ଜଟଣୀ : ଥାନା ଅଧିକାରୀ, ତହସିଲଦାର ସମ୍ବର୍ଦ୍ଧିତ।

୨୯ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା-ଜଟଣୀ  :-> ସାଧାରଣ ନିର୍ବାଚନ ୨୦୨୪ ସୁଚାରରୁପେ ଏବଂ ଶୃଙ୍ଖଳିତ ଭାବେ ପରିଚାଳନା କରିଥିବା ହେତୁ ଜଟଣୀ ପ୍ରଗତି ପରିଷଦ ପକ୍ଷରୁ ସଭାପତି ଶ୍ରୀ ପ୍ରଶାନ୍ତ କୁମାର ମହାପାତ୍ରଙ୍କ ନେତୃତ୍ବରେ ଜଟଣୀ ଥାନା ଅଧିକାରୀ ଶ୍ରୀ ସୌମ୍ୟକାନ୍ତ ବଳିୟାରସିଂହ ଏବଂ ଜଟଣୀ ତହସିଲଦାର ଶ୍ରୀମତୀ ପ୍ରିତୀ ପର୍ଣ୍ଣା ମିଶ୍ରଙ୍କୁ ମାନପତ୍ର,

ଉପଢୌକନ, ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରାଯାଇଛି.ଉକ୍ତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମକୁ ପରିଷଦର ସମ୍ପାଦକ ସନ୍ତୋଷ ହୋତା ପରିଚାଳନା କରିଥିଲେ. ଅନ୍ୟ ମାନଙ୍କ ମଧ୍ୟରେ କାର୍ଯ୍ୟକାରୀ ସଭାପତି ପଦାରବିନ୍ଦ ସାହୁ,ଜ୍ଞାନ ସାହୁ,ଗୋପାଳ ମହାପାତ୍ର,ବବି ଜେନା,ବିଜୟ ବରାଳ ପ୍ରମୁଖ ସଦସ୍ଯ ମାନେ ଉପସ୍ଥିତ ଥିଲେ.

Exit mobile version