ନବ ନିର୍ବାଚିତ ବିଧାୟକଙ୍କୁ ବିଭିନ୍ନ ପଞ୍ଚାୟତରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା 

୨୮ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭାପୁର :-> ନୟାଗଡ ଜିଲ୍ଲା ଖଣ୍ଡପଡା ନିର୍ବାଚନ ମଣ୍ଡଳୀର ନବ ନିର୍ବାଚିତ ବିଧାୟକ ଇଂ ଦୁଷ୍ମନ୍ତ କୁମାର ସ୍ବାଇଁ ଓ ଭାପୁର ବ୍ଲକର ପୂର୍ବତନ ଅଧ୍ୟକ୍ଷ ଗୟାଧର ପରିଡ଼ାଙ୍କୁ ଶୁକ୍ରବାର ଦିନ ଭାପୁର ବ୍ଲକର ବିଭିନ୍ନ ପଞ୍ଚାୟତରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି ।

ଶୁକ୍ରବାର ଦିନ ସକାଳ ୯ଘଟିକା ସମୟରେ କରବର ପଞ୍ଚାୟତରେ ବିଧାୟକ ଶ୍ରୀ ସ୍ବାଇଁ ଓ ପୂର୍ବତନ ଅଧ୍ୟକ୍ଷ ଶ୍ରୀ ପରିଡ଼ାଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିବାବେଳେ ପଦ୍ମାବତୀ, ବାଉଁଶବାଟି, କେନ୍ଦୁପଲ୍ଲି, ପଥରଚକଡା, ଧାନଚାଙ୍ଗଡ଼ା ଆଦି ପଞ୍ଚାୟତରେ ମଧ୍ୟ ସ୍ଵାଗତ, ସମ୍ବର୍ଦ୍ଧନା କରାଯାଇଥିଲା ।

ନବ ନିର୍ବାଚିତ ବିଧାୟକ ଶ୍ରୀ ସ୍ୱାଇଁ ଓ ପୂର୍ବତନ ଅଧ୍ୟକ୍ଷ ଶ୍ରୀ ପରିଡ଼ାଙ୍କୁ ପ୍ରତି ପଞ୍ଚାୟତରେ ପୁଷ୍ପଗୁଚ୍ଛ, ଉତ୍ତରୀୟ, ଫୁଲମାଳ ଆଦି ପ୍ରଦାନ କରି ସମ୍ବର୍ଦ୍ଧନା କରାଯାଇଥିବା ବେଳେ ଖୋଳ, କୀର୍ତ୍ତନ ବଜାଇବା ସହ ହରିବୋଲ ହୁଳହୁଳି ଦେଇ ପଞ୍ଚାୟତ ଗୁଡ଼ିକର ପ୍ରତ୍ୟେକ ଗ୍ରାମକୁ ପରିକ୍ରମଣ କରିଥିଲେ। ଏହି ଅବସରରେ ବିଭିନ୍ନ ପଞ୍ଚାୟତର ଜନ ପ୍ରତିନିଧି ସହ ଜନସାଧାରଣମାନେ ଉପସ୍ଥିତ ଥିଲେ ।

Exit mobile version