Home ଓଡ଼ିଶା ଧାନମଣ୍ଡିରେ ଲାଗିବ ସିସିଟିଭି : ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୯ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ରାଜ୍ୟରେ ସବୁ ଧାନମଣ୍ଡିରେ ଲାଗିବ ସିସିଟିଭି । ଏମିତିକି ମଣ୍ଡିରୁ ଧାନ ନେଇ ମିଲର ପାଖକୁ ଯାଉଥିବା ଗାଡ଼ିରେ ଲାଗିବ ଜିପିଏସ୍ । ଆଜି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ଦୁର୍ନୀତି ରୋକିବାକୁ ଟେକ୍ନୋଲୋଜିର ବ୍ୟବହାର କରାଯିବ । ମଣ୍ଡିରୁ ଧାନ ଯେତେବେଳେ ମିଲର ପାଖକୁ ଯାଉଛି ସେହି ସମୟରେ ଗାଡ଼ିରେ ଆମେ ଜିପିଏସ୍ ଲଗାଇବୁ । ଫଳରେ ଆମେ ଜାଣିପାରିବୁ ଯେ ପ୍ରକୃତରେ ଧାନ ମଣ୍ଡିରୁ ସିଧାସଳଖ ମିଲର ପାଖକୁ ଯାଉଛି ନା ନାହିଁ । ସେହିପରି ମିଲର ପାଖରୁ ଯେତେବେଳେ ଚାଉଳ ଗୋଦାମକୁ ଆସୁଛି ସେତେବେଳେ ମଧ୍ୟ ଗାଡ଼ିରେ ଜିପିଏସ୍ ଲାଗିବ । ଗତ ୨୪ ବର୍ଷ ଭିତରେ ଦୁର୍ନୀତି ବଢ଼ିଯାଇଛି । ତାକୁ ରୋକିବାକୁ ପଡ଼ିବ । ସେଥିପାଇଁ ଟେକ୍ନୋଲୋଜିର ବ୍ୟବହାର କରିବାକୁ ପଡ଼ିବ । ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି, ନିକଟରେ ମୁଁ କୋରାପୁଟ, ମାଲକାନଗିରି ଓ ରାୟଗଡ଼ା ଗସ୍ତରେ ଯାଇଥିଲି । ସେଠାରେ ବିଭିନ୍ନ ପ୍ରକାର ବିଶୃଙ୍ଖଳା ଓ ବହୁତ କେଳେଙ୍କାରୀ ଅଛି । ଭବିଷ୍ୟତରେ ଯେପରି ଏଭଳି ଆଉ ନଘଟେ ସେଥିପାଇଁ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛି । ସବୁ ମଣ୍ଡିରେ ସିସିଟିଭି ଲାଗିବ । ମାସେ ଦୁଇ ମାସ ଭିତରେ ଏହାକୁ କାର୍ଯ୍ୟକାରୀ କରାଯିବ । ମଣ୍ଡିରେ ଦିନ ଦିନ ବା ମାସ ମାସ ଧରି କୃଷକମାନେଯେପରି ବସିବେ ନାହିଁ, ସେଥିନେଇ ନିର୍ଦ୍ଦେଶ ଦେଇଛି । କଟନୀ ଛଟନୀ ଅଦୌ ହେବ ନାହିଁ । କାଁ ଭାଁ କେଉଁଠି ଧାନର ଗୁଣାତ୍ମକମାନରେ ଯେଉଁଠି ଗଡ଼ବଡ଼ ଥିବ, ସେଠାରେ କିଛି କଟନୀ ଛଟନୀ ହୋଇପାରେ । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କହିଛନ୍ତି, ଦରଦାମକୁ ଆମେ ନିୟନ୍ତ୍ରଣକୁ ଆଣିଛୁ । ପିଆଜ ଦର ୪୦ରୁ ଉପରକୁ ଯାଉ ନାହିଁ । ଆଳୁ ଦର ମଧ୍ୟ ୩୦/୩୫ ଟଙ୍କା ଭିତରେ ରହିଛି । ନାସିକ ଓ ଆନ୍ଧ୍ରରୁ ଆମ ରାଜ୍ୟକୁ ପିଆଜ ଆସୁଛି । ସେହିପରି ପଶ୍ଚିମବଙ୍ଗରୁ ଆଳୁ ଆସୁଛି । ସେଠାରେ ରେଟ୍ ଅଧିକ ଅଛି । ଏନେଇ ଆମେ ତଥ୍ୟ ସଂଗ୍ରହ କରିଛୁ । ଯଦି ଖୁଚୁରା ବେପାରୀମାନେ ବହୁତ ଲାଭ ଆଶାରେ ଉଚ୍ଚ ଦରରେ ବିକ୍ରି କରିବେ, ତା’ହେଲେ ରେଡ୍ ହେବ । ଏନେଇ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି, ଆମ ସରକାର ଶୀତ ଭଣ୍ଡାର ନିର୍ମାଣ କରିବା ପାଇଁ ବଦ୍ଧପରିକର । ଆମେ ନିର୍ବାଚନୀ ଇସ୍ତାହାରରେ କହିଥିଲୁ ଯେ ପ୍ରତ୍ୟେକ ବ୍ଲକରେ ଗୋଟିଏ ଲେଖାଏଁ ଶୀତଳ ଭଣ୍ଡାର କରାଯିବ । ସେ ଦିଗରେ ଆମର ଆଲୋଚନା ଚାଲିଛି । ଶୀତଳ ଭଣ୍ଡାର କୃଷି ବିଭାଗ ଅଧୀନରେ ଆସୁଛି । ଆମେ ଏନେଇ ବୈଠକ କରିବୁ । ମୁଖ୍ୟମନ୍ତ୍ରୀ ଚାହୁଁଛନ୍ତି ଶୀତ ଭଣ୍ଡାର ନିର୍ମାଣ ହେଉ । Categories: ଓଡ଼ିଶା, ଖୋର୍ଦ୍ଧା, ବାଣିଜ୍ୟ, ମହାନଗର, ରାଜନୀତି, ହୋମ୍ Related Content Taneira reimagines ‘Solah Shringaar’ for the modern Indian woman with its new Diwali campaign by Proprietor Abhimanyu Maharana October 7, 2026 VeDakshata : Creating Pathways to Livelihood for Rural Youth by Proprietor Abhimanyu Maharana October 7, 2026 ବେଦକ୍ଷତା : ଗ୍ରାମାଞ୍ଚଳର ଯୁବକମାନଙ୍କ ପାଇଁ ଜୀବିକା ନିର୍ବାହର ମାର୍ଗ ସୃଷ୍ଟି କରୁଛି by Proprietor Abhimanyu Maharana October 7, 2026 ସିଲଭର ଗାନ୍ଧୀଙ୍କ ଦ୍ୱାରା ଚୁକ୍ତିଭିତ୍ତିକ ଶିକ୍ଷକ ମାନଙ୍କୁ ନିୟମିତକରଣ ଦାବୀ - ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ by Proprietor Abhimanyu Maharana October 7, 2026 Silver Gandhi demands regularisation of Contractual Teachers - Submitted Memorandum to CM by Proprietor Abhimanyu Maharana October 7, 2026 ମାଫିଆ ଓ ସିଣ୍ଡିକେଟଙ୍କ ସଲା ସୁତୁରାରେ ବେଧଡକ ଗୋଚାଲାଣ : କାର୍ଯ୍ୟାନୁଷ୍ଠାନ ନେବାକୁ ପୁଲିସର ହାତ ଥରୁଛି by Proprietor Abhimanyu Maharana October 7, 2026