★ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସି ପ୍ରସବ ହେବାପାଇଁ ମୁହଁ ମୋଡ଼ୁଛନ୍ତି ଗର୍ଭବତୀ
★ ପ୍ରସବ ପରେ ଶୋଷିତ ହେଉଛନ୍ତି, ମିଠା ବାହାନାରେ ଅର୍ଥ ଦାବି କରୁଛନ୍ତି କର୍ମଚାରୀ ।

୨୬ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା :-> ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପ୍ରସୂତି ପାଇଁ ଆସିବାକୁ ମୁହଁ ମୋଡ଼ୁଛନ୍ତି ଆଦିବାସୀ। ପ୍ରସୂତି ହେବାପରେ ମିଠା ବାହାନାରେ କରାଯାଉଛି ଅର୍ଥ ଦାବି। ନର୍ମାଲ ବା ସାଧାରଣ ଭାବେ ପ୍ରସୂତି ହେବାପରେ ପୁଅ ହେଲେ ୨ ହଜାର ଏବଂ ଝିଅ ହେଲେ ୧ ହଜାର ଟଙ୍କା। କିଏ କିଛି ଆଶାକର୍ମୀଙ୍କ ହାତରେ ମଗାଉଛି ତ ପୁଣି କେଉଁ ଦିଦି ସିଧାସଳଖ ମାଗୁଛି। ଦୈନିକ ପ୍ରସୂତି ପାଇଁ ଆସୁଥିବା ସମ୍ପର୍କୀୟ ଏଭଳି ଶୋଷଣର ଶିକାର ହେଉଛନ୍ତି। ଦିଦି ମାନେ ମିଠା ଖାଇବା ପାଇଁ କିଛି ଟଙ୍କା ମଗା ଯାଉଥିବା ବେଳେ ଆଉ କିଛି ଟଙ୍କାରେ ମାରା ହୋଇଥିବା ଚୁଡ଼ି, ଶଙ୍ଖାକୁ ପରିବର୍ତ୍ତନ କରିବାକୁ କୁହାଯାଉଛି ।
