ଗଜପତି ଜିଲ୍ଲାପାଳଙ୍କ ଅଚାନକ ମୋହନା ଗସ୍ତ – ସ୍ବାସ୍ଥ୍ୟକେନ୍ଦ୍ରର ଅବ୍ୟବସ୍ଥାକୁ ନେଇ ଅସନ୍ତୋଷ

୨୮ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର, ଉଦୟଗିରି  :-> ଗଜପତି ଜିଲ୍ଲାପାଳ ସ୍ମୃତିରଞ୍ଜନ। ପ୍ରଧାନ ଗତକାଲି ଅଚାନକ ମୋହନା ପରିଦର୍ଶନରେ ଆସି ବିଭିନ୍ନ କାର୍ଯ୍ୟର ସମୀକ୍ଷା ସହ ତଦାରଖ କରିଥିଲେ। ନିର୍ବାଚନ ପରେ ଜିଲ୍ଲାପାଳଙ୍କ ପ୍ରଥମ ମୋହନା ଗସ୍ତ | ଚାନ୍ଦିପୁଟ ଇନ୍ଦିରା ସ୍ମୃତି କଲେଜରେ ଆୟୋଜିତ ନିଶାନିବାରଣ କାର୍ଯ୍ୟକ୍ରମ ସାରି ଅପରାହ୍ନରେ ହଠାତ ଜିଲ୍ଲାପାଳ ମୋହନାରେ ପହଞ୍ଚିଥିଲେ। ମୋହନା ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନରେ ଯାଇ ଅବ୍ୟବସ୍ଥା ଦେଖ୍ ଅସନ୍ତୋଷ ବ୍ୟକ୍ତ କରିଥିଲେ। ସ୍ବାସ୍ଥ୍ୟକେନ୍ଦ୍ରରେ ଆବଶ୍ୟକ ଡାକ୍ତର ନ ଥିବା ଏବଂ ହାତ ଗଣତି କିଛି ଡାକ୍ତରଙ୍କ ଉପସ୍ଥିତିରେ ସ୍ବାସ୍ଥ୍ୟକେନ୍ଦ୍ର ଚାଲୁଛି।ଆବଶ୍ୟକ ସଂଖ୍ୟକ ଶଯ୍ୟା ନ ଥିବା ଯୋଗୁଁ ଗୋଟିଏ କୋଠରୀରେ ସମସ୍ତ ରୋଗୀ ଚିକିତ୍ସିତ ହେଉଛନ୍ତି। ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କ ନିମନ୍ତେ ପାନୀୟ ଜଳ ଏବଂ ଶୌଚାଳୟର ସୁବିଧା ନ ଥିବା ରୋଗୀଙ୍କ ଠାରୁ ଅଭିଯୋଗ ପାଇବା ପରେ ତୁରନ୍ତ ସମସ୍ତ ସମସ୍ୟାର ସମାଧାନ ପାଇଁ ସ୍ବାସ୍ଥ୍ୟକେନ୍ଦ୍ର କତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ | ଏହାପରେ ବ୍ଲକ କାର୍ଯ୍ୟାଳ କାର୍ଯ୍ୟାଳୟରେ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଥିଲେ। ଶେଷରେ ମୋହନାରେ ନିର୍ମାଣାଧୀନ ବସ୍‌ଷ୍ଟାଣ୍ଡର ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରିଥିଲେ ଜିଲ୍ଲାପାଳ। ଜିଲ୍ଲାପାଳଙ୍କ ଏହି ଗସ୍ତ ସମୟରେ ମୋହନା ବିଡ଼ିଓ ରାଜୀବ ଦାସ୍ ଏବଂ ତହସିଲଦାର ସତ୍ୟବାନ ନାୟକଙ୍କ ସମେତ ସମସ୍ତ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ ।

Exit mobile version