ଭବାନୀପାଟଣା ଠାରେ ରଥଯାତ୍ରା ଓ ବାହୁଡା଼ ଯାତ୍ରା୨୦୨୪ନିମନ୍ତେ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ

୨୭ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଳାହାଣ୍ଡି :-> ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ୨୦୨୪ ବର୍ଷ ନିମନ୍ତେ ରଥଯାତ୍ରା ଓ ବାହୁଡା଼ ଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଶ୍ରୀଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା ଆସନ୍ତା ଜୁଲାଇ ମାସ ୭ ତାରିଖ ଓ ବାହୁଡା଼ ଯାତ୍ରା ୧୫ ତାରିଖ ଦିନ ଶାନ୍ତି ଶୃଙ୍ଖଳାର ସହ ସୁଚାରୁରୂପେ ପାଳନ ପାଇଁ ଜିଲ୍ଲାପାଳ ଉପସ୍ଥିତ ସମସ୍ତଙ୍କୁ ସ୍ବାଗତ କରି ଆଲୋଚନା କରିଥିଲେ । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୱାନ୍ ଏଜେଣ୍ଡା ଅନୁଯାୟୀ ବିବରଣୀ ପାଠ କରିଥିଲେ । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ତ୍ରିଲୋଚନ ପାତ୍ର,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ଡିଗା, ପୌରପାଳିକା ଅଧ୍ୟକ୍ଷା ଶ୍ରୀମତୀ ସଂଯୁକ୍ତା ବେହେରା ଉପସ୍ଥିତ ଥିଲେ ।

ଚଳିତ ବର୍ଷ ମହାପ୍ରଭୁଙ୍କ ପହଣ୍ଡିବିଜେ ଓ ଛେରାପହଁରା ଆସନ୍ତା ଜୁଲାଇ ମାସ ୭ ତାରିଖ ଦିନ ଅପରାହ୍ନ ୪.୦୦ ଘ ସମୟରେ ମହାରାଜା ଅନନ୍ତ ପ୍ରତାପ ଦେଓଙ୍କ ଦ୍ଵାରା ସମାପନ ହେବ। ପୋଲିସ ବିଭାଗ ତରଫରୁ ଶାନ୍ତି ଶୃଙ୍ଖଳା ରକ୍ଷା ,ପ୍ରଶାସନ ଦ୍ବାରା ମାଜିଷ୍ଟ୍ରେଟ ମୃତୟନ,ପୋଲିସ ନିୟନ୍ତ୍ରଣ କକ୍ଷ ସ୍ଥାପନ ,ମାଉସୀମା ମନ୍ଦିର ନିକଟରେ ଆବଶ୍ୟକ ସୁରକ୍ଷା କର୍ମୀ ମୃତୟନ,ସୁରକ୍ଷା ଦୃଷ୍ଟିରୁ ମହାପ୍ରଭୁଙ୍କୁ ଭକ୍ତ ବୃନ୍ଦଙ୍କ ତଳୁ ଦର୍ଶନ,ଯାନବାହାନ ଚଳାଚଳ ଓ ଟ୍ରାଫିକ ନିୟନ୍ତ୍ରଣ , ଜଗନ୍ନାଥ ମନ୍ଦିର ରାସ୍ତା ବେରିକେଡ଼ିଂ,ରଥଟଣା ସମୟରେ ରାସ୍ତାକଡ ଦୋକାନୀଙ୍କୁ ସ୍ଥାନାନ୍ତର ,ରଥ ତିଆରି ଓ ରଥ ଚଳାଚଳର ଉପଯୁକ୍ତତା ପ୍ରମାଣପତ୍ର , ସେବାୟତ ଓ ପୂଜକଙ୍କୁ ପ୍ରଶାସନ ଦ୍ଵାରା ପରିଚୟ ପତ୍ର ପ୍ରଦାନ ,ଖାଦ୍ୟ ନିରୀକ୍ଷକଙ୍କ ଦ୍ଵାରା ରାସ୍ତା କଡ ଓ ହୋଟେଲର ଖାଦ୍ୟ ଯାଞ୍ଚ , ଭ୍ରାମ୍ୟ ମାଣ ସ୍ବାସ୍ଥ୍ୟ ଯାନ ଓ ଆମ୍ବୁଲାନ୍ସ ସେବା,ଭକ୍ତ ବୃନ୍ଦଙ୍କ ପାଇଁ ପାନୀୟ ଜଳର ବ୍ୟବସ୍ଥା ,

ଆମିଷ ଓ ମଦ ବିକ୍ରି ଉପରେ କଟକଣା,ସାମୟିକ ବିଦ୍ୟୁତ୍ ସରବରାହ ବନ୍ଦ ବ୍ୟବସ୍ଥା,ରାସ୍ତା ଓ ନାଳ ନର୍ଦ୍ଦମା ସଫା ଓ ବ୍ଲିଚିଂ ,ରଥଯାତ୍ରା ଓ ବାହୁଡା଼ ଯାତ୍ରାର ଧାରା ବିବରଣୀ କେନ୍ଦ୍ର,ମାଉସୀ ମା ମନ୍ଦିର ଓ ବାଲାଜୀ ମନ୍ଦିର ନିକଟରେ ଭଜନ ସମାରୋହ ,ଅସ୍ଥାୟୀ ପାର୍କିଂ ବ୍ୟବସ୍ଥା ଇତ୍ୟାଦି ଉପରେ ସବିଶେଷ ଆଲୋଚନା ହୋଇ ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଦାୟିତ୍ୱ ଦିଆଗଲା।ସଭାରେ ଗଠନମୂଳକ ଆଲୋଚନା ହୋଇ ସର୍ବସମ୍ମତି କ୍ରମେ ବିଭିନ୍ନ ପ୍ରସ୍ତାବ ଗ୍ରହଣ କରାଗଲା । ବୈଠକରେ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସମେତ ଜଗନ୍ନାଥ ମନ୍ଦିର ପୂଜକ ଓ ସେବାୟତ,ସାଂସଦ ପ୍ରତିନିଧି, ରାଜନୈତିକ ଦଳର କମିଟି କର୍ମକର୍ତ୍ତା,କଳାହାଣ୍ଡି ଓକିଲ ସଂଘ ସଭାପତି ,ମସଜିଦ କମିଟିର ସଭାପତି/କର୍ମକର୍ତ୍ତା, ସହରର ବୁଦ୍ଧିଜୀବୀ , ଓକିଲ, ବାଲାଜୀ ମନ୍ଦିର କମିଟି କର୍ମକର୍ତ୍ତା ଏବଂ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ ।

Exit mobile version