ପ୍ରଣବ ପ୍ରକାଶ ଦାସଙ୍କ ଜନ୍ମ ଦିବସ ପାଳିତ

୨୯ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବଡଚଣା :-> ବଡଚଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଛତିଆ ଅମରାବତୀ ପୀଠ ଠାରେ ଥିବା କଲ୍ୟାଣୀ ମଣ୍ଡପ ଠାରେ ନେଳିଆ ପଞ୍ଚାୟତର ବିଜୁ ଜନତା ଦଳର କାର୍ଯ୍ୟକର୍ତ୍ତା ମାନଙ୍କ ପକ୍ଷରୁ ଆୟୋଜିତ ଜନ୍ମଦିନ ଉତ୍ସବ ରେ ଧୀରେନ୍ଦ୍ର କୁମାର ନାଥଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ କ୍ୟାପଟେନ ରାଜ ନାରାୟଣ ମହାପାତ୍ର ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲାପରିଷଦ ଉପଦକ୍ଷ ଗଣେଶ୍ୱର ବରାଳ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରହଲ୍ଲାଦ ନନ୍ଦ, ନିରଞ୍ଜନ ବିଶ୍ୱାଳ, ସରପଞ୍ଚ ଜୟନ୍ତୀ ସ୍ୱାଇଁ,ଧନେଶ୍ଵର ବେହେରା,

ପ୍ରାକ୍ତନ ସମିତିସଭ୍ୟ ସୁରେଶ ନାୟକ, ସରପଞ୍ଚ ଜ୍ଞାନ ରଞ୍ଜନ ସାହୁ, ସରପଞ୍ଚ ବିଜୟ କୁମାର ସ୍ବାଇଁ, ଅନନ୍ତ ସେଣ୍ଡ , ସମିଟିସଭ୍ୟ ସଞ୍ଜୟ ବେହେରା ପ୍ରମୁଖ ଯୋଗଦେଇ ନିଜ ନିଜର ଅଭିଭାଷଣ ରଖିଥିଲେ l ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଜନ୍ମ ଦିବସ ଅବସରରେ କେକ୍ କାଟିବା ସହ ତାଙ୍କ ଦୀର୍ଘାୟୁ କାମନା କରିଥିଲେ l ସେହିପରି ନେଳିଆ ପଞ୍ଚାୟତର ଶତାଧିକ ଯୁବ ଛାତ୍ର କର୍ମକର୍ତ୍ତା ଉପସ୍ଥିତ ରହି ପରିଚାଳନା କରିଥିଲେ l ସର୍ବଶେଷରେ କଳିଙ୍ଗ କେଶରୀ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ l

Exit mobile version