Home ଓଡ଼ିଶା ୟୁଏଇ-ଇଣ୍ଡିଆ ସିଇପିଏ କାଉନ୍ସିଲ ଏବଂ ଇଣ୍ଡିଆନ ଚାମ୍ବର ଅଫ କମର୍ସ, ୟୁଏଇ ଏବଂ ଓଡ଼ିଶା ମଧ୍ୟରେ ସମ୍ପର୍କରେ ଅଭିବୃଦ୍ଧିକୁ ସମର୍ଥନ କରିବା ପାଇଁ ଆଗ୍ରହୀ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୬ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ୟୁଏଇ-ଇଣ୍ଡିଆ ସିଇପିଏ କାଉନ୍ସିଲ (ୟୁଆଇସିସି) ଇଣ୍ଡିଆନ ଚାମ୍ବର ଅଫ କମର୍ସ (ଆଇସିସି) ସହଯୋଗୀତାରେ ୟୁଏଇ-ଇଣ୍ଡିଆ କମ୍ପ୍ରିହେନ୍ସିଭ ଇକୋନୋମିକ ପାର୍ଟନରସିପ ଏଗ୍ରିମେଣ୍ଟ (ସିଇପିଏ)ର ଫାଇଦା ଉଠାଇବାକୁ ସୁଯୋଗଗୁଡିକ ସମ୍ପର୍କରେ ଆଲୋଚନା କରିବାକୁ ଓଡ଼ିଶାସ୍ଥିତ ପ୍ରାୟ ୩୦ ବ୍ୟବସାୟିକ ସଂସ୍ଥାକୁ ନେଇ ଏକ ବିଜିନେସ୍ ରାଉଣ୍ଡଟେବଲ୍ ଆୟୋଜନ କରିଥିଲେ । ସମ୍ମାନନୀୟ ଅବଦୁଲନାସେର ଆଲ୍ଶାଲି ପିଏଚ୍.ଡି. ଭାରତରେ ଅବସ୍ଥାପିତ ୟୁଏଇ ରାଷ୍ଟ୍ରଦୂତ ୟୁଏଇ ପ୍ରତିନିଧି ମଣ୍ଡଳୀର ନେତୃତ୍ୱ ନେଇଥିବାବେଳେ ଏଥିରେ ଶ୍ରୀ ଅହମଦ ଅଲ୍ଜନିବି, ଡାଇରେକ୍ଟର ୟୁଆଇସିସି, ଶ୍ରୀ ମହମ୍ମଦ ହସିବ, ଷ୍ଟା୍ରଟେଜିକ କଣ୍ଟ୍ରି ମ୍ୟାନେଜର- ଇଣ୍ଡିଆ, ରାସ୍ ଅଲ୍ ଖାଇମାହ୍ ଇକୋନୋମିକ ଜୋନ୍ (ଆର୍ଏକେଇଜେଡ), ଏବଂ ଶ୍ରୀ ଯୋଗପାଲ ସିଂ, ଡାଇରେକ୍ଟର, କର୍ପୋରେଟ ଆଫେୟାର୍ସ, ଡିପି ୱର୍ଲଡ ସାମିଲ ଥିଲେ । ୟୁଏଇ ପାଇଁ ଓଡ଼ିଶାର ଗୁରୁତ୍ୱ ସମ୍ପର୍କରେ ଉଲ୍ଲେଖ କରି ସମ୍ମାନନୀୟ ଡ.ଅଲ୍ଶାଲି କହିଥିଲେ, “ୟୁଏଇ-ଭାରତ ଦ୍ୱିପାକ୍ଷିକ ଅଂଶୀଦାରୀତାକୁ ସମର୍ଥନ କରିବାରେ ଓଡ଼ିଶା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଏହାର ଉଚ୍ଚ ବିକଶିତ ଖଣିଜ ଏବଂ ଶିଳ୍ପ କ୍ଷେତ୍ର ଏବଂ ମଜଭୁତ ମାନବ ସମ୍ବଳ ୟୁଏଇ ନିବେଶକଙ୍କ ନିମନ୍ତେ ପ୍ରମୁଖ ଆଗ୍ରହ ପାଲଟିଛି । ଆମେ ଦୃଢ ନିଶ୍ଚିତ ଯେ ଆଜିର କାର୍ଯ୍ୟକ୍ରମ ଓଡ଼ିଶାରେ ବ୍ୟବସାୟିକ ସଂସ୍ଥାଗୁଡିକ ନିମନ୍ତେ ବହୁବିଧ ଅର୍ଥନୈତିକ, ବାଣିଜ୍ୟ ଏବଂ ନିବେଶ ସୁଯୋଗର ଫାଇଦା ଉଠାଇବାକୁ ସୁନିଶ୍ଚିତ କରିବା ଦିଗରେ ଉପଯୋଗୀ ହେବ, ଯାହା ସିଇପିଏ ସ୍ୱାକ୍ଷର ଜରିଆରେ ଯୋଗାଇ ଦିଆଯିବ ।” ନିଜର ବକ୍ତବ୍ୟରେ ଶ୍ରୀ ଅଲ୍ଜନିବି ୟୁଏଇ ସହିତ ଓଡ଼ିଶାର ମୋଟ ବାଣିଜ୍ୟରେ ଦ୍ରୁତ ଅଭିବୃଦ୍ଧି ସମ୍ପର୍କରେ ଆଲୋକପାତ କରିଥିଲେ । “୨୦୨୩-୨୪ ଆର୍ଥିକ ବର୍ଷରେ ୟୁଏଇ ଏବଂ ଓଡ଼ିଶା ମଧ୍ୟରେ ବାଣିଜ୍ୟ କାରବାର ୨.୬୩ ବିଲିଅନ ଆମେରିକୀୟ ଡଲାରରେ ପହଞ୍ଚିଥିଲା, ଏବଂ ଭାରତର୨୮ଟି ରାଜ୍ୟ ଓ ୮ଟି କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରେ ୟୁଏଇ ପାଇଁ ଓଡ଼ିଶା ଅଷ୍ଟମ ବୃହତ୍ ବାଣିଜି୍ୟକ ଅଂଶୀଦାର ଥିଲା । ଏହି ଗଠନମୂଳକ ବାଣିଜ୍ୟ ସମ୍ପର୍କକୁ ଅଧିକ ସୁଦୃଢ କରିବା ଏବଂ ପାରସ୍ପରିକ ଫାଇଦାଜନକ ଅଭିବୃଦ୍ଧି ନିମନ୍ତେ ନୂତନ ସୁଯୋଗ ଅନୁସନ୍ଧାନ କରିବା ଜରୁରୀ ହୋଇଛି । ଆଇସିସି ସହିତ ଅଂଶୀଦାର ବ୍ୟବସ୍ଥାରେ ୟୁଆଇସିସି ଓଡ଼ିଶାର ବ୍ୟବସାୟ ସଂସ୍ଥାଗୁଡିକୁ ସେମାନଙ୍କର ଆନ୍ତର୍ଜାତିକ ବାଣିଜ୍ୟ ଓ ନିବେଶ ଆକାଂକ୍ଷା ପୂରଣ ନିମନ୍ତେ ସମର୍ଥନ କରିବାକୁ ପ୍ରତିବଦ୍ଧ ରହିଛି ।” ଓଡ଼ିଶା ହେଉଛି ଭାରତର ସର୍ବବୃହତ ଷ୍ଟିଲ, ଷ୍ଟେନଲେସ୍ ଷ୍ଟିଲ, ଫେରୋଆଲୟଜ୍, ଆଲୁମିନା ଏବଂ ଆଲୁମିନିୟମ ଉତ୍ପାଦନକାରୀ ରାଜ୍ୟ । ଭାରତରେ ଗଚ୍ଛିତ ନିକେଲ, ବକ୍ସାଇଟ, ଲୁହାପଥର ଏବଂ କୋଇଲା ଆଦିର ଉଲ୍ଲେଖନୀୟ ଅଂଶ ଓଡ଼ିଶାରେ ରହିଛି । ଚଳିତ ବର୍ଷଗୁଡିକରେ ୟୁଏଇ ଏବଂ ଭାରତ ମଧ୍ୟରେ ନିବିଡ ବାଣିଜ୍ୟକ ସହଭାଗୀତା ଏବଂ ନିବେଶ ନିମନ୍ତେ ଗଠନମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ଜୁନ୍ ମାସରେ ଓଡ଼ିଶା ସରକାର ଏବଂ ୟୁଏଇ କମ୍ପାନୀଗୁଡିକ ମଧ୍ୟରେ ୨.୭୬ ବିଲିଅନ ଆମେରିକୀୟ ଡଲାର ମୂଲ୍ୟର ଏକାଧିକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ସବୁଠାରୁ ଉଲ୍ଲେଖଯୋଗ୍ୟ ହେଉଛି ଲୁଲୁ ଗ୍ରୁପ୍ ଓଡ଼ିଶାରେ ହାଇପରମାର୍କେଟ, ସପିଂ ମଲ୍ ଏବଂ କୃଷି ଓ ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ ହବ୍ ସ୍ଥାପନ କରିବା ସୁଯୋଗ ଅନୁଧ୍ୟାନ କରିବାକୁ ପ୍ରତିବଦ୍ଧ ରହିଛି । ୟୁଏଇ ଏବଂ ଭାରତ ମଧ୍ୟରେ ଅର୍ଥନୈତିକ ସମ୍ପର୍କକୁ ମଜଭୁତ କରିବା ଦିଗରେ ସିଇପିଏର ମୁଖ୍ୟ ଭୂମିକା ରହିଛି ଏବଂ ଦୁଇ ଦେଶମଧ୍ୟରେ ବାଣିଜ୍ୟ କାରବାର ୨୦୨୩-୨୪ ଆର୍ଥିକ ବର୍ଷରେ ୮୩.୬୪ ବିଲିଅନ ଆମେରିକୀୟ ଡଲାର ହୋଇଥିଲା । ମୂଲ୍ୟବାନ ମଣି ମାଣିକ୍ୟ ପଥର, ଗହଣା, ଡ୍ରଗ୍ସ୍ ଏବଂ ଫାର୍ମାସୁ୍ୟଟିକାଲ୍ସ୍ ଏବଂ ଫଳ ଓ ପନିପରିବା ଆଦି କେତେକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ଉଲ୍ଲେଖନୀୟ ବାଣିଜି୍ୟକ ଅଭିବୃଦ୍ଧି ସିଇପିଏର ଗୁରୁତ୍ୱକୁ ପ୍ରତିପାଦିତ କରୁଛି, ଯାହା ୨୦୨୩-୨୪ ଆର୍ଥିକ ବର୍ଷରେ ଯଥାକ୍ରମେ ୬୪ ପ୍ରତିଶତ, ୩୯ ପ୍ରତିଶତ ଏବଂ ୩୫ ପ୍ରତିଶତ ବୃଦ୍ଧିପାଇଛି । ୟୁଏଇ ହେଉଛି ଭାରତର ଦ୍ୱିତୀୟ ସର୍ବବୃହତ୍ ରପ୍ତାନି ସ୍ଥଳ, ତୃତୀୟ ସର୍ବବୃହତ୍ ବାଣିଜି୍ୟକ ଅଂଶୀଦାର ଏବଂ ଚତୁର୍ଥ ସର୍ବବୃହତ ନିବେଶକ ରାଷ୍ଟ୍ର । ୨୦୨୪ରେ ସ୍ଥାପିତ ୟୁଆଇସିସି ସିଇପିଏ ସ୍ୱାକ୍ଷରିତ ହେବା ଦ୍ୱାରା ସୃଷ୍ଟି ହୋଇଥିବା ସୁଯୋଗର ଫାଇଦା ନେବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ସିଇପିଏର ପରିଣତି ବିପୁଳ ହୋଇଛି, ଯାହା ନିବେଶ କ୍ଷେତ୍ରରେ ବିଲିଅନ ଡଲାର ଆଣିବାରେ ନିର୍ଣ୍ଣାୟକ ଭୂମିକା ନେବା ସହିତ ବ୍ୟବସାୟିକ ଆସ୍ଥାଭାବ ସ୍ତରକ୍ତ ଏଭଳି ଏକ ଉଚ୍ଚତର ସ୍ତରକୁ ନେଇଛି ଯାହା ବହୁ ଶିଳ୍ପକୁ ପରିବ୍ୟାପ୍ତ ହୋଇଛି । ସିଇପିଏ କେବଳ ସହଜ ବଜାର ସୁଯୋଗ ସୃଷ୍ଟି ଏବଂ ବାଣିଜ୍ୟ କ୍ଷେତ୍ରରେ ପ୍ରତିବନ୍ଧକ ହ୍ରାସ କରିନାହିଁ, ତାହାସହିତ ସାମଗ୍ରୀ ଓ ପୁଞ୍ଜିନିବେଶର ପ୍ରଗତିଶୀଳ ବିନିମୟକୁ ଉତ୍ସାହିତ କରିଛି, ଯଦ୍ଦ୍ୱାରା ୟୁଏଇ ଏବଂ ଭାରତ ମଦ୍ୟରେ ଅର୍ଥନୈତିକ ସହଭାଗୀତା ବିବିଧକୃତ ହୋଇଛି । ୟୁଆଇସିସି ୟୁଏଓ ଏବଂ ଭାରତୀୟ ବ୍ୟବସାୟିକ ସଂସ୍ଥାଗୁଡିକ ମଧ୍ୟରେ ପାରସ୍ପରିକ ଅଭିବୃଦ୍ଧି ଓ ସମୃଦ୍ଧିକୁ ଆଗେଇନେବା ନିମନ୍ତେ ମୁକ୍ତ ଆଲୋଚନାକୁ ପ୍ରୋତ୍ସାହିତ କରିବା ସହିତ ଦୀର୍ଘସ୍ଥାୟୀ ସହଯୋଗକୁ ସୁଗମ କରୁଛି ଏବଂ ଦ୍ୱିପାକ୍ଷିକ ବାଣିଜ୍ୟ ସମ୍ପର୍କକୁ ତ୍ୱରାନ୍ୱିତ କରୁଛି । Categories: ଓଡ଼ିଶା, ବାଣିଜ୍ୟ, ମହାନଗର, ହୋମ୍ Related Content ତୋ ଛଡ଼ା ମୋ କେହି ନାହିଁ ' ଭଜନ ଶ୍ରୋତାର୍ପଣ by Proprietor Abhimanyu Maharana August 4, 2026 କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ୱାର୍ଡେନଙ୍କ ତୃତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ ଆରମ୍ଭ by Proprietor Abhimanyu Maharana August 4, 2026 ଓଡ଼ିଶା ପୋଲିସ–ଏନଏଫଏସୟୁ ମଧ୍ୟରେ ୫ ବର୍ଷିଆ ବୁଝାମଣାପତ୍ର ସ୍ୱାକ୍ଷର by Proprietor Abhimanyu Maharana August 4, 2026 ଜାତୀୟ ସ୍ତରର ପ୍ରତିଯୋଗିତାରେ ଓଡ଼ିଶା ପୋଲିସ କ୍ରୀଡାବିତଙ୍କ ଚମକ : କୃତୀ କ୍ରୀଡ଼ାବିତଙ୍କୁ ସମ୍ବର୍ଦ୍ଧିତ କଲେ ଡିଜିପି by Proprietor Abhimanyu Maharana August 4, 2026 କ୍ରୀଡ଼ା କ୍ଷେତ୍ରରେ ମିଳିମିଶି କାମ କରିବେ ଓଡ଼ିଶା ଓ ବିହାର; ବିହାର କ୍ରୀଡ଼ା ମନ୍ତ୍ରୀଙ୍କ ଚାରିଦିନିଆ ଓଡ଼ିଶା ଗସ୍ତ ଉଦ୍ଯାପିତ by Proprietor Abhimanyu Maharana August 4, 2026 ରାଷ୍ଟ୍ରପତି ଭବନ ରେ ସ୍ଥାପିତ ହେବ ୩ ରଥ ର ତିନୋଟି ଚକ by Proprietor Abhimanyu Maharana August 4, 2026