
୨୯ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଓଡ଼ିଶା ବିଧାନସଭା ସ୍ୱରୂପ ବଦଳିଛି ଓ କାର୍ଯ୍ୟଧାରାରେ ବ୍ୟାପକ ପରିବର୍ତ୍ତନ ସମ୍ଭବ ହୋଇପାରିଛି । ସମସ୍ତ କାର୍ଯ୍ୟର ଡିଜିଟାଇଜେସନ୍ ପ୍ରକ୍ରିୟା ଆରମ୍ଭ ହୋଇଛି । ବିଧାନସଭାର କାର୍ଯ୍ୟକୁ କାଗଜବିହୀନ କରିବା ଉପରେ ଗୁରୁତ୍ୱାରୋପ କରାଯାଉଛି । ଏହା ଫଳ ସ୍ୱରୂପ ଜାତୀୟ ଇନ୍ଫର୍ମେଟିକ୍ ସେଣ୍ଟର (ଏନ୍ଆଇସି) ପକ୍ଷରୁ ରାଜ୍ୟ ବିଧାନସଭାରେ ନେଭା ନାମରେ ଇ-ବିଧାନ ପ୍ରକଳ୍ପ ଆରମ୍ଭ ହୋଇଛି । ଓଡ଼ିଶା ବିଧାନସଭା ସିଏସ୍୍ଆଇ-ଇ-ଗଭର୍ଣ୍ଣାନ୍ସ ଉତ୍କର୍ଷ ସମ୍ମାନରେ ସମ୍ମାନିତ ହୋଇଛି ବୋଲି ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ପ୍ରକାଶ କରିଛନ୍ତି ।
