“ମାଁ ପାଇଁ ଗଛଟି” ରୋପଣ କରିବାକୁ ଆହ୍ବାନ

୨୯ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି  :->  ଗଜପତି ଜିଲ୍ଲା ଚନ୍ଦ୍ରଗିରି ସ୍ଥିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟରେ ବିଶ୍ବ ରକ୍ତ ଶିକୁଳି ଦିବସ ପାଳନ ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପାଳ ସୃତିରଞ୍ଜନ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ “ମାଁ ପାଇଁ ଗଛ ଟିଏ ” ରୋପଣ କରିବାକୁ ଆହ୍ବାନ କରିଛନ୍ତି । ଦିନକୁ ଦିନ ବଦଳୁଥିବା ପରିବେଶ ରେ ପ୍ରକୃତିର ବିଘଟନରୁ ସୁରକ୍ଷା ପାଇବା ପାଇଁ ପ୍ରତ୍ୟେକ ବ୍ୟକ୍ତି ଅତି କମରେ ଗୋଟିଏ ଲେଖାଏଁ ଗଛ ଲଗାଇବା ସହ ତା’ର ଯତ୍ନ ନେବା ନିତ୍ୟାନ୍ତ ଆବଶ୍ୟକ ବୋଲି କହିଛନ୍ତି । ଏହା ସହ ରୋପଣ କରିଥିବା ଗଛ ଟି କୁ ନିଜ ମାଁ ନାମରେ ନାମିତ କରି ଯତ୍ନ ନେବା ନିହାତି ଆବଶ୍ୟକ ।

ଆଗାମୀ ଜୁଲାଇ ୧ ତାରିଖରୁ ହେବାକୁ ବନ ମହୋତ୍ସବ ରେ ଛାତ୍ର ଛାତ୍ରୀ ସମେତ ସମସ୍ତ ଜନସାଧାରଣ ଙ୍କୁ ଆହ୍ବାନ କରିଛନ୍ତି ଜିଲ୍ଲାପାଳ ସୃତିରଞ୍ଜନ ପ୍ରଧାନ । ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଅଧକ୍ଷ ମନମୋହନ ସାହୁ ଙ୍କ ଅଧ୍ୟକ୍ଷତା ରେ ରକ୍ତ ଶିକୁଳି , ରକ୍ତ ହିନତା ନିବାରଣ ଓ ସଚେତନତା ଉଦ୍ଦେଶ୍ୟରେ ଆୟୋଜିତ କାର୍ଯ୍ୟକ୍ରମ ଟି ବିଦ୍ୟାଳୟ ପରିସର ରେ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ମୁଖ୍ୟ ଅତିଥିଭାବେ ଗଜପତି ଜିଲ୍ଲାପାଳ ସୃତିରଞ୍ଜନ ପ୍ରଧାନ ଯୋଗଦେଇଥିଲେ। ସମ୍ମାନୀତ ଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୁଶ୍ରୀ ସ୍ବାତି ଏସ୍ କୁମାର ଯୋଗଦେଇ ଆଜିର ଦିବସ ବିଶ୍ବ ଡ୍ରଗ୍ସ ନିବାରଣ ପାଇଁ ଅବାଧ ଡ୍ରଗ୍ସ ସେବନ ଓ ତାର ଅପବ୍ୟବହାର ଉପରେ ରୋକ ଲଗାଇବା ପ୍ରତି ବିଦ୍ୟାଳୟ ରେ ସଚେତନତା ର ବ୍ୟାପକ ଆବଶ୍ୟକତା ରହିଛି ବୋଲି କହିଥିଲେ ।

ସେହିପରି ସମ୍ମାନୀତ ଅତିଥି ଭାବେ ଆଟିଡିଏ ପ୍ରକଳ୍ପ ପ୍ରଶାସକ ଡ଼ଃ ଦିଲିପ କୁମାର‌ ବେହେରା , ଜିଲ୍ଲା ମଙ୍ଗଳ ଅଧିକାରିଣି ମମତା ରାଣୀ ପରିଡ଼ା, ଚନ୍ଦ୍ରଗିରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ଃ ଏନ୍ ଜୟପ୍ରକାଶ, ଡ଼ଃ ସମ୍ବିତ ତ୍ରିପାଠୀ, ଆଇଟିଏ ସହକାରୀ ଜିଲ୍ଲା ମଙ୍ଗଳ ଅଧିକାରି ଦିନେସ ଦେଓ ଓ ସହକାରୀ ଜିଲ୍ଲା ମଙ୍ଗଳ ଅଧିକାରିଣୀ ଆଦ୍ୟାସା ରାଉତ , ମୋହନା ବ୍ଳକ ମଙ୍ଗଳ ସଂପ୍ରସାରଣ ଅଧିକାରିଣୀ ସୁଭଦର୍ଶନୀ ବାରୁଆ ପ୍ରମୁଖ ଯୋଗଦେଇ ଉପସ୍ଥିତ ଛାତ୍ର ଛାତ୍ରୀ ଓ ଅଭିଭାବକଙ୍କୁ ରକ୍ତ ହିନତା ରୋଗ ଜନିତ ସଚେତନତା କରିଥିଲେ। ଏହି ଅବସରରେ ବିଦ୍ୟାଳୟ ରେ କନିଷ୍ଠ , ମଧ୍ୟମ ଓ ବରିଷ୍ଠ ବିଭାଗରେ ଅନୁଷ୍ଠିତ ବକୃତା , ପ୍ରବନ୍ଧ, ପ୍ରଶ୍ନୋତ୍ତର,ପଟ୍ଟଚିତ୍ର ପ୍ରତିଯୋଗୀତା ରେ କୃତିତ୍ୱ ହାସଲ କରିଥିବା ଶ୍ରେଷ୍ଠ ବିବେଚିତ ଛାତ୍ର ଛାତ୍ରୀଙ୍କୁ ଜିଲ୍ଲାପାଳ ଓ ସମ୍ମାନୀତ ଅତିଥି ମାନେ ମାନପତ୍ର ସହ ପୁରସ୍କାର ପ୍ରଦାନ କରିଥିଲେ ।

ରକ୍ତ ନମୁନା ସଂଗ୍ରହ ପାଇଁ ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରୁ ଦୁଇଟି ଭ୍ରାମ୍ୟମାଣ ଚିକିତ୍ସା ଟିମ ପହଞ୍ଚି ଛାତ୍ର ଛାତ୍ରୀ ମାନଙ୍କ ରକ୍ତ ନମୁନା ସଂଗ୍ରହ କରିଥିଲେ ଏବଂ ରକ୍ତ ଶିକୁଳି ହିନତା ରୋଗ ନିରୁପଣ ଯାଞ୍ଚ କରିଥିଲେ । ଭ୍ରାମ୍ୟମାଣ ଚିକିତ୍ସା ଟିମ ର ଡାଃ ଗୋପାଳକୃଷ୍ଣ ସାହୁ , ଡ଼ଃ ରାଜ କିଶୋର ପଣ୍ଡା ,ବିପିଏମ ବିଭୁ ପ୍ରସାଦ କର, ପ୍ରମୁଖ ଙ୍କ ସମେତ ସ୍ବାସ୍ଥ୍ୟ ସହକର୍ମୀ ରକ୍ତ ନମୁନା ସଂଗ୍ରହ କରିଥିଲେ। କାର୍ଯ୍ୟକ୍ରମକୁ ସହକାରୀ ଶିକ୍ଷକ ଅମୀୟ ନୃସିଂହ ପଟ୍ଟନାୟକ ପରିଚାଳନା କରିଥିବା ବେଳେ ବିଦ୍ୟାଳୟ ସମସ୍ତ ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀ ସହଯୋଗ କରିଥିଲେ। 

Exit mobile version