ସାହିତ୍ୟାୟନ ୨୦୨୪ ଉତ୍ସବରେ ସମ୍ମାନିତ ହେଲେ ବାଙ୍ଗାଲୋର ଓଡ଼ିଆ ସାହିତ୍ୟ ସମାଜର ସଭ୍ୟସଭ୍ୟା ମାନେ

୨୬ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍ଗାଲୋର :->  ବାଙ୍ଗାଲୋର ର ଇସ୍ରୋ ମଙ୍ଗଳଧାମ ହଲ,ଇନ୍ଦିରା ନଗର ଠାରେ ଅନୁଷ୍ଠିତ ହୋଇଥିବା “ସାହିତ୍ୟାୟନ ୨୦୨୪” ବାଙ୍ଗାଲୋର ଲିଟ୍ରେଚର ଫେଷ୍ଟିଭାଲ ରେ ସୁଶ୍ରୀ ଶୁଭଶ୍ରୀ ଓ ଗୀତିକବିତା ସମାଜ ତରଫରୁ ବାଙ୍ଗାଲୋର ଓଡ଼ିଆ ସାହିତ୍ୟ ସମାଜର ସଭ୍ୟମାନଙ୍କୁ ସମ୍ମାନିତ କରାଯାଇଥିଲା । ବାଙ୍ଗାଲୋର ଓଡ଼ିଆ ସାହିତ୍ୟ ସମାଜର ଡ଼ଃ ଶରତ ଚନ୍ଦ୍ର ଦାଶ,ଅଜୟ କେତନ ମହାନ୍ତି, ଇଂ ଅବନ୍ତି ମଲ୍ଲିକ, ଅନୁରୂପା ସିଂ, ବିଜୟ କୃଷ୍ଣ ନନ୍ଦ,ବିଶ୍ୱରଞ୍ଜନ ଗୋସ୍ୱାମୀ,

ବିଶ୍ୱଭାରତୀ ଦାଶ, ସ୍ନେହା ମିଶ୍ର, ଡଲି ମହାପାତ୍ର, ଯାଜ୍ଞସେନିପଣ୍ଡା, ତପସ୍ୱିନୀ ଷଡ଼ଙ୍ଗୀ, ଦୁର୍ଗେଶ ନନ୍ଦିନୀ ଦାଶ ପ୍ରମୁଖଙ୍କ ଉପସ୍ଥିତିରେ ସୁଶ୍ରୀ ଶୁଭଶ୍ରୀ ସାହିତ୍ୟ ସଂସଦ ତରଫରୁ ଯୁବ କବି ତଥା ବାଙ୍ଗାଲୋର ଓଡ଼ିଆ ସାହିତ୍ୟ ସମାଜର ଶ୍ରୀ ପ୍ରଶାନ୍ତ କୁମାର ନାଥଙ୍କୁ “ସୁଶ୍ରୀ ବାଣୀପ୍ରଭା ସମ୍ମାନ”, ଲୋପମୁଦ୍ରା ପରିଡ଼ା, ତପସ୍ୱିନୀ ଦଶ ଷଡ଼ଙ୍ଗୀ, ତେଜସ୍ୱିନୀ ପାତ୍ର ଏବଂ ଯାଜ୍ଞସେନି ପଣ୍ଡାଙ୍କୁ “ସୁଶ୍ରୀ ଗାଳ୍ପିକା ସମ୍ମାନ”ରେ ସମ୍ମାନିତ କରାଯାଇଥିବା ବେଳେ ଗୀତି କବି ସମାଜ ତରଫରୁ ବାଙ୍ଗାଲୋର ଓଡ଼ିଆ ସାହିତ୍ୟ ସମାଜର ସଭାପତି ତାପସ ରାଜ୍, ଅଜୟ କେତନ ମହାନ୍ତି, କାର୍ତ୍ତିକ ସ୍ୱାଇଁ ଏବଂ ଅନୁରୂପା ସିଂ ଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା ।

ଏହି ଅବସରରେ ଅନ୍ୟ ଗଣ୍ୟ ମାନ୍ୟ ବ୍ୟକ୍ତିତ୍ୱଙ୍କ ସହ ସୁଶ୍ରୀ ଶୁଭଶ୍ରୀ ତରଫରୁ ଶ୍ରୀମତୀ ବସନ୍ତ ମଞ୍ଜରୀ ଦାଶ , ଗୀତି କବିତା ସମାଜରୁ ଶ୍ରୀ ଗୌର ପଟ୍ଟନାୟକ, ଶ୍ରୀ ପ୍ରେମଚାନ୍ଦ ମହାନ୍ତି ପ୍ରମୁଖ ବାଙ୍ଗାଲୋର ଓଡ଼ିଆ ସାହିତ୍ୟ ସମାଜର ଏହି ବହୁଭାଷୀ ସାହିତ୍ୟ ସମ୍ମିଳନୀକୁ ସମସ୍ତେ ପ୍ରଶଂସା କରିବା ସହିତ ଏହାର ସମସ୍ତ କର୍ମକର୍ତ୍ତା ମାନଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।

 

Exit mobile version