Home ଓଡ଼ିଶା ଭବାନୀପାଟଣା ଠାରେ ଆନ୍ତର୍ଜାତିକ ନିଶାଦ୍ରବ୍ୟ ବ୍ୟବହାର ଏବଂ ଅବୈଧ କାରବାର ନିରୋଧ ଦିବସ ପାଳନ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୫ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଳାହାଣ୍ଡି :-> କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ମହକୁମାରେ ଆନ୍ତର୍ଜାତିକ ନିଶାଦ୍ରବ୍ୟ ବ୍ୟବହାର ଏଵଂ ଅବୈଧ ଚୋରାଚାଲାଣ ନିରୋଧ ଦିବସ -୨୦୨୪ ଉପଳକ୍ଷେ ଏକ କର୍ମଶାଳା ସ୍ଥାନୀୟ ଟାଉନହଲ୍ ଠାରେ ପାଳିତ ହୋଇଯାଇଛି। ଏଥିରେ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ଜିଲ୍ଲା ଅବକାରୀ ବିଭାଗ, ଜିଲ୍ଲା ଶିକ୍ଷା ବିଭାଗ ତଥା ଅନ୍ୟାନ୍ୟ ବିଭାଗ ର କର୍ମକର୍ତ୍ତା ତଥା ବିଭିନ୍ନ ଶିକ୍ଷା ଅନୁଷ୍ଠାନ ରୁ ଛାତ୍ର ଛାତ୍ରୀ ତଥା ଶିକ୍ଷକ ଅଂଶଗ୍ରହଣ କରିଥିଲେ। ଉତ୍ସବର ପ୍ରାରମ୍ଭରେ ବିଭିନ୍ନ ବିଭାଗର କର୍ମକର୍ତ୍ତା, ପ୍ରଜାପିତା ବ୍ରହ୍ମ କୁମାରୀର ସଭ୍ୟା ତଥା ସ୍କୁଲ କଲେଜର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଏକ ଶୋଭାଯାତ୍ରାକୁ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡି ପତାକା ଦେଖାଇ ଶୁଭାରମ୍ଭ କରିଥଲେ। ଶୋଭାଯାତ୍ରା ଜିଲ୍ଲାପାଳ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ଟାଉନ୍ ହଲ ଠାରେ ପହଞ୍ଚି ଥିଲା। ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଚନ୍ଦନ କୁମାର ବାରିକଙ୍କ ପୌରହିତ୍ୟ ରେ ଆୟୋଜିତ ହୋଇଥିବା ଜିଲ୍ଲା ସ୍ତରୀୟ କର୍ମଶାଳାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୱାନ୍ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଭବାନୀପାଟଣା ବିଶ୍ଵବିଦ୍ୟାଳୟର ପ୍ରଧ୍ୟାପିକା ପଲ୍ଲୀଶ୍ରୀ ପଟ୍ଟନାୟକ ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ। ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ମନୋଜ କୁମାର ବେହେରା, ସହକାରୀ ଜିଲ୍ଲାପାଳ ଶ୍ରୀ ଅମର ପରାସେଠ, ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଦୁଷ୍ମନ୍ତ ଶେଖର ପାଢ଼ୀ , ଅବକାରୀ ଇନ୍ସପେକ୍ଟର ହେମକାନ୍ତ ସୁନା ଓ ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟର ସଂଚାଲିକା ଶଶୀ ଦେବୀ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ସଚେତନତା ଦ୍ଵାରା ହିଁ ନିଶା ଦ୍ରବ୍ୟ ବ୍ୟବହାର ଏଵଂ ଅବୈଧ ଚୋରାଚାଲାଣ ରୋକାଯାଇପାରିବ ବୋଲି ମତ ପ୍ରକାଶ ପାଇଥିଲା। କାର୍ଯ୍ୟକ୍ରମର ପୂର୍ବରୁ ଅନୁଷ୍ଠିତ ହୋଇଯାଇଥିବା ହାଇସ୍କୁଲ ଓ କଲେଜ ସ୍ତର ପ୍ରବନ୍ଧ , ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ନିଶା ଦ୍ରବ୍ୟ ସେବନରୁ ସମ୍ପୂର୍ଣ୍ଣ ମୁକ୍ତି ପାଇଥିବା ୪ ଜଣ ଆଶିଷ ମହାନ୍ତି,ପ୍ରଶାନ୍ତ ସେଠି, ଲହଦର ବିଭାର, ସୈରେନ୍ଦ୍ର ମାଝୀଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ମାନପତ୍ର ଓ ଉପଢ଼ୌକନ ପ୍ରଦାନ କରାଯାଇଥିଲା। କୁନି କୁନି କଳାକାର ମାନଙ୍କ ଦ୍ବାରା ପରିବେଷଣ କରାଯାଇଥିବା ସାଂସ୍କୃତିକ ନୃତ୍ୟ ଦର୍ଶକ ମାନଙ୍କ ମନକୁ ମୋହିତ କରିଥିଲା। Categories: ଓଡ଼ିଶା, କଳାହାଣ୍ଡି, ହୋମ୍ Related Content BEE Organises Influencers’ Conclave 2026 by Proprietor Abhimanyu Maharana October 18, 2026 ସାମ୍ବାଦିକଙ୍କୁ ଆକ୍ରମଣ କରି ବନ୍ଧା ହେଲା , ଦୁର୍ଦାନ୍ତ ଅପରାଧୀ ଜିତେନ୍ by Proprietor Abhimanyu Maharana October 18, 2026 ଐତିହାସିକ ୨୦୦ ଦିନରେ ପହଞ୍ଚିଲା ପୁରୀବାସୀଙ୍କ ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ସଚେତନତା ପଦଯାତ୍ରା by Proprietor Abhimanyu Maharana October 18, 2026 ମହାପ୍ରଭୁ ଙ୍କୁ ଦର୍ଶନ କଲେ ନବ ନିଯୁକ୍ତ ରାଜ୍ୟପାଳ by Proprietor Abhimanyu Maharana October 18, 2026 ଅବସରପ୍ରାପ୍ତ ଆଦର୍ଶ ଶିକ୍ଷକ ବୈକୁଣ୍ଠ ନାଥ ଦାଶଙ୍କ ପରଲୋକ by Proprietor Abhimanyu Maharana October 17, 2026 ଗୋସାଇଁନୂଆଗାଁ ଦୁର୍ଗାପୂଜାର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଶ୍ରଦ୍ଧାଳୁଙ୍କ ପାଇଁ ୫ ହଜାର ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ବ୍ୟବସ୍ଥା by Proprietor Abhimanyu Maharana October 17, 2026