Home ଓଡ଼ିଶା କାଶୀନଗର ବ୍ଲକ କେ.ସୀତାପୁର ଗ୍ରାମର ବସ୍ଷ୍ଟପରୁ ଅଜଣା ମୃତଦେହ ଉଦ୍ଧାର by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୩୦ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପାରଳାଖେମୁଣ୍ଡି :-> ଗଜପତି ଜିଲ୍ଲା କାଶୀନଗର ଥାନା କେ.ସୀତାପୁର ଗ୍ରାମ ନିକଟରେ ଥିବା ଲକ୍ଷ୍ମୀ ବସଷ୍ଟପରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ସୂଚନା ମୁତାବକ କିଛି ଲୋକ ବସଷ୍ଟାଣ୍ଡ ନିକଟକୁ ଯାଇଥିବାବେଳେ ସେଠାରେ କେହି ଜଣେ ପଡ଼ି ରହିଥିବା ଦେଖ୍ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ I ପରେ ସ୍ଥାନୀୟ ସରପଞ୍ଚ ତେଜେଶ୍ବରଙ୍କ ଉପସ୍ଥିତିରେ ମୃତଦେହକୁ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା । ମୃତ ବ୍ୟକ୍ତି ଜଣକ ମାନସିକ ଭିନ୍ନକ୍ଷମ ବ୍ୟକ୍ତି ବୋଲି ଅନୁମାନ କରାଯାଉଥିବା ବେଳେ କିଛି ଦିନ ହେଲା ସ୍ଥାନୀୟ ଅଞ୍ଚଳରେ ବୁଲୁଥିବା ଗ୍ରାମବାସୀ କହିଛନ୍ତି । ବ୍ୟବଚ୍ଛେଦ ପରେ ୭୨ଘଣ୍ଟା ପର୍ଯ୍ୟନ୍ତ ମୃତଦେହକୁ ରଖ୍ ଆଖପାଖ ଅଞ୍ଚଳକୁ ତଥା ଥାନାକୁ ଫଟୋ ମାଧ୍ଯମରେ ସୂଚନା ଦିଆଯିବ। ୭୨ଘଣ୍ଟା ପରେ ମୃତଦେହ ଚିହ୍ନଟ ନ ହେଲେ ପାରଳାଖେମୁଣ୍ଡି ପୌରପାଳିକା ଦ୍ବାରା ଦାହ କରାଯିବା ବୋଲି କାଶୀନଗର ଥାନା ଅଧିକାରୀ କହିଛନ୍ତି । Categories: ଓଡ଼ିଶା, ଗଜପତି, ହୋମ୍ Related Content ଜାଗୃତିକା ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ by Proprietor Abhimanyu Maharana October 4, 2026 ଗାନ୍ଧୀ ଜୟନ୍ତୀ ରେ ବରିଷ୍ଠ ନାଗରିକ ସଙ୍ଘ ର ରାସ୍ତା ସଫେଇ ଅଭିଯାନ by Proprietor Abhimanyu Maharana October 4, 2026 ଗାନ୍ଧୀ ଜୟନ୍ତୀ ଅବସରରେ ସ୍ୱତନ୍ତ୍ର ଗ୍ରାମସଭା ଉଦଘାଟନ by Proprietor Abhimanyu Maharana October 4, 2026 ଗାନ୍ଧୀ ଜୟନ୍ତୀ ଅବସରରେ ସାମ୍ବାଦିକମାନଙ୍କ ଦ୍ବାରା ବୃକ୍ଷ ରୋପଣ by Proprietor Abhimanyu Maharana October 4, 2026 ସିନ୍ଦ୍ରିମାଳା ଗ୍ରାମ ପଞ୍ଚାୟତରେ ଗ୍ରାମସଭା ଅନୁଷ୍ଠିତ by Proprietor Abhimanyu Maharana October 4, 2026 ଗାନ୍ଧୀଙ୍କ ଅହିଂସା ଓ ଶାସ୍ତ୍ରୀଙ୍କ ସରଳତା ସମସ୍ତଙ୍କ ପାଇଁ ପ୍ରେରଣା by Proprietor Abhimanyu Maharana October 4, 2026