ଛାଡ୍ ଲୋନ୍ କରାଇଦେବାକୁ କହି : ମହିଳା କରୁଛନ୍ତି ଅର୍ଥ ଆଦାୟ

୨୮ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା  :->  ସ୍ପଷ୍ଟ ଦିବାଲୋକର ହେଉଛି ଠକେଇ । ଆଦିବାସୀ ଓ ଦଳିତ ମହିଳା ମାନେ ହେଉଛନ୍ତି ଠକେଇର ଶୀକାର । ଦଶପଲ୍ଲା ପଶ୍ଚିମାଞ୍ଚଳ, ବାଣୀଗୋଛା ଥାନା ଅନ୍ତର୍ଗତ ଚଡେୟାପଲ୍ଲୀ, କଳସାଖମଣ, ଦୁଡ଼ା ସମେତ ଆଖ ପାଖ ଅଞ୍ଚଳରେ ଜନୈକା ମହିଳା ନିଜକୁ ମିଶନ ଶକ୍ତିର ଅଧିକାରିଣୀ କହି , ଛାଡ୍ ଲୋନ୍ କରାଇ ଦେବା ପାଇଁ ଅର୍ଥ ଓ କାଗଜପତ୍ର ଆଦାୟ କରିଥିବାର ଖବର ମିଳିଛି ।

ଏ ସମ୍ପର୍କରେ ପୂର୍ବରୁ ହୀରାଂଚଳ ସମେତ ଅନ୍ୟାନ୍ୟ ଗଣମାଧ୍ୟମରେ , ଖବର ପ୍ରକାଶ ପାଇଥିଲେ ମଧ୍ୟ , ଅଦ୍ୟାବଧୂ କୌଣସି ସୁଫଳ ମିଳି ନଥିବାରୁ , ଅର୍ଥ ଦେଇଥିବା ଲୋକେ ,ମହିଳାଙ୍କ ଠାରୁ ଅର୍ଥ ଫେରସ୍ତ ଦାବୀ କରିଛନ୍ତି। ଘଟଣା ସମଗ୍ର ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି। ଘଟଣାକୁ ନେଇ ସୋସିଆଲ ମିଡିଆରେ ଭିଡିଓ ମଧ୍ୟ ଭାଇରାଲ୍ ହେବାରେ ଲାଗିଛି। ସମଗ୍ର ଘଟଣାର ବିଧ୍ଵବଦ୍ଧ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ ହେଉଛି ।

Exit mobile version