ମାନେ ପିଲାମାନଙ୍କ ର ପ୍ରତିଭା ର ବିକାଶ ନିମିତ୍ତ କିପରି ଏହିପରି କିଛି ଅନୁଷ୍ଠାନ କାର୍ଯ୍ୟ କରୁଛନ୍ତି ସେ ବିଷୟରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ମୋଟ ୨୩ ଜଣ ପ୍ରତିଯୋଗୀ ଏହି ପ୍ରତିଯୋଗିତା ରେ ଅଂଶଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରୁ ସୋନାଲି ମିଶ୍ର, ଅମ୍ରିତା ସ୍ନେହା ଶ୍ରଦ୍ଧା, ସୌମ୍ୟାଶ୍ରୀ ବେହେରା, ଆର୍ଯ୍ୟଗ୍ରନ୍ଥ ଶତପଥୀ, ସୁଚିସ୍ମିତା ମହାନ୍ତି, ଆଦ୍ୟାଶା ପ୍ରିୟଦର୍ଶିନୀ ସେମି ଫାଇନାଲ କୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଆସନ୍ତା ସେପ୍ଟେମ୍ବର ମାସ ୮ ତାରିଖ ରେ ନୟାଗଡ ସଦର ମହକୁମା ଠାରେ ଏହାର ସେମି ଫାଇନାଲ ପ୍ରତିଯୋଗିତା ଅନୁଷ୍ଠିତ ହେବ । ସୃଜନିକା ର ସଭାପତି ପ୍ରଧାନୀ ବୃନ୍ଦାବନ ମହାପାତ୍ର, ଉପସଭାପତି ଅଧ୍ୟାପିକା ନିଳୀମା ନନ୍ଦ,ଓ ଟ୍ରଷ୍ଟି ଦେବେନ୍ଦ୍ର ପ୍ରସାଦ ପରମଗୁରୁ କାର୍ଯ୍ୟକ୍ରମ ସମ୍ପର୍କ ରେ ସୂଚନା ପ୍ରଦାନ କରିଥିଲେ । ଗୋପୀନାଥ ସେଠୀ,ପ୍ରଧନୀ ବୃନ୍ଦାବନ ମହାପାତ୍ର ଓ ଦେବେନ୍ଦ୍ର ପ୍ରସାଦ ପରମଗୁରୁ ବିଚାରକ ଭାବେ ଉପସ୍ଥିତ ଥିଲେ । ପରିଷଦ ର ସଚିବ ଡ଼. ନିର୍ମଳ ଚନ୍ଦ୍ର ଶୂରଦେଓ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ । Categories: ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍ Related Content ତ୍ରିବେଣୀ କଳାକାର ସଂଘର ତୃତୀୟ ବର୍ଷ ନୁଆଁଖାଇ ଭେଟ ଘାଟ ୨୦୨୬ by Proprietor Abhimanyu Maharana October 8, 2026 ପୁରୀ ରେ ଦୁର୍ଗାପୂଜା ଓ ଭସାଣି ପ୍ରସ୍ତୁତି ବୈଠକ ଅନୁଷ୍ଠିତ by Proprietor Abhimanyu Maharana October 8, 2026 ସବରେଜିଷ୍ଟର ଅଫିସ ସମ୍ମୁଖ ବରଗଛ ଡାଳ ଭାଙ୍ଗିଲା ଅଳ୍ପକେ ରକ୍ଷାପାଇଲେ ଓକିଲ, ମୋହରିର ଓ ଷ୍ଟାମ୍ପ ଭେଣ୍ଡର by Proprietor Abhimanyu Maharana October 8, 2026 ଓଡ଼ିଶା ନିର୍ମାଣ ଶ୍ରମିକ ସଂଘର ରାଜ୍ୟ ସମ୍ମିଳନୀ ରେ ନିର୍ମାଣ ଶ୍ରମିକଙ୍କୁ ମାସିକ ପେନସନ ଦାବୀ by Proprietor Abhimanyu Maharana October 8, 2026 ଓଡ଼ିଶା ବନ୍ଦ ପାଇଁ ଇଣ୍ଡିଆ ମେଣ୍ଟ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ by Proprietor Abhimanyu Maharana October 8, 2026 ଅଶାନ୍ତ ବ୍ରହ୍ମଗିରି ଗୁଳିମାଡରେ ଯୁବକ ଗୁରୁତର ଭୁବନେଶ୍ୱର ହସ୍ପିଟାଲକୁ ସ୍ଥାନାନ୍ତର by Proprietor Abhimanyu Maharana October 8, 2026