Home Uncategorized ଶ୍ରୀଶ୍ରୀ ଜଗନ୍ନାଥ ନାମ ସଂକୀର୍ତନ ଲୋକକଳା ପରିଷଦର ସାଙ୍ଗଠନିକ ବୈଠକ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp କଳାକାରଙ୍କ ସୁରକ୍ଷା ପାଇଁ ପ୍ରସ୍ତାବ ସହ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କୁ ସାକ୍ଷାତ ୨୬ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଶ୍ରୀ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ନାମ ସଂକୀର୍ତନ କରୁଥିବା ଲକ୍ଷ ଲକ୍ଷ କଳାକାରଙ୍କ ସୁରକ୍ଷା ସହ କଳାକାର ତାଲିକା ଭୁକ୍ତ କରିବାକୁ ଜୋରଦାର ଦାବୀ ପରେ ସରକାର ସେମାନଙ୍କ କଥା କିଂଚିତ ଶୁଣିଛନ୍ତି l ଆଜି ବୁଲନ ଭାଇ ସେବା ଭବନ ଠାରେ ଶ୍ରୀ ଶ୍ରୀ ଜଗନ୍ନାଥ ସଂକୀର୍ତନ ଲୋକକଳା ପରିଷଦର ସାରା ରାଜ୍ୟର ତିରିଶ ଗୋଟି ଜିଲ୍ଲାର ସଭାପତିଙ୍କ ସହ ରାଜ୍ୟ କର୍ମକର୍ତା ପ୍ରାୟ ଦୁଇଶହ ଜଣଙ୍କ ଉପସ୍ଥିତିରେ ସାଙ୍ଗଠନିକ ବୈଠକ ପରିଷଦର ସଭାପତି ବାସୁଦେବ ଭଟ୍ଟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟ ସଂଯୋଜକ ପ୍ରସନ୍ନ ବିଷୋୟୀ, ସମ୍ପାଦକ ସୁଦର୍ଶନ ଚମ୍ପତି, କୋଷାଧ୍ୟକ୍ଷ୍ୟ ପ୍ରସନ୍ନ ବଡ଼ଜେନା ବୈଠକ ଓ ସଂକୀର୍ତନ କଳାକାରଙ୍କ ମୌଳିକ ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ l ଆଜିର ବୈଠକରେ ନିର୍ବାଚନ ପୂର୍ବରୁ ବିଭିନ୍ନ ଦାବୀ ପୂରଣ ପାଇଁ ଯେଉଁ ପ୍ରୟାସ କରାଯାଇଥିଲା ତାହା ପୁଣି ନୂତନ ସରକାର ପାଖରେ ସଠିକ ଢଙ୍ଗରେ ଉପସ୍ଥାପନା କରି କଳାକାର ମାନଙ୍କୁ ସୁରକ୍ଷା ପ୍ରଦାନ ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା l ବିଶେଷ କରି ମୁଖ୍ୟମନ୍ତ୍ରୀ କଳାକାର ସହାୟତା ପ୍ରଦାନ ପାଇଁ 30 ହାଜର ପରିବର୍ତ୍ତେ ଏକ ଲକ୍ଷ କଳାକାରଙ୍କୁ ସହାୟତା ପ୍ରଦାନ କରିବା l ଆବେଦନ ପ୍ରକ୍ରିୟା ସମ୍ପୂର୍ଣ ଅନଲାଇନ କରିବା, ସରକାର ପ୍ରଦତ୍ତ ପ୍ରମାଣ ପତ୍ର ଯଥା ଆଧାର କାର୍ଡ, ଭୋଟର କାର୍ଡ, ରାସନ କାର୍ଡ, ବିଜୁ ସ୍ୱାସ୍ଥ୍ୟ କାର୍ଡ, ଜବକାର୍ଡ ଆଦିକୁ ଆବେଦନ ପ୍ରକ୍ରିୟାରେ ଯୋଗ୍ୟତା ଭାବେ ଗ୍ରହଣ କରିବା ସହିତ ଆବେଦନ ପ୍ରକ୍ରିୟାକୁ ପୁଣିଥରେ ଆବେଦନ ପାଇଁ ସମୟ ଦେବା ଆଦି ଉପରେ ନୂତନ ସରକାରଙ୍କ ନିକଟରେ ଦାବୀ ଉପରେ ପ୍ରସ୍ତାବ ସହିତ ମାନ୍ୟବର ସଂସ୍କୃତି ମନ୍ତ୍ତୀ ସୁର୍ୟାବଂଶୀ ସୁରଜଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରି ଆଲୋଚନା କରିଥିଲେ l ସଂସ୍କୃତି ମନ୍ତ୍ରୀ ଆଗାମୀ 15 ଦିନ ଭିତରେ ବିଭାଗୀୟ ସଚିବ ଓ ଅଧିକାରୀ ମାନଙ୍କ ଉପସ୍ଥିତିରେ ପରିଷଦର କର୍ମ କର୍ତ୍ତା ମାନଙ୍କ ସହିତ ବୈଠକରେ ସବିଶେଷ ଆଲୋଚନା କରି ସମସ୍ୟା ସମାଧାନ କରିବାକୁ କହିଥିଲେ l ଆଜିର ସାଙ୍ଗଠନିକ ବୈଠକ ରେ ଜିଲ୍ଲା ସଭାପତି (ଯାଜପୁର )ଧନେଶ୍ୱର ନାଥ, କେନ୍ଦୁଝର ଶ୍ରୀପତି ସାମଲ ଯୁଗ୍ମ ସମ୍ପାଦକ ସ୍ଵର୍ଣ୍ଣଲତା ଦଳାଇ, ସହ ସମ୍ପାଦକ ଲଷ୍ମୀ ମଣ୍ଡଳ ଓ ପ୍ରତିମା ସାହୁ, ବରଗଡ଼ ସୁଶାନ୍ତ କୁମାର ଦାଶ, ଧର୍ମରାଜ ବେହେରା, ରାଜ୍ୟ ଉପସଭାପତି ଗିରିଧାରୀ ବିଶ୍ୱାଳ, ସଂଗଠନ ସମ୍ପାଦକ ଲଷ୍ମୀଧର ବେହେରା, , ଦୁଃଖିଶ୍ୟାମ ମହାପାତ୍ର, ଉପସଭାପତି ସନ୍ତୋଷ କୁମାର ସାହୁ, ଭୁବନେଶ୍ୱର କୃଷ୍ଣଚନ୍ଦ୍ର ଗୋଛାୟତ,ଉପଦେଷ୍ଟା ବାବା ପଞ୍ଚାଦେବ, ବିଜନ ମହାନ୍ତି, ନନ୍ଦ କିଶୋର ସାହୁ, ଚନ୍ଦ୍ରଶେଖର ସାମଲ, ଖୋର୍ଦ୍ଧାର ପ୍ରଶାନ୍ତ ସ୍ୱାଇଁ, ପୁରୀ ନାରାୟଣ ଚମ୍ପତି, କଟକ ପ୍ରଭାତୀ ପାତ୍ର, ଜଗତସିଂହପୁର ବିଭୁତି ଭୂଷଣ ସ୍ୱାଇଁ, ଢେଙ୍କାନାଳ ମମତା ସାହୁ, ଅନୁଗୁଳ ଶେଷଦେବ ସାହୁ, ସମ୍ବଲପୁର ସୋମନାଥ କେଶରୀ, ସୁନ୍ଦରଗଡ ଧ୍ରୁବ କଲୁ , ବଲାଙ୍ଗୀର ଆରବିନ୍ଦ ମହାନ୍ତି, କଳାହାଣ୍ଡି ଜଗଦୀଶ ଡାକୁଆ, ଅକ୍ଷୟ କୁମାର ବରାଳ, ଦୁଃଜୟ କୁମାର ମହାନ୍ତି, ବିଷ୍ଣୁ ବାରିକ, ଶ୍ରୀନିବାସ ସାମନ୍ତରାୟ, ସତ୍ୟଜିତ ରାଉତରାୟ, ଦିଗାମ୍ବର ସିଂ,ସନ୍ତୋଷ ସାହୁ, ରା଼ଞ୍ଜୁଲତା ପଣ୍ଡା, ଦ୍ରୌପଦୀ ନାୟକ ପ୍ରମୁଖ ବିଭିନ୍ନ ଜିଲ୍ଲାରୁ ଆସିଥିବା ରାଜ୍ୟ ପଦାଧିକାରୀ ଯୋଗଦାନ କରିଥିଲେ l Categories: Uncategorized Related Content ଶିକ୍ଷା କେବଳ ଜ୍ଞାନ ନୁହେଁ, ମଣିଷ ଗଢିବାର ଏକ ମହାନ ପ୍ରକ୍ରିୟା - ମୁଖ୍ୟମନ୍ତ୍ରୀ by Proprietor Abhimanyu Maharana September 6, 2026 ରାତ୍ର ପେଟ୍ରୋଲିଂ କଡାକଡି କରିବା ପାଇଁ ବୁଦ୍ଧିଜିବି ମହଲରେ ଦାବି by Proprietor Abhimanyu Maharana August 15, 2026 ରଥଯାତ୍ରା ୨୦୨୬ ପ୍ରସ୍ତୁତି ନେଇ ଛତିଶା ନିଯୋଗ ସହ ସମନ୍ୱୟ ବୈଠକ by Proprietor Abhimanyu Maharana July 3, 2026 Preparations on for Ratha Yatra at Delhi’s Hauz Khas Temple by Proprietor Abhimanyu Maharana June 27, 2026 ପୁରୀରେ ପଞ୍ଚମୁଖୀ ମହାବୀରଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା, ତିନିଦିନିଆ ଯଜ୍ଞରେ ଭକ୍ତିମୟ ପରିବେଶ by Proprietor Abhimanyu Maharana April 8, 2026 କୁଦିଆରୀ ମା ଜାଗୁଳେଇଙ୍କ ବାସନ୍ତିକ ଦୁର୍ଗାପୂଜା ଓ ନବରାତ୍ର ମହୋତ୍ସବ : ସ୍କାଳରାତ୍ରି ବେଶରେ ଦର୍ଶନ ଦେଲେ ମା' by Proprietor Abhimanyu Maharana March 25, 2026