ଶୋକ ସନ୍ତପ୍ତ ପରିବାରଙ୍କୁ ଭେଟିଲେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା

୨୭ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୂଆଗାଁ :-> ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ସଦରମହକୁମା ରେ ଥିବା ନୂଆଗାଁ ଗ୍ରାମ ର ବରିଷ୍ଠ ବିଜେଡି ସଂଗଠକ ତଥା ସମାଜସେବୀ ସ୍ୱର୍ଗତ ପ୍ରମୋଦ କୁମାର ପ୍ରଧାନ ଓ ପାରାଢିପ ପଞ୍ଚାୟତ ଅନ୍ତର୍ଗତ ରଗଡ଼ିସାହି ଗ୍ରାମର ଉଦୟନାଥ ବେହେରା ଙ୍କ ବିୟୋଗ ଖବର ଶୁଣି ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଉଭୟଙ୍କ ଘରେ ପହଞ୍ଚି ଅମର ଆତ୍ମାର ସଦଗତି କାମନା କରିବା ସଙ୍ଗେ ସଙ୍ଗେ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଭେଟି ସମବେଦନା ଜଣାଇଛନ୍ତି ।

ଅନ୍ୟ ମାନଙ୍କ ମଧ୍ୟରେ ନୂଆଗାଁ ବ୍ଲକ ଅଧ୍ୟକ୍ଷା ଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା, ଜିଲ୍ଲା ବିଜେଡ଼ି ଉପ ସଭାପତି ଦିଲ୍ଲୀପ କୁମାର ଦଳବେହେରା, ପାରାଢ଼ିପି ସରପଞ୍ଚ ବିଭୁତି ପ୍ରଧାନ, ମାଇଛେଳି ସରପଞ୍ଚ ଙ୍କ ପ୍ରତିନିଧି ଦାଶରଥି ପ୍ରଧାନ, ନୂଆଗାଁ ପଞ୍ଚାୟତ ସଭାପତି ପ୍ରକାଶ ନାୟକ,ଭଗବାନ ପ୍ରଧାନ , ଅବସରପ୍ରାପ୍ତ ଶିକ୍ଷକ ଦେବରାଜ ଖଣ୍ଡୁଆଳ ପ୍ରମୁଖ ଉପସ୍ଥିତ ଥିଲେ ।

Exit mobile version