Home ଓଡ଼ିଶା ପି୍ରୟ ବାଘୁଣୀ ‘ସାରା’ ଆଖି ବୁଜିଲା : ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଶୋକାକୁଳ ପରିବେଶ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୭ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ପି୍ରୟ ବାଘୁଣୀ ‘ସାରା’ ଆଜି ଭୋରରୁ ଆଖି ବୁଜିଛି l ସମଗ୍ର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପି୍ରୟ ବଣୁଆ ବାଘୁଣୀ ‘ସାରା’ର ମୃତୁ୍ୟ ଏକ ଶୋକାକୁଳ ପରିବେଶ ସୃଷ୍ଟି କରିଛି ବୋଲି ନନ୍ଦନକାନନ ପ୍ରାଣୀ ଉଦ୍ୟାନର ନିର୍ଦ୍ଦେଶକ ଡ. ମନୋଜ ନାୟାର ପ୍ରକାଶ କରିଛନ୍ତି l ନନ୍ଦନକାନନ ବାଘ ପରିବାରର ଅବିଚ୍ଛେଦ୍ୟ ଅଙ୍ଗ ଭାବେ ‘ସାରା’ ବାଘୁଣୀ ସୁପରିଚିତ ଥିଲା l ମଧ୍ୟପ୍ରଦେଶର ବାନ୍ଧବଗଡ଼ ବ୍ୟାଘ୍ର ଅଭୟାରଣ୍ୟରୁ ୨୦୦୬ ମସିହା ଅକେଫାବର ୧୮ ତାରିଖରେ ମାତ୍ର ୫ ବର୍ଷ ବୟସରେ ଉଦ୍ଧାର କରାଯାଇ ଭୋପାଳର ବନ ବିହାର ପ୍ରାଣୀ ଉଦ୍ୟାନରେ ‘ସାରା’କୁ ଲାଳନପାଳନ କରାଯାଇଥିଲା l ପ୍ରାଣୀ ବିନିମୟ କାର୍ଯ୍ୟକ୍ରମ ମାଧ୍ୟମରେ ୨୦୦୯ ମସିହା ଏପି୍ରଲ ୧୮ ତାରିଖରେ ଭୁବନେଶ୍ୱରସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିଥିଲା l ବ୍ୟାଘ୍ର ସଂରକ୍ଷଣ ଓ ପ୍ରଜନନ କାର୍ଯ୍ୟକ୍ରମରେ ବାଘୁଣୀ ‘ସାରା’ ର ଅବଦାନ ଥିଲା ଗୁରୁତ୍ୱପୂର୍ଣ୍ଣ l ବାଘ ଓ ବାଘୁଣୀ ଙ୍କ ଔରସରେ ଜାନୁଆରୀ ୧୩, ୨୦୧୨ରେ ଆଶା, ଅଙ୍କିତା ଏବଂ ଶୁଭଶ୍ରୀ ଜନ୍ମ ହୋଇଥିଲେ l ବ୍ୟାଘ୍ର ପ୍ରଜନନ ଦୃଢ଼ ହୋଇଥିଲା ଓ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବ୍ୟାଘ୍ରର ବଂଶ ବୃଦ୍ଧି କରିବାରେ ‘ ସାରା’ ଏକ ମୁଖ୍ୟ ଭୂମିକା ନେଇଥିଲା l ପରେ ଅନ୍ୟ ଏକ ପ୍ରାଣୀ ବିନିମୟ କାର୍ଯ୍ୟକ୍ରମ ଅଧୀନରେ ‘ଆଶା’ କୁ ହାଇଦ୍ରାବାଦର ନେହେରୁ ପ୍ରାଣୀ ଉଦ୍ୟାନକୁ ସ୍ଥାନାନ୍ତର କରାଯାଇଥିଲା ‘ ୨୦୨୪ ଫେବୃଆରୀ ୨୯ ତାରିଖରେ ‘ସାରା’ ଙ୍କୁ ଠିଆ ହୋଇ ନପାରିବା, ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହେଉଥିବା ଓ ନିସ୍ତେଜ ଭାବେ ଦେଖିବାକୁ ମିଳିଥିଲା l ଆଣ୍ଟବାୟୋଟିକ୍ ଓ ସପୋର୍ଟିଭ ଥେରାପିରେ ଚିକିତ୍ସା କରିବା ପରେ ‘ସାରା’ ୨୦୨୪ ମାର୍ଚ୍ଚ ୩ରେ ଠିଆ ହୋଇ ମାଂସ ଗ୍ରହଣ କରିଥିଲା l ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିବା ‘ସାରା’ କେବଳ ଆହାର ଏବଂ ଛୋଟ ଖୁଆଡ଼ ଅଞ୍ଚଳ ମଧ୍ୟରେ ଚଳାଚଳକୁ ସୀମିତ କରିଦେଇଥିଲା l ୨୦୨୪ ମସିହା ମାର୍ଚ୍ଚ ୩୧ ତାରିଖରେ ଉଭୟ ଜାନୁରେ ଡେକୁ୍ୟବିଟାଲ ଅଲସର ହୋଇଥିଲା ଏବଂ ନିରବଚ୍ଛିନ୍ନ ଭାବେ ତା’ର ଚିକିତ୍ସା କରାଯାଉଥିଲା l ଖାଦ୍ୟ ଗ୍ରହଣ କରିବା ସତ୍ତେ୍ୱ ସେ ଧୀରେ ଧୀରେ ଦୁର୍ବଳ ହୋଇଯାଇଥିଲା l ଜୁନ୍ ୨୬, ୨୦୨୪ରେ ‘ସାରା’ ର ଶ୍ୱାସକି୍ରୟା ଦୁର୍ବଳ ସହିତ ପାଶ୍ୱର୍ ପ୍ରତିକି୍ରୟାରେ ଆକ୍ରାନ୍ତ ଥିବାର ଦେଖାଯାଇଥିଲା l ନନ୍ଦନକାନନ ପ୍ରାଣୀ ଉଦ୍ୟାନର ପ୍ରାଣୀ ଚିକିତ୍ସକମାନଙ୍କ ସମସ୍ତ ଉଦ୍ୟମ ସତ୍ତେ୍ୱ ସେ ଜୁନ୍ ୨୭ ଭୋର ୪ଟା ୪୨ ମିନିଟ୍ରେ ୧୮ ବର୍ଷ ଏକମାସ ବୟସରେ ‘ସାରା’ ବାର୍ଦ୍ଧକ୍ୟଜନିତ ରୋଗରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲା l ନନ୍ଦନକାନନର ପି୍ରୟ ବାଘୁଣୀ ‘ସାରା’ ର ମୃତୁ୍ୟରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ସମସ୍ତ ଅଧିକାରୀ ଓ କର୍ମଚାରୀ ଦୁଃଖ ପ୍ରକାଶ କରିଛନ୍ତି l ଭାରତରେ ବ୍ୟାଘ୍ର ସଂରକ୍ଷଣ କ୍ଷେତ୍ରରେ ‘ସାରା’ ବାଘୁଣୀର ଗୁରୁତ୍ୱପୂର୍ଣ୍ଣ ଅବଦାନ ସ୍ମରଣୀୟ l Categories: ଓଡ଼ିଶା, କଟକ, ଖୋର୍ଦ୍ଧା, ମହାନଗର, ହୋମ୍ Related Content ପ୍ରାଥମିକ ଶିକ୍ଷକ ସଂଘର କର୍ମକର୍ତ୍ତାଙ୍କ ଦାୟିତ୍ୱ ଗ୍ରହଣ by Proprietor Abhimanyu Maharana August 19, 2026 ନିଶାମୁକ୍ତ ସମାଜ ଗଠନ ପାଇଁ ଆଜି ରାଜ୍ୟର ସାମୁହିକ ଶପଥ ପାଠ by Proprietor Abhimanyu Maharana August 19, 2026 ଜିଲ୍ଲା ପ୍ରଶାସନ ଙ୍କ ସମେତ ବହୁ ବିଧାୟକ ଙ୍କ ଖଣ୍ଡପଡ଼ା ସୁନାମୁହିଁ ଡ୍ୟାମ ପରିଦର୍ଶନ by Proprietor Abhimanyu Maharana August 19, 2026 Rashtriya Prabasi Odia Paribar hosts Health Camp by Proprietor Abhimanyu Maharana August 19, 2026 ରାଷ୍ଟ୍ରୀୟ ପ୍ରବାସୀ ଓଡିଆ ପରିବାର ଦ୍ୱାରା ସ୍ୱାସ୍ଥ୍ୟ ଶିବିର ଆୟୋଜନ by Proprietor Abhimanyu Maharana August 19, 2026 ରାଷ୍ଟ୍ରୀୟ ପ୍ରବାସୀ ଓଡିଆ ପରିବାର ଦ୍ୱାରା ସ୍ୱାସ୍ଥ୍ୟ ଶିବିର ଆୟୋଜନ by Proprietor Abhimanyu Maharana August 19, 2026