Home ଓଡ଼ିଶା କୋଇଲା ରୟାଲିଟି ବୃଦ୍ଧି ଦାବି କଲା ବିଜେଡି – ପ୍ରସନ୍ନ ଆଚାର୍ଯ୍ୟ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୯ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ମୁଖ୍ୟମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଯାଇଛନ୍ତି । ଦିଲ୍ଲୀରେ ରାଜ୍ଯ ସରକାରଙ୍କ ସମସ୍ତ ଦାବି କେନ୍ଦ୍ର ସରକାର ଗ୍ରହଣ କରିଥିବେ ବୋଲି ଆଶା କରିଛି ବିଜେଡି । ଆଜି ଏ ନେଇ ଏକ ପ୍ରେସମିଟ କରି ବିଜେଡି ରାଜ୍ୟବାସୀଙ୍କ ତରଫରୁ ଶୁଭ ଖବର ଆଶା କରିଛି । ଦିଲ୍ଲୀରେ ମୁଖ୍ଯମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଓ କେନ୍ଦ୍ର ମନ୍ତ୍ରୀ ମାନଙ୍କୁ ଭେଟିଛନ୍ତି । ବିକଶିତ ଓଡ଼ିଶା ପାଇଁ କଣ ଆଲୋଚନା କଲେ ତାହା ଓଡ଼ିଶା ବାସୀ ଚାହିଁ ବସିଛନ୍ତି । ରାଜ୍ୟରେ ଡବଲ ଇଞ୍ଜିନ ସରକାର ହେଲା । ତେଣୁ ଓଡି଼ଶାର ଦାବି ସବୁ ଗ୍ରହଣୀୟ ହେବ ବୋଲି ବିଜେଡି ଆଶା କରିଛି । ପ୍ରତି ତିନି ବର୍ଷରେ ଥରେ କୋଇଲା ରୟାଲଟି ବୃଦ୍ଧି ହୋଇଥାଏ । କିନ୍ତୁ ୨୦୧୩ ପରଠାରୁ ଆଉ କୋଇଲା ରୟାଲଟିରେ ବୃଦ୍ଧି ହୋଇନି । ବହୁଦିନରୁ ଦାବି ହେଉଥିବା କୋଇଲା ରୟଲଟିରେ ବୃଦ୍ଧି ହେବ ବୋଲି ଆଶା କରିଛି ବିଜେଡି । ସେହିପରି ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି ମଧ୍ୟ କେନ୍ଦ୍ର ସରକାର ପୂରଣ କଲେ ଓଡି଼ଶା ଏକ ବିକଶିତ ରାଜ୍ୟ ଗଠନ ଦିଗରେ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇପାରିବ ବୋଲି ବିଜେଡି ଆଶା କରିଛି । ସେହିପରି ଦିଲ୍ଲୀରେ ବିଜେଡି ପ୍ରସଙ୍ଗ ଭିତ୍ତିକ ସମର୍ଥନ କରିଆସିଛି । ଓଡ଼ିଶା ସ୍ୱାର୍ଥ ବାଧା ପ୍ରାପ୍ତ ହେଲେ ଦଳ ବିରୋଧ କରିବ । ନିଟ ଏକ ଉଦବେଗ ଜନିତ ପ୍ରସଙ୍ଗ । ଏହାକୁ ବିରୋଧ କରି ବିଜେଡି ସଂସଦରେ ତାର ଉତ୍ତର ରଖିସାରିଛି । ବିଧାନସଭାରେ ଓଡ଼ିଶା ସ୍ୱାର୍ଥକୁ ନେଇ ସାଲିସ କରାଯିବନି ବୋଲି କହିଛି ବିଜେଡି । ଅଣଓଡ଼ିଆ ମୁଖ୍ୟ ଶାସନ ସଚିବଙ୍କ ନିଯୁକ୍ତି ନେଇ ବିଜେଡି ପ୍ରଶ୍ନ ଉଠାଇଛି । ଓଡ଼ିଆ ଅସ୍ମିତା କଥା ଯେଉଁମାନେ କହୁଥିଲେ ସେମାନେ ଏପରି କାମ କରିଛନ୍ତି । ତେଣୁ ଘରେ ପଶୁ ପଶୁ ମୁଣ୍ଡରେ ଚାଳ ବାଜିଲାଣି । ଆଗକୁ ଦେଖନ୍ତୁ କଣ ହେଉଛି ବୋଲି କହିଛନ୍ତି ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ । Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍ Related Content ପରମାନନ୍ଦ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ପ୍ରୀତମ ରଞ୍ଜନ ସ୍ୱାଇଁଙ୍କୁ ନେଇ ଚର୍ଚ୍ଚା by Proprietor Abhimanyu Maharana October 14, 2026 ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ୨୦୨୬ ଅନୁଷ୍ଠିତ ହୋଇଛି by Proprietor Abhimanyu Maharana October 14, 2026 ଜନ ଅଭିଯୋଗ ଶୁଣାଣି ପରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ପରିଦର୍ଶନ କଲେ ସୂଚିତ ଜାତି ଓ ଜନଜାତି ଉଚ୍ଚ ବିଦ୍ୟାଳୟ by Proprietor Abhimanyu Maharana October 14, 2026 ସୁରଭି ମଞ୍ଚରେ ଝଲସିଲା ଛାତ୍ରଛାତ୍ରୀଙ୍କ ପ୍ରତିଭା : ୪ଟି ବର୍ଗରେ ୩୬ ପ୍ରତିଯୋଗିତା ଆୟୋଜିତ by Proprietor Abhimanyu Maharana October 13, 2026 ଚୋରି ଓ ଅପରାଧର ଖିଅ ଖୋଜିବ ସିସିଟିଭି ! by Proprietor Abhimanyu Maharana October 13, 2026 କନ୍ଧମାଳଜିଲ୍ଲା ସ୍ତରୀୟ ୨ୟ ଚେସ ଖେଳ ପ୍ରତିଯୋଗିତା by Proprietor Abhimanyu Maharana October 13, 2026