ରାଜସୁନାଖଳା ସରସ୍ବତୀ ଶିଶୁମନ୍ଦିର ପକ୍ଷରୁ ଓଡ଼ିଶାର ନୂତନ ବାଚସ୍ପତୀଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା

୨୯ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭାପୁର :-> ନୟାଗଡ ଜିଲ୍ଲା ରଣପୁର ଶିକ୍ଷା ବ୍ଲକ ଅନ୍ତର୍ଗତ ରାଜସୁନାଖଳା ସରସ୍ବତୀଶିଶୁ ବିଦ୍ୟାମନ୍ଦିର ପରିଚାଳନା କମିଟିର ସମ୍ପାଦକ ଗୌର ମୋହନ ସମନ୍ତସିଂହାର ଓ ପ୍ରଧାନ ଗୁରୁଜୀ ବିଚିତ୍ର କୁମାର ରଥଙ୍କ ମିଳିତ ନେତୃତ୍ୱରେ ଗୁରୁବାର ଦିନ ମଧ୍ୟାହ୍ନରେ ରଣପୁରସ୍ଥିତ ବିଜେପି କାର୍ଯ୍ୟାଳୟ ପରିସରରେ ଓଡିଶା ବିଧାନସଭାର ନୂତନ ବିଜେପି ବାଚସ୍ପତି ତଥା ରଣପୁର ବିଜେପି ବିଧାୟିକା ସୁରମା ପାଢ଼ୀଙ୍କୁ ରାଜସୁନାଖଳା ସରସ୍ବତୀ ଶିଶୁଵିଦ୍ୟାମନ୍ଦିର ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଅଛି !

ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ସରସ୍ବତୀ ଶିଶୁମନ୍ଦିର ପରିଚାଳନା କମିଟିର ସହସମ୍ପାଦକ ଯଦୁନାଥ ସାମନ୍ତରାୟ ଓ କୋଷଧକ୍ଷ ମାନସ କୁମାର ସାହୁ ପ୍ରମୁଖ ଯୋଗଦେଇ ରଣପୁର ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟିକା ତଥା  ପlଢ଼ିଙ୍କୁ ଉତ୍ତରୀୟ ଓ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରିଥିଲେ !  ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ବିଭିନ୍ନ ସମସ୍ୟା ବିଷୟରେ ଅବଗତ କରାଇଥିଲେ !

Exit mobile version