Home ଓଡ଼ିଶା ବନ୍ଦେ ଉତ୍କଳ ମହାସଂଘ ପକ୍ଷରୁ କୋଣାର୍କ କଳା ମହୋତ୍ସବର ପ୍ରସ୍ତୁତ ବୈଠକ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୬ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ବନ୍ଦେ ଉତ୍କଳ ଲୋକକଳା ଓ ଲୋକ ସଂସ୍କୃତି ମହାସଂଘ ପକ୍ଷରୁ ଅଧକ୍ଷ୍ ବିଜୟ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଭୁବନେଶ୍ୱର ମାଷ୍ଟର କ୍ୟଣ୍ଟିନି ଛକସ୍ଥିତ ଏକ ସାମ୍ୱାଦିକ ସଙ୍ଗଠନ ପ୍ରକୋଷ୍ଠ ରେ ରାଜ୍ୟ ସ୍ତରୀୟ କୋଣାର୍କ କଳା ମହୋତ୍ସବ ଲାଗି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଅଛି । ଆୟୋଜିତ ବୈଠକରେ ଆସନ୍ତା ଜୁଲାଇ ମାସ ୨୮ତାରିଖରେ କୋଣାର୍କ କଳା ମହୋତ୍ସବ ୨୦୨୪ ଅନୁଷ୍ଠିତ ହେବ ବୋଲି ମହାସଂଘ ପକ୍ଷରୁ ସ୍ତିର କରାଯାଇଅଛି। ଏହି ବୈଠକରେ କଳାକାର ଭତା ଉପରେ ଆଲୋଚନା କରାଯାଇ ଆଗାମୀ ଦିନରେ ମୋହାସଂଘ ସରକାରଙ୍କ ପାଖରେ ୧ଲକ୍ଷ କଳାକାରଙ୍କୁ କଳାକାର ସହାୟତା ଏବଂ ଭତା ବାବଦରେ ୫ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିବା ପାଇଁ ଦାବୀ କରାଯାଇଅଛି,। ସେ ନେଇ ଆଗାମୀ ଦିନରେ ସଂଘ ପକ୍ଷରୁ ସରକାରଙ୍କ ପାଖରେ ଦାବୀ ଉପସ୍ଥାପନ କରିବ ବୋଲି ନିଷ୍ପତି ନିଆଯାଇଛି । ୨୦୨୪ର ଏହା ହେଉଛି ଶେଷ ଉତ୍ସଵ, ସଂଘ ପକ୍ଷରୁ ପ୍ରତି ୪ ମାସର ଥରେ ପ୍ରତି କଳାର ବିଭିନ୍ନ ଦିଗ ଉପରେ ସେମିନାର କରାଯିବ ଏବଂ ଆସନ୍ତା ୨୦୨୫ ଲାଗି ଦିଲ୍ଲୀ ଉତ୍ସଵ ପାଇଁ ମହାସଂଘ ପ୍ରସ୍ତୁତି ଆରମ୍ଭ କରିଛି ,ଏଥି ପାଇଁ ବଛା ବଛା ୧୦୦ଜଣ ବରିଷ୍ଠ ଓ ବିଶିଷ୍ଟ କଳାକାରଙ୍କୁ ସମ୍ମାନୀତ କରାଯିବା ପାଇଁ ସ୍ଥିର କରାଯାଇଛି। ସଂଘର କର୍ମ କର୍ତ୍ତାମାନଙ୍କୁ ଦକ୍ଷତା ଭିତ୍ତିରେ ଚୟନ କରି ସଂଘ ଦିଲ୍ଲୀ ପଠାଇବ। ଗୋଲ୍ଡେନ ଇଣ୍ଡିଆ ଦ୍ଵାରା ପରିଚାଳିତ କାର୍ଯ୍ୟକ୍ରମ ଏବଂ ବନ୍ଦେ ଉତ୍କଳ ଲୋକକଳା ଓ ଲୋକ ସଂସ୍କୃତି ମହାସଂଘର ମିଳିତ ସହଯୋଗରେ ଏହା ଅନୁଷ୍ଠିତ ହେବ । ଏହି ମହାସଙ୍ଗର ପ୍ରସ୍ତୁତି ବୈଠକରେ ସଂଘର ସଭାପତି ବିଜୟ କୁମାର ମିଶ୍ର, ସଂପାଦକ ବିନୋଦ କୁମାର ଭୋଇ, କାର୍ଯ୍ୟକାରୀ ସଭାପତି ନନ୍ଦ କିଶୋର ସାହୁ, ପରିଚାଳନ। ସଂପାଦକ ଦେବେନ୍ଦ୍ରନାଥ ସେନାପତି, ସଙ୍ଗଠନ ସଂପାଦକ ମୀନକେତନ ପ୍ରଧାନ, ଉପସଭାପତି ଅମିଲ ପୁଟେଲ, ପ୍ରସନ୍ନ ପାତ୍ର, ସାଂସ୍କୃତିକ ସଂପାଦକ ଯୋଛନାରାଣୀ ନାୟକ, ରାଜ୍ୟ ସଂଯୋଜକ ଚନ୍ଦ୍ର ଶେଖର ସାମଲ, ଉନ୍ନୟନ ସଂପାଦକ ବିଜନ ମହାନ୍ତି, ନିର୍ଦ୍ଦେଶକ ସଞ୍ଜୟ ପାତ୍ର, ସହ- ନିର୍ଦ୍ଦେଶକ ବସୁଦେବ ପଧାନ, କାର୍ଯ୍ୟକାରୀ କମିଟିର ସଦସ୍ୟ ବିଧୁଭୂଷଣ ନାୟକ, ନିକୁଞ୍ଜ ବିହାରୀ କାପା, ଜିଲା ସଂଯୋଜକ ରାଘବ ଚନ୍ଦ୍ର ବେହେରା, ଜିଲ୍ଲା ସଭାପତି ବିବେକାନନ୍ଦ ବେଉରା, ଜଗନ୍ନାଥ ଷଡଙ୍ଗୀ, ସୋର୍ଣ ଲତା ଦଳାଇ, ସସ୍ମିତା ପ୍ରଧାନ, ସସ୍ମିତା ସାମନ୍ତରାୟ, ଗେଲି ବାରିକ, ନାଟ୍ୟକାର ଦେବରାଜ ରାଉତ, ଦିନବନ୍ଧୁ ଭଟ, ଧନୁର୍ଦ୍ଧର ହନ୍ତାଳ, ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଶତାଧିକ କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ। ଆଗାମୀ ଜୁଲାଇ ମାସ ୨୮ତାରିଖରେ ହେବାକୁ ଥିବା ରାଜ୍ୟ ସ୍ତରୀୟ କୋଣାର୍କ କଳା ମହୋତ୍ସବରେ ଆଦିବାସୀ ନୃତ୍ୟ, ସମ୍ବଲପୁରୀ ଡାଲଖାଇ, କରମା ଝୁମର, ଓଡିଶୀ ନୃତ୍ୟ, ଛଉ ନୃତ୍ୟ, ଦାସ କାଠିଆ, ଘୋଡ଼ା ନାଚ, ନାଟକ ଧରମା ଆଦି ବିଭିନ୍ନ ଲୋକ କଳାକୁ କାର୍ଯ୍ୟ କ୍ରମରେ ସାମିଲ କରିବା ପାଇଁ ନିଷ୍ପତି ନିଆଯାଇଛି। ରାଜ୍ୟ ସମ୍ବର୍ଦ୍ଧନାରେ କୋଣାର୍କ ଜାତୀୟ ସମ୍ମାନ, କୋଣାର୍କ ସେବା ସମ୍ମାନ, କୋଣାର୍କ କଳିଙ୍ଗ ରତ୍ନ ସମ୍ମାନ, କଳିଙ୍ଗ କଳା ସମ୍ମାନ ବରିଷ୍ଠ ଓ ବିଶିଷ୍ଟ କଳାକାରଙ୍କୁ ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ଶେଷରେ ଉପସ୍ଥିତ ଅତିଥିଙ୍କୁ ଧନ୍ୟବାଦ୍ ଦେଇ ବୈଠକ ସଭାସାଙ୍ଗ କରାଯାଇଥିଲା । Categories: ଓଡ଼ିଶା, କଟକ, ମହାନଗର, ହୋମ୍ Related Content ପ୍ରାଥମିକ ଶିକ୍ଷକ ସଂଘର କର୍ମକର୍ତ୍ତାଙ୍କ ଦାୟିତ୍ୱ ଗ୍ରହଣ by Proprietor Abhimanyu Maharana August 19, 2026 ନିଶାମୁକ୍ତ ସମାଜ ଗଠନ ପାଇଁ ଆଜି ରାଜ୍ୟର ସାମୁହିକ ଶପଥ ପାଠ by Proprietor Abhimanyu Maharana August 19, 2026 ଜିଲ୍ଲା ପ୍ରଶାସନ ଙ୍କ ସମେତ ବହୁ ବିଧାୟକ ଙ୍କ ଖଣ୍ଡପଡ଼ା ସୁନାମୁହିଁ ଡ୍ୟାମ ପରିଦର୍ଶନ by Proprietor Abhimanyu Maharana August 19, 2026 Rashtriya Prabasi Odia Paribar hosts Health Camp by Proprietor Abhimanyu Maharana August 19, 2026 ରାଷ୍ଟ୍ରୀୟ ପ୍ରବାସୀ ଓଡିଆ ପରିବାର ଦ୍ୱାରା ସ୍ୱାସ୍ଥ୍ୟ ଶିବିର ଆୟୋଜନ by Proprietor Abhimanyu Maharana August 19, 2026 ରାଷ୍ଟ୍ରୀୟ ପ୍ରବାସୀ ଓଡିଆ ପରିବାର ଦ୍ୱାରା ସ୍ୱାସ୍ଥ୍ୟ ଶିବିର ଆୟୋଜନ by Proprietor Abhimanyu Maharana August 19, 2026