୨୮ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର, ଉଦୟଗିରି :-> ଛୋଟ ବେଳୁ ବାପା, ମା ଙ୍କୁ ହରାଇଥିବା ଗଜପତିର ଗରିବ ଆଦିବାସୀ ପୁଅ ନିର ନିଟରେ ସଫଳ ହୋଇଥିବା ସୂଚନା ମିଳିଛି। ଗଜପତି ଜିଲ୍ଲା ମୋହନା ବ୍ଲକ ଅଡବା ପଞ୍ଚାୟତ ଡୁମିଗୁଡ଼ା ଗାଁର ଗରିବ ଆଦିବାସୀ ପୁଅ ନିର ମଲ୍ଲିକ l ଚଳିତ ବର୍ଷ ନିଟରେ ୪୧୫ ମାର୍କ ରଖି ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି l ବାପା ସନ୍ୟl ମଲ୍ଲିକ ଓ ମା ରlମ୍ବୁଆଲୁ ମଲ୍ଲିକ ଙ୍କ ଦୁଇ ପୁଅ ନିର ଓ ପିର l ପିର ମଲ୍ଲିକ ବଡ ପୁଅ ହୋଇଥିବା ବେଳେ ସାନ ପୁଅ ନିର ମଲ୍ଲିକ l ସନ୍ୟlଙ୍କ ପରିବାର ଅତ୍ୟନ୍ତ ଗରିବ ହୋଇଥିଲେ ମଧ୍ଯ ଦୁଇ ପୁଅକୁ ଗାଁ ବିଦ୍ୟାଳୟରେ ପାଠ ପଢ଼ାଇଥିଲେ l ବଡ ପୁଅ ଅଧାରୁ ପାଠ ଛାଡି ବାପା ମା ଙ୍କ ସହ ଚାଷ କାମ କରୁଥିଲେ l ସାନ ପୁଅ ନିର ଖୁବ୍ ମେଧାବୀ ଛାତ୍ର ଥିଲେ l ଏଥିପାଇଁ ୨୦୧୪ ମସିହାର ନବୋଦୟ ପରୀକ୍ଷାରେ ପାସ୍ କରି ପାରଳାଖେମୁଣ୍ଡି ଜବାହର ନବୋଦୟ ବିଦ୍ୟାଳୟରେ ପାଠ ପଢ଼ିଲେ ନିର l ହେଲେ ନବୋଦୟରେ ଜଏନ କରିବାର ୨ ଦିନ ପରେ ବାପା ସନ୍ୟl ଙ୍କ ମୃତ୍ୟୁ ଘଟିଥିଲା l
ଛୋଟ ବେଳୁ ବାପାଙ୍କୁ ହରାଇଥିଲେ ମଧ୍ଯ ପାଠ ପଢ଼ାରେ ହେଳା କରିନଥିଲେ l ୨୦୧୯ ରେ ନବୋଦୟ ବିଦ୍ୟାଳୟରୁ ସଫଳତାର ସହ ମାଟ୍ରିକ ପାସ କରିଥିଲେ ନିର l ୨୦୧୯ ରେ ମାଟ୍ରିକ ରେ ଶତକଡା ୮୮ ପ୍ରତିଶତ ମାର୍କ ରଖିଥିଲେ l ତେବେ ଆର୍ଥିକ ଅନଟନ ଯୋଗୁଁ ପାଠ ଛାଡି ଘରକୁ ଫେରିଥିଲେ ନିର l ଆଗକୁ ପାଠ ପଢ଼ିବା ନେଇ ଆଶଙ୍କାରେ ଥିବାବେକେ ଅଡବା ଗୁଣ୍ଡିମl ଆଦର୍ଶ ବିଦ୍ୟାଳୟରେ ଯୁକ୍ତ ୨ ବିଜ୍ଞାନ ରେ ପାଠ ପଢିବାକୁ ସୁଯୋଗ ଦେଇଥିଲେ ବିଦ୍ୟାଳୟ କର୍ତ୍ତୃପକ୍ଷ l
ଏହାପରେ ୨୦୨୨ ରେ ଯୁକ୍ତ ୨ ବିଜ୍ଞାନରେ ମଧ୍ଯ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିଲେ l ଘରେ ଆର୍ଥିକ ସମସ୍ୟା ଯୋଗୁଁ ଆଉ ପାଠ ପଢିନଥିଲେ ନିର l ତେବେ ଜଣେ ଗରିବ ଆଦିବାସୀ ପୁଅର ସଫଳତା ଦେଖି ସାହାଯ୍ୟର ହାତ ବଢ଼ାଇଥିଲେ ବିପଦର ବନ୍ଧୁ ସଂଗଠନ l ତାଙ୍କୁ ଆର୍ଥିକ ସହାୟତା ସହ ବ୍ରହ୍ମପୁର ଆର୍ଯ୍ୟଭଟ୍ଟ ଫାଉଣ୍ଡେସନ ରେ ନିଟ୍ ପାଇଁ କୋଚିଂ ସୁବିଧା କରାଇଥିଲେ l
