ସମବାୟ, ଖଦି, ବୟନ ଶିଳ୍ପ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦିପ ବଳସାମନ୍ତଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରିଛନ୍ତି – ଛତିଆ ପେଶାଦାର ସାମ୍ବାଦିକ ସଂଘର ସଦସ୍ୟମାନେ.

୨୭ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ବର :-> ସମବାୟ, ଖଦି, ବୟନ ଶିଳ୍ପ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦିପ ବଳସାମନ୍ତଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରିଛନ୍ତି , ଛତିଆ ପେଶାଦାର ସାମ୍ବାଦିକ ସଂଘର ସଦସ୍ୟମାନେ.  ଭୁବନେଶ୍ବର ଶହିଦନଗର ସ୍ଥିତ ମନ୍ତ୍ରୀଙ୍କ ବାସଭବନରେ ସଂଘର ସଭାପତି କମଳାକାନ୍ତ ପାଲ ପୁଷ୍ପ ଗୁଛ ଦେଇ ଶୁଭେଛା ଜଣାଇବା ସହ ଦୀର୍ଘ ଦୁଇ ଦଶନ୍ଧି ପରେ ରାଜ୍ୟରେ ଗଢିଥିବା ନୂଆ ସରକାରରେ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦିପ ବଳସାମନ୍ତଙ୍କ ଏହି ନୂଆ ଦାୟିତ୍ୱକୁ ସୁଚାରୁରୁପେ ସମ୍ପାଦନା ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି. ସଘର ଉପସଭାପତି ହୃଷିକେଶ ପୃଷ୍ଟି, ଜୟକାନ୍ତ ରାଉତ,

ସୌମ୍ୟ ରଞ୍ଜନ ସାହୁ, ଦିଲ୍ଲୀପ କୁମାର ବରାଳ ପ୍ରମୁଖ ଉପସ୍ଥିତ ରହି ବିଶେଷକରି ଯାଜପୁର ଜିଲ୍ଲାରେ ପ୍ରସିଦ୍ଧି ଲାଭ କରିଥିବା ହସ୍ତତନ୍ତ ଓ ହସ୍ତଶିଳ୍ପ ସମେତ ଖଦିର ଆହୁରି ଅଧିକ ପ୍ରଚାର ପ୍ରସାର ପ୍ରତି ଗୁରୁତ୍ବ ଦେବାକୁ ଅନୁରୋଧ କରିଥିଲେ. ମନ୍ତ୍ରୀଙ୍କ ସହିତ ଆଲୋଚନା ସମୟରେ ରାଜ୍ୟରେ ଦିନକୁ ଦିନ ଅସୁରକ୍ଷିତ ହେଇ ପଡୁଥିବା ଚତୁର୍ଥ ସ୍ତମ୍ଭ ପ୍ରତି ବିଶେଷ ଗୁରୁତ୍ବ ଦେଇ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରିବାକୁ ସଂଘ ପକ୍ଷରୁ ଦୃଷ୍ଟି ଆକର୍ଷଣ କରାଯାଇଥିଲା. ଯାଜପୁର ଜିଲ୍ଲା ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ବର୍ଷ ବର୍ଷ ଧରି ପତିଆରା ଦେଖାଇ ଆସୁଥିବା ବିଜେଡିର ଘଡେଇ ପରିବାରକୁ ଦମନ କରି ବିଜେପିରୁ ନିର୍ବାଚିତ ହୋଇଥିବାରୁ ରାଜ୍ୟ ସରକାର ଭରଷା କରି ଶ୍ରୀଯୁକ୍ତ ବଳସାମନ୍ତଙ୍କୁ ଜିଲ୍ଲାରୁ ଏକମାତ୍ର ମନ୍ତ୍ରୀ ଭାବେ ଦାୟିତ୍ବ ଭାର ଦେଇଛନ୍ତି.

Exit mobile version