୨୬ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଚିଲିକା :-> ନାଚୁଣୀ ସ୍ଥିତ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ଜାଗ୍ରୃତିକା ପକ୍ଷରୁ ଆଜି ସୁନାଖଳା ଗ୍ରାମର ଜନୈକା ଧର୍ମପ୍ରାଣା ମହିଳା ସ୍ଵର୍ଗତା ତମାଳରାଣୀ ଦେବୀଙ୍କ ଦ୍ଵାଦଶାହ ସ୍ମୃତି ଶ୍ରଦ୍ଧାଞ୍ଜଳି ସମାରୋହ ଅନୁଷ୍ଠିତ ହୋଇ ଯାଇଛି। ଜାଗ୍ରୃତିକା ର ବରିଷ୍ଠ ଉପଦେଷ୍ଟା ବିଶିଷ୍ଟ ସାହିତ୍ୟିକ ତଥା ପାଲା ଗାୟକ ରାମଚନ୍ଦ୍ର କର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସ୍ମୃତି ଚାରଣ ସଭାରେ ପ୍ରାରମ୍ଭ ରେ ପ୍ରଫେସର ଗଙ୍ଗାଧର ପ୍ରଧାନ ସୂଚନା ଦେବା ପରେ ଉପସ୍ଥିତ ଶ୍ରଦ୍ଧାଳୁ ବ୍ୟକ୍ତିମାନେ ସ୍ଵର୍ଗତ ଆତ୍ମାର ସଦ୍ ଗତି ପାଇଁ ଏକ ମିନିଟ ନୀରବ ପ୍ରାର୍ଥନା ସହିତ ପୁଷ୍ପାଞ୍ଜଳି ପ୍ରଦାନ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।
ଏହାପରେ ସ୍ବର୍ଗତା ତମାଳରାଣୀ ଦେବୀଙ୍କ ବହୁବିଧ ଅମାୟିକ ଗୁଣାବଳୀର ସ୍ମୃତି ଚାରଣ କରି ପ୍ରଫେସର ଗଙ୍ଗାଧର ପ୍ରଧାନ, ଶିକ୍ଷକ ଦୁର୍ଯୋଧନ ପ୍ରଧାନ, ଅବସରପ୍ରାପ୍ତ ଶିକ୍ଷକ ପଠାଣି ବଳବନ୍ତରାୟ, ସାମ୍ବାଦିକ ଦିଲ୍ଲୀପ କୁମାର ଶତପଥୀ, ସତ୍ୟସାଇ ସଙ୍ଗଠନ, ନାଚୁଣୀ ର କର୍ମକର୍ତ୍ତା ଶରତ ଚନ୍ଦ୍ର ପାତ୍ର,ନୀରଦ କୁମାର ମହାପାତ୍ର, ପ୍ରଧାନ ଶିକ୍ଷକ ଆଶିଷ କୁମାର ପତି, ଜାଗ୍ରୃତିକା ସଙ୍ଗଠନର ସମ୍ପାଦକ ବିରଞ୍ଚି ନାରାୟଣ ପ୍ରସାଦ ନାୟକ, କଳାକାର ଦିଲ୍ଲୀପ କୁମାର ଦାଶ,
ନାଟ୍ୟକାର ଭିକାରୀ ଚରଣ ପ୍ରଧାନ ପ୍ରମୁଖ ଏହି ମହିୟସୀ ମହିଳାଙ୍କୁ ଆଦର୍ଶ ଗ୍ରୃହିଣୀ ତଥା ସ୍ନେହଵତ୍ସଳା ଜାୟା ଓ ଜନନୀ ଭାବେ ଅଭିହିତ କରିଥିଲେ।ପରିବାର ବର୍ଗ ପକ୍ଷରୁ ଆୟୋଜକ ପ୍ରଫୁଲ୍ଲ କୁମାର ସୁଆର ତାଙ୍କ ର ଧର୍ମପତ୍ନୀ ଙ୍କ ସମ୍ପର୍କରେ କହିଥିଲେ ଏବଂ ପୁତ୍ର ସନ୍ତୋଷ ରଞ୍ଜନ, ମାନସ ରଞ୍ଜନ,ଅଟଳ, ପ୍ରଦ୍ୟୁମ୍ନ ରଞ୍ଜନ ସମେତ ପରିବାର ସଦସ୍ୟ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।ସଙ୍ଗୀତଜ୍ଞ ଅଜିତ ମିଶ୍ର ଏହି ଅବସରରେ ଭକ୍ତି ସଙ୍ଗୀତ ପରିବେଷଣ କରିଥିଲେ। ପରିଶେଷରେ ସାମ୍ବାଦିକ ପ୍ରଦ୍ୟୁମ୍ନ ରଞ୍ଜନ ସୁଆର ଧନ୍ୟବାଦ ଅର୍ପଣ କରିଥିଲେ।
