
୨୮ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> କଟକ ସଦର ବ୍ଲକ ଉରାଳୀ ପଞ୍ଚାୟତର ସଇଁନ୍ଧା ବାଲିସାହି ଗ୍ରାମର ମା’ ଜାଗେଶ୍ୱରୀଙ୍କ ପୀଠରେ ଆଷାଢ଼ କୃଷ୍ଣପକ୍ଷ ଚତୁର୍ଥୀ ମଙ୍ଗଳବାର ଠାରୁ ଆରମ୍ଭ ହୋଇଥିବା ଶୁଭାଧିବାସ ଆରମ୍ଭ ହୋଇ ଶୁକ୍ରବାର ସନ୍ଧ୍ୟା ସପ୍ତମୀ ପର୍ଯ୍ୟନ୍ତ ଯଞ କାର୍ଯ୍ୟ ଚାଲୁ ରହିଥିଲା ।

ରାତି ଆଠଟାରେ ଯଞର ପୂର୍ଣ୍ଣାହୁତୀ ଅନୁଷ୍ଠିତ ହୋଇଥିଲା । ପୂର୍ଣ୍ଣାହୁତୀ ଦେଖିବା ପାଇଁ ସଇଁନ୍ଧା , ବାଲିସାହି , ଅମଣିଆଗୋରଡା , କାଜିପୁର , ନଛିପୁର , ବଢେଇସାହି , କୋଠସାହି , ଖଣ୍ଡେୟତା , ନାଗବାଲି ଆଦି ଗ୍ରାମର ଶ୍ରଦ୍ଧାଳୁ ମାନେ ଯୋଗ ଦେଇଥିଲେ ।
ଏହି ଅବସରରେ ଭଜନ ପରିବେଷଣ ସାଙ୍ଗକୁ ଶ୍ରଦ୍ଧାଳୁ ମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ଦୀର୍ଘ ଚାରିଦିନ ଧରି ଚାଲିଥିବା ମହାଯଜ୍ଞରେ ସଇଁନ୍ଧା ବାଲିସାହି ଗ୍ରାମର ଜନସାଧାରଣ ଏବଂ ଯୁବକ ମାନେ ସହଯୋଗ କରିଥିଲେ ।
