
୨୬ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୂଆଗାଁ :-> ନୂଆଗାଁ ବ୍ଲକ ଅନ୍ତର୍ଗତ ଜାକେଡା ପଞ୍ଚାୟତ ଅଧୀନରେ ଥିବା କନ୍ଧଖାଲମଡା ମହାବୀର କ୍ରିକେଟ ଆସୋସିଏସନ୍ ଆନୁକୂଲ୍ୟରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଆଜି ଫାଇନାଲ ମ୍ୟାଚ୍ ରେ କୁସୁମଗାଡିଆ ସହିତ ଶିମିଳିସାହି ମା ବାଗଦେବୀ କ୍ରିକେଟ ଦଳ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଶିମିଳିସାହି ଟଚ୍ ଉଇନ୍ କରି ବୋଲିଂ ର ନିଷ୍ପତି ନେଇଥିଲା । କୁସୁମଗାଡ଼ିଆ କ୍ରିକେଟ ଦଳ ପ୍ରଥମେ ବ୍ୟାଟିଂ କରି ୧୨ଓଭର ରେ ୪ୱିକେଟ ହରାଇ ୧୪୫ ରନ୍ ସଂଗ୍ରହ କରିଥିଲେ । ଏହାର ଜବାବରେ ଶିମିଳିସାହି କ୍ରିକେଟ ଦଳ ୯ ଓଭରରେ ୧୦ ୱିକେଟ ହରାଇ ୬୬ ରନ୍ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲେ । ଫାଇନାଲ ମ୍ୟାଚରେ ଶିମି଼ଳିସାହି ମା ବଗଦେବୀ କ୍ରିକେଟ ଦଳକୁ ହରାଇ କୁସୁମଗାଡ଼ିଆ କ୍ରିକେଟ ଦଳ ୭୯ ରନ୍ ରେ ବିଜୟୀ ହୋଇଛି ।
