Home ଓଡ଼ିଶା ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ରାଜଧାନୀରେ ବିଶାଳ ବିକ୍ଷୋଭ ! by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୭ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା-ଜଟଣୀ :-> ପୂର୍ବତନ ମନ୍ତ୍ରୀ ତଥା ବିଜେଡି ନେତା ରଘୁନନ୍ଦନ ଦାସ ସାମ୍ବାଦିକା ଚିନ୍ମୟୀ ସାହୁଙ୍କୁ କୁକୁର ଲାଗାଇ ଆକ୍ରମଣ ଉଦ୍ୟମ କରିବା ଘଟଣା ନେଇ ଗୁରୁବାର ଦିନ ଶହେରୁ ଅଧିକ ସାମ୍ବାଦିକ ଓଡିଶା ରାଜ୍ୟ ସଚିବାଳୟ ସମ୍ମୁଖରେ ଏକ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏଥି ସହିତ ଚିନ୍ମୟୀଙ୍କୁ ନ୍ୟାୟ ଦେବା ଓ ରଘୁନନ୍ଦନଙ୍କ ବିରୋଧରେ ଦୃୃଢ କାର୍ଯାନୁଷ୍ଠାନ ଦାବି କରି ସାମ୍ବାଦିକ ମାନେ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଜୁନ୍ ୨୬ ରେ, ରଘୁନନ୍ଦନ ନିଜର ଦୁଇଟି କୁକୁର ଲଗାଇ ଆର୍ଗସ୍ ନ୍ୟୁଜ୍ ଟେଲିଭିଜନ ଚ୍ୟାନେଲର ମହିଳା ସାମ୍ବାଦିକ ଚିନ୍ମୟୀ ସାହୁଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ । ଯେଉଁ ସମୟରେ ସେ ଚିନ୍ନୟୀଙ୍କୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ, ସେତେବେଳେ ଚିନ୍ମୟୀ ଏକ ସିଧାପ୍ରସାରଣ ଟେଲିଭିଜନ ସୋ’ କାର୍ଯ୍ୟକ୍ରମରେ ବ୍ୟସ୍ତ ଥିଲେ । ଏହି ବିକ୍ଷୋଭ ଶୋଭାଯାତ୍ରାରେ ଅଂଶଗ୍ରହଣ କରି ବରିଷ୍ଠ ସାମ୍ବାଦିକ ରବି ଦାସ କହିଲେ ଯେ ରଘୁନନ୍ଦନ ଦାସ ବିଜେଡିର ଜଣେ ବରିଷ୍ଠ ନେତା।ସେ ପୂର୍ବରୁ ସୂଚନା ଏବଂ ଲୋକସମ୍ପର୍କ ବିଭାଗର ମନ୍ତ୍ରୀ ମଧ୍ୟ ଥିଲେ। ତାଙ୍କର ଆଚରଣ ସଂପୂର୍ଣ୍ଣ ଅଋଚିକର ଥିଲା। ସାମ୍ବାଦିକା ଚିନ୍ମୟୀ ସାହୁଙ୍କୁ ଆକ୍ରମଣ କରିବାକୁ କୁକୁର ମାନଙ୍କୁ ମୁକ୍ତ କରିବା ଭଳି ଭୟଙ୍କର କାର୍ଯ୍ୟ ଅତ୍ୟନ୍ତ ନିନ୍ଦନୀୟ। ରଘୁନନ୍ଦନ ତୁରନ୍ତ କ୍ଷମା ମାଗିବା ଉଚିତ ଏବଂ ପୋଲିସ ତାଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ ବୋଲି ସେ କହିଥିଲେ। ପୂର୍ବତନ ବରିଷ୍ଠ ସାମ୍ବାଦିକ ରାଜାରାମ ଶତପଥୀ ଏବଂ ପ୍ରସନ୍ନ ମହାନ୍ତି ମଧ୍ୟ ପୂର୍ବତନ ମନ୍ତ୍ରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ରଘୁନନ୍ଦନ ଦାସଙ୍କ ଦ୍ୱାରା ମହିଳା ସାମ୍ବାଦିକଙ୍କୁ କ୍ଷତି ପହଚାଂଇବା ଭଳି ଜଘନ୍ୟ ଉଦ୍ୟମକୁ ଆମେ ଦୃଢଭାବେ ନିନ୍ଦା କରୁଛୁ। ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ଘୃଣ୍ୟ କାର୍ଯ୍ୟକୁ ସାମ୍ବାଦିକ ମାନେ ବିରୋଧ କରିଛନ୍ତି।ତାଙ୍କ ବିରୋଧରେ ଅବିଳମ୍ବେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରୁଛୁ ବୋଲି ଶ୍ରୀ ଶତପଥୀ ଏବଂ ମହାନ୍ତି କହିଛନ୍ତି । ବିଭିନ୍ନ ଖବରକାଗଜ ଓ ଟିଭି ନ୍ୟୁଜ୍ ଚ୍ୟାନେଲର ସମ୍ପାଦକ ମାନେ ଏହି ବିକ୍ଷୋଭ ଶୋଭାଯାତ୍ରାରେ ସାମିଲ୍ ହୋଇଥିଲେ। ବରିଷ୍ଠ ସାମ୍ବାଦିକ ମନୋରଂଜନ ମିଶ୍ର,ସନ୍ଦୀପ ମିଶ୍ର,ବିରୁପାକ୍ଷ ତ୍ରିପାଠୀ,ବିପିନ ସିଂ, ସଞ୍ଜୟ ଜେନା, ଲକ୍ଷ୍ମୀ ନାରାୟଣ କାନୁନଗୋ, ଶାନ୍ତି ଭୂଷଣ ମିଶ୍ର,ଦୁର୍ଗାଶିଷ, ରଂଜନ ତ୍ରିପାଠୀ,ସ୍ୱାଧୀ ରାଉତ, ସାରଦା ଲାହଙ୍ଗୀର ସିଂ, ନୀଲିମା ପ୍ରିୟଦର୍ଶିନୀ, ଭାଗବତ ତ୍ରିପାଠୀ, ସଂଗୀତା ଅଗ୍ରୱାଲ, ରମେଶ ମହାନ୍ତି, ପ୍ରମୋଦ ସାମନ୍ତରାୟ, ଅକ୍ଷୟ ସାହୁ, ରାମଚଣ୍ଡି ରଣପ୍ରତାପ ସିଂହ, ପାର୍ଥ ସାରଥୀ ଜେନା, ପ୍ରମୋଦ ସାମନ୍ତରାୟ, ସୁରେଶ କର, ସଞ୍ଜୟ ଦାସ, ସୁକାନ୍ତ ମହାନ୍ତି ପ୍ରମୂଖ ଏହି ବିକ୍ଷୋଭରେ ଯୋଗ ଦେଇଥିଲେ । Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ଜନ ଅଭିଯୋଗ ଶୁଣାଣି ପରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ପରିଦର୍ଶନ କଲେ ସୂଚିତ ଜାତି ଓ ଜନଜାତି ଉଚ୍ଚ ବିଦ୍ୟାଳୟ by Proprietor Abhimanyu Maharana October 14, 2026 ସୁରଭି ମଞ୍ଚରେ ଝଲସିଲା ଛାତ୍ରଛାତ୍ରୀଙ୍କ ପ୍ରତିଭା : ୪ଟି ବର୍ଗରେ ୩୬ ପ୍ରତିଯୋଗିତା ଆୟୋଜିତ by Proprietor Abhimanyu Maharana October 13, 2026 ଚୋରି ଓ ଅପରାଧର ଖିଅ ଖୋଜିବ ସିସିଟିଭି ! by Proprietor Abhimanyu Maharana October 13, 2026 କନ୍ଧମାଳଜିଲ୍ଲା ସ୍ତରୀୟ ୨ୟ ଚେସ ଖେଳ ପ୍ରତିଯୋଗିତା by Proprietor Abhimanyu Maharana October 13, 2026 କନ୍ଧମାଳ ଜ଼ିଲ୍ଲା ଅଙ୍ଗନବାଡି କର୍ମଚାରୀ ସଂଘ ପକ୍ଷରୁ ବିଶାଳ ଶୋଭାଯାତ୍ରା ଓ ଦାବିପତ୍ର ପ୍ରଦାନ by Proprietor Abhimanyu Maharana October 13, 2026 କିନ୍ନର ମାନଙ୍କ ଅଧିକାର ସମ୍ପର୍କିତ ଦିନିକିଆ ଜିଲ୍ଲା ସ୍ତରୀୟ କର୍ମଶାଳା by Proprietor Abhimanyu Maharana October 13, 2026