Home ଓଡ଼ିଶା ନିଶାଦ୍ରବ୍ୟକୁ ନାଁ, ସୁସ୍ଥ ଜୀବନକୁ ହଁ ସଚେତନତା by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୬ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ହିଞ୍ଜିଳିକାଟୁ :-> ସାରା ବିଶ୍ୱରେ ନିଶା ଔଷଧର ଅବାଧ କାରବାର ଓ ବହୁଳ ଅପବ୍ଯବହାର ଏକ ସଭ୍ୟ ସମାଜରେ ଉପରେ ଭୟଙ୍କର କୁପ୍ରଭାବ ପକାଇବା ସହ ଏହାର କୁପରିଣତି ଏକ ମୁଖ୍ୟ ସମସ୍ୟା ଭାବେ ତିଷ୍ଠି ରହିଛି । ଏହାକୁ ଦୃଷ୍ଟିରେ ରଖି ରାଷ୍ଟ୍ର ସମୂହରେ ଆବଶ୍ୟକ ସଚେତନତା ସୃଷ୍ଟି କରିବାକୁ ପ୍ରତି ବର୍ଷ ଜୁନ ୨୬ ତାରିଖକୁ ଆନ୍ତର୍ଜାତୀୟ ନିଶାଦ୍ରବ୍ୟ ଚୋରା ଚାଲାଣ ଓ ସେବନ ନିଷେଧ ଦିବସ ରୂପେ ପାଳନ କରାଯାଉଛି।ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଅବକାରୀ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ହିଞ୍ଜିଳିକାଟୁ ଅବକାରୀ ଥାନା ପକ୍ଷରୁ ବୁଧବାର ଅବକାରୀ ନିରୀକ୍ଷକ ସୁମିତ୍ରା ବିଶିଙ୍କ ନେତୃତ୍ୱରେ ଆନ୍ତର୍ଜାତୀୟ ନିଶା ଦ୍ରବ୍ୟ ଚୋର ଚାଲାଣ ଓ ସେବନ ନିଷେଧ ଦିବସ ପାଳନ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ସ୍ଥାନୀୟ ତହସିଲ କାର୍ଯ୍ୟାଳୟ,ପଞ୍ଚାୟତ ସମିତି କାର୍ଯ୍ୟାଳୟ, ଉପଖଣ୍ଡ ଚିକିତ୍ସାଳୟ, ବଇଁଚ ବଣିଆ ଛକ ଓ ନୂତନ ବସ ଟର୍ମିନାଲ ସମେତ ସହରର ବିଭିନ୍ନ ଜନଗହଳି ପୂର୍ଣ ସ୍ଥାନ ଗୁଡିକରେ ନିଶାକୁ ନାଁ ପ୍ରାଚୀର ପତ୍ର ଲଗାଇବା ସହ ପ୍ଲାକାର୍ଡ ପ୍ରଦର୍ଶନ କରି ନିଶା ନିବାରଣ ଉଦ୍ଦେଶ୍ୟରେ ଜନ ସଚେତନତା ସୃଷ୍ଟି କରିଥିଲେ।ମୁଖ୍ୟତଃ ନିଶାର ଅପବ୍ୟବହାର ଏବଂ ଅବାଧ କାରବାର ସମ୍ପ୍ରତି ବିଶ୍ଵବ୍ୟାପୀ ବ୍ୟକ୍ତି ବିଶେଷ,ପରିବାର ଏବଂ ବିଭିନ୍ନ ସମ୍ପ୍ରଦାୟ ପ୍ରତି ଏକ ବଡ଼ ବିପଦ ଭାବେ ଛିଡ଼ା ହୋଇଛି। ସଂପ୍ରତି ନିଶା ସେବନର ପରିଣାମ ସୁଦୂରପ୍ରସାରୀ, ସ୍ୱାସ୍ଥ୍ୟ ଅବନତି, ସମ୍ପର୍କ ଭାଙ୍ଗିବା ଏବଂ ଉତ୍ପାଦକତା ହରାଇବାରେ ପ୍ରମୁଖ କାରଣ ପାଲଟିଛି।ଏଣୁ ଚଳିତ ବର୍ଷର ବିଷୟବସ୍ତୁ ହେଉଛି ନିଶା ଦ୍ରବ୍ୟକୁ ନାଁ, ସୁସ୍ଥ ଜୀବନକୁ ହଁ ।ବିଭିନ୍ନ ନିଶା ଦ୍ରବ୍ୟର ପ୍ରକାର ଭେଦ, ଛାତ୍ର ଓ ଯୁବ ସମାଜ ନିଶା ଦ୍ରବ୍ୟ ସେବନର ପ୍ରାଥମିକ ପର୍ଯ୍ୟାୟ, ନିଶାଡିର ବ୍ୟବହାରିକ ଲକ୍ଷଣ ଓ ନିଶା କବଳରୁ ମୁକ୍ତି ପାଇବା ପାଇଁ ନିଶା ନିବାରଣ କେନ୍ଦ୍ର ସ୍ଥାପନ, ଶାରୀରିକ ଓ ମାନସିକ ଶାନ୍ତି ଲାଭ ନିମନ୍ତେ ସଠିକ ମାର୍ଗ ନିର୍ଣ୍ଣୟ ଏବଂ ନିଶା ଦ୍ରବ୍ୟର ଚୋରା ଚାଲାଣ ରୋକିବା ନିମନ୍ତେ ଉଦ୍ଧିଷ୍ଟ ଥିବା ଅର୍ଥଦଣ୍ଡ ପ୍ରାବଧାନ ଆଦି ସଂପର୍କରେ ବିଭାଗ ପକ୍ଷରୁ ପ୍ରଚାର ପତ୍ର ମାଧ୍ୟମରେ ସଚେତନତା ସୃଷ୍ଟି କରଯାଇଛି । ଏହି କାର୍ଯ୍ୟକ୍ରମରେ ଅବକାରୀ ଉପ ସହନିରୀକ୍ଷକ ସୁଶାନ୍ତ କୁମାର ବେହେରାଙ୍କ ସମେତ କନେଷ୍ଟବଳ ଲଟେଶ୍ୱର ପ୍ରଧାନ,ଜି.ଭୀମା ରାଓ ଓ ଶଶାଙ୍କ ଶେଖର ସାହୁ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। Categories: ଓଡ଼ିଶା, ଗଞ୍ଜାମ, ହୋମ୍ Related Content VISWASS ସ୍କୁଲ୍ ଆଣ୍ଡ କଲେଜ୍ ଅଫ୍ ନର୍ସିଂ ପକ୍ଷରୁ ଚେୟାରମ୍ୟାନ୍ ଡଃ ପ୍ରଜ୍ଞାନ ରଞ୍ଜନ ଘଡ଼ାଇଙ୍କ ଉପସ୍ଥିତିରେ B.Sc. ନର୍ସିଂ ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଆଧ୍ୟାତ୍ମିକ ଓ ପ୍ରେରଣାଦାୟକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା by Proprietor Abhimanyu Maharana September 27, 2026 କନ୍ୟା ସନ୍ତାନ ଜନ୍ମର ଖୁସି କ୍ଷଣରେ ଶୋକ by Proprietor Abhimanyu Maharana September 27, 2026 କଳିଙ୍ଗା ଘାଟିକୁ ବିକଳ୍ପ ରାସ୍ତା ଖୋଜା : ଭୂସ୍ଖଳନ ପରେ ୪ ଦିନ ଧରି ଯାତାୟାତ ଠପ୍, ଘଟଣାସ୍ଥଳରେ ପରିବହନ ମନ୍ତ୍ରୀ ଓ ପ୍ରଶାସନର ଅନୁଧ୍ୟାନ by Proprietor Abhimanyu Maharana September 27, 2026 ପରମ୍ପରା ଓ ଭକ୍ତିର ସଙ୍ଗମ : ଘରେ ଘରେ ଭାଗବତ ଜନ୍ମ ଉତ୍ସବ by Proprietor Abhimanyu Maharana September 27, 2026 ଅଶାନ୍ତ ସମୁଦ୍ର : ଆତଙ୍କିତ ଉଠାଦୋକାନୀ ଢେଉରେ ଭାସିଗଲା ଖଟପସରା by Proprietor Abhimanyu Maharana September 27, 2026 हावड़ा–बड़बिल जन शताब्दी एक्सप्रेस के कोचों का व्यापक उन्नयन by Proprietor Abhimanyu Maharana September 27, 2026