ପୁଲିସ୍ କବଳରୁ ବର୍ତିବାପାଇଁ ରେଳଧରଣା ଦିଗକୁ କ‌ହ୍ନେଇ ଦୌଡ଼ୁଥିଲା ବେଳେ ଟ୍ରେନ୍ ସହ ପିଟି ହୋଇଯାଇଥିଲା

୨୯ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ମଞ୍ଚେଶ୍ବର :-> ଆଜି ମଧ୍ୟାହ୍ନରେ ପଟିଆ ରେଳ ‌‌‌ଷ୍ଟେସନ୍ ଫାଟକ ନିକଟରେ ଜଣେ ଯୁବକଙ୍କର ମୃତ ଦେହକୁ ଉଦ୍ଧାରକରିଛି ମଞ୍ଚେଶ୍ବର ଜିଆରପି ପୁଲିସ୍ । ମୃତ ଯୁବକ ଜଣଙ୍କ ଘର ସ୍ଥାନୀୟ ପଦ୍ମକେଶରପୁର ଅଞ୍ଚଳରେ ବୋଲି ଜଣାପଡ଼ିଛି । ତାଙ୍କ ନାମ କ‌ହ୍ନେଇ ଦାସ(୨୦) । ସେ ମଧ୍ୟାହ୍ନରେ ରେଳଧାରଣା ଉପରେ ଦୌଡ଼ୁଥିଲା ବେଳେ ମଞ୍ଚେଶ୍ବର ଦିଗରୁ ଦୃତଗତିରେ ଆସୁଥିବା ଏକ ଟ୍ରେନ୍ ସହ ଧକ୍କାହୋଇଯାଇଥିଲେ । ଫଳରେ ଟ୍ରେନ୍ ଇଞ୍ଜିନ୍ ସହ ପିଟି ହୋଇ ଖଣ୍ଡବିଖଣ୍ଡିତ ହୋଇଯାଇଥିଲେ । ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହେବା ଦେଖି ସ୍ଥାନୀୟଲୋକ ଜିଆରପି ଥାନାକୁ ସୂଚନାଦେଇଥିଲେ । ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି ।ସ୍ଥାନୀୟ ଦେଖଣାହାରିଙ୍କ ସୂଚନା ଅନୁଯାୟୀ ଏହି ଘଟିଘଟଣାର ରୋଚକ କଥା ହେଉଛି ମୃତ ଯୁବକ କ‌ହ୍ନେଇକୁ କିଛି ପୁଲିସ୍ ଧରିବାପାଇଁ ଗୋଡ଼ାଉଥିଲା ବେଳେ ସେ ଦୌଡ଼ି ରେଳଧାଣା ଦିଗକୁ ଚାଲିଯାଇଥିଲା । ପରେ ଟ୍ରେନ୍ ସହ ପିଟିହୋଇ ଯାଇଥିଲା । ଘଟଣାଅନୁଯାୟୀ କ‌ହ୍ନେଇ ଗତ ୩ ବର୍ଷ ହେବ ବିବାହ କରିଛି । ତା’ର ଗୋଟିଏ ଦେଢ଼ ବ‌ର୍ଷର ପୁଅ ଅଛି । ମାତ୍ର ସ୍ବାମୀ ସ୍ତ୍ରୀ ମଧ୍ୟରେ ଗତ କିଛି ଦିନ ହେବ କୌଣସି କଥାକୁ ନେଇ ବାରମ୍ବାର ବଚସା ଓ ଝଗଡ଼ା ‌ହେଉଥିଲା । ଯେଉଁ କାରଣରୁ ସ୍ତ୍ରୀ ନିର୍ଯ୍ୟାତନାର ଶିକାରହୋଇ ସ୍ଥାନୀୟ ମଞ୍ଚେଶ୍ବର ଥାନାରେ ଅଭିଯୋଗ କରିଥିଲା । ପୁଲିସ୍ ଗତକାଲି କ‌ହ୍ନେଇକୁ ଥାନାକୁ ନେଇ ତାଗିଦକରି ଛାଡ଼ିଥିଲା ।

ମାତ୍ର ଆଜି ପୁଣି ଥରେ ସେମାନଙ୍କ ମଧ୍ୟରେ ଝଗଡ଼ା ହେବାରୁ ପିସିଆର ବସ୍ତିକୁ ଆସି କ‌ହ୍ନେଇକୁ ଖୋଜା ଖୋଜି କରିଥିଲେ . ଏହାପରେ ତା’କୁ ଏକ ସ୍ଥାନରେ ଲୁଚିଥିବା ଦେଖି ଧରିବାପାଇଁ ଗୋଡ଼ାଇଥିଲା । ପୁଲିସ୍ କବଳରୁ ବର୍ତିବାପାଇଁ ରେଳଧରଣା ଦିଗକୁ କ‌ହ୍ନେଇ ଦୌଡ଼ୁଥିଲା ବେଳେ ଟ୍ରେନ୍ ସହ ପିଟି ହୋଇଯାଇଥିଲା । ଅନ୍ୟ ପକ୍ଷରେ କୁହାଯାଏ ସେ ନିଜ ପାରିବାରିକ ସମସ୍ୟାନେଇ ଅତିଷ୍ଠ ଥିବାରୁ ଟ୍ରେନ୍ ଆଗରେ ଛିଡ଼ାହୋଇ ଆତ୍ମହତ୍ୟା କରିଛି। ଏନେଇ ମଞ୍ଚେଶ୍ବର ଥାନା ଆଇଆଇସି ମାନସ୍ ସ୍ବାଇଁଙ୍କୁ ଯୋଗାଯୋଗ କରିବାରୁ କୌଣସି ଉତ୍ତର ମିଳିପାରିନାହିଁ । ତେବେ ଜିଆରପି ପ୍ରାଥମିକ ତଦନ୍ତକରି କେବଳ ଏକ ଅପମୃତ୍ୟୁ ମାମଲା କରିଛି ବ‌ୋଲି କହିଛି .

 

Exit mobile version