Home ଓଡ଼ିଶା ବିରୋଧୀ ଦଳ ଉପ ନେତା ଙ୍କ ସମଲେଶ୍ୱରୀ ଦର୍ଶନ, ଓଡିଶାର ବିକାଶ, ପ୍ରଗତି, ଆମର ପ୍ରଥମ ଧେୟ – ପ୍ରସନ୍ନ ଆଚାର୍ଯ୍ୟ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୫ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ସମ୍ବଲପୁର :-> ବିରୋଧୀ ଦଳ ଉପନେତା ତଥା ରେଢ଼ାଖୋଲ ବିଧାୟକ ପ୍ରସନ୍ନ ଆଚାର୍ସ ପ୍ରଥମ କରି ସମ୍ବଲପୁର ଗସ୍ତ କରିବା ଅବସରରେ ଆଜି ମା’ ସମଲେଶ୍ୱରୀ ଙ୍କ ଦର୍ଶନ କରିଛନ୍ତି I ସନ୍ଧ୍ୟା ରେ ଶ୍ରୀ ଆଚାର୍ଯ୍ୟ ଇଷ୍ଟଦେବୀ ମାଁ ସମଲେଶ୍ୱରୀ ଙ୍କ ମନ୍ଦିର କୁ ଯାଇ ପୂଜାର୍ଚନା ଓ ପ୍ରାର୍ଥନା କରିବା ସହିତ ମା’ ପାଟମେଶ୍ବରୀ ଙ୍କ ଦର୍ଶନ କରିଥିଲେ । ଓଡିଶା ର ବିକାଶ ଓ ପ୍ରଗତୀ ପାଇଁ ମା’ ସମଲେଶ୍ୱରୀ ଙ୍କ ଠାରେ ପ୍ରାର୍ଥନା କଲି I ବିଗତ ୨୪ ବର୍ଷ ଧରି ଆମେ ନବୀନ ପଟ୍ଟନାୟକ ଙ୍କ ନେତୃତ୍ୱ ରେ ପ୍ରତ୍ୟେକ ପଥ କୁ ଅନ୍ୱେଷଣ କରି କାଯ୍ୟ କରିଛୁ I ଓଡିଶା ବିଧାନସଭା ଇତିହାସରେ ବିଜେଡି ଶକ୍ତିଶାଳୀ ବିରୋଧୀ ଦଳ ଭାବେ ଉଭା ହୋଇଛି I ଓଡିଶାର ବିକାଶ, ପ୍ରଗତି ତଥା ରାଜ୍ୟ ର ସ୍ୱାର୍ଥ ହେଉଛି ଆମର ପ୍ରଥମ ଧେୟ ବୋଲି ଶ୍ରୀ ଆଚାର୍ଯ୍ୟ ପ୍ରକାଶ କରିଛନ୍ତି I ଵିଜୁ ଯୁବ ଜନତା ଦଳ ର ରାଜ୍ୟ ସାଧାରଣ ସମ୍ପାଦକ ହୀରାଲାଲ ବେହେରା ଏବଂ ବିଜୁ ଯୁବ ଜନତା ଦଳ ରାଜ୍ୟ ସମ୍ପାଦକ ମନୋଜ ମହାପାତ୍ର ଙ୍କ ନେତୃତ୍ୱ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ରାଜ୍ୟସଭା ସାଂସଦ ସୁଶ୍ରୀ ପ୍ରମିଳା ବହିଦାର, ରାଜ୍ୟ ସାଧାରଣ ସମ୍ପାଦକ ସିଦ୍ଧାର୍ଥ ଦାସ, ସମଲେଶ୍ୱରୀ ଟ୍ରଷ୍ଟ ବୋର୍ଡ ସଭାପତି ସଞ୍ଜୟ ବାବୁ,ପ୍ରଫୁଲ୍ଲ ହୋତା, ଜ଼ିଲ୍ଲା ପରିଷଦ ଉପ ସଭାପତି ମାଧବ ମିର୍ଧା, ଜ଼ିଲ୍ଲା ପରିଷଦ ସଦସ୍ୟ କବିତା ସାହୁ, ବିଜୁ ଯୁବ ଜନତା ପୂର୍ବତନ ଜ଼ିଲ୍ଲା ସଭାପତି ଖରାଂଶୁ ଶେଖର ଦେବ, ବିଜୟ ସ୍ୱାଇଁ, ପୂର୍ବତନ ବ୍ଲକ ସଭାପତି ଭକ୍ତ ଦାସ, ସୁଶାନ୍ତ ମହାପାତ୍ର, ପ୍ରଶାନ୍ତ ଥାପା, ଶିବ ପ୍ରସାଦ ରାୟଗୁରୁ, ବାହାମ ସମିତି ସଭ୍ୟ ପ୍ରଫୁଲ୍ଲ ମଗର, ଲିପିଣ୍ଡା ପଞ୍ଚାୟତ ସରପଞ୍ଚ ପ୍ରଫୁଲ୍ଲ ମିର୍ଦ୍ଧା, ଡ଼ଙ୍ଗରପଡା ସରପଞ୍ଚ ଆୟୁଷ କାନ୍ତ ବଡ଼ପଣ୍ଡା, ରାମସାଗର ସାହୁ, ମେଘପାଳ ସରପଞ୍ଚ ମମତା ପ୍ରଧାନ, ଯୁଯୋମୁରା ବ୍ଲକ ବିଜେଡି ସଭାପତି ବିନୋଦ ବଡ଼ପଣ୍ଡା, ବରିଷ୍ଠ ବିଜେଡି ନେତା ଗୋକୁଳ ମେହେର, ଏମ ଡି ସନାଉଲ୍ଲା, ଏମଡି ଅଜିମ ଅଜୁ, ରାଜ କୁମାର ସାହୁ, ହୁମା ସରପଞ୍ଚ ଇଳାବତୀ ପୂଜାରୀ, ଧମା ସରପଞ୍ଚ ଲଳିତା ପ୍ରଧାନ, ଦେଓଗାଁ ସରପଞ୍ଚ ସରସ୍ବତୀ ରାଉତ, ସାହାସପୁର ସରପଞ୍ଚ ଦିବାକର ବିଶ୍ୱାଳ, ବତେମୁରା ସରପଞ୍ଚ ଅନ୍ତରାମ ପାଣ୍ଡେ, ବତେମୁରା ସମିତି ସଭ୍ୟ ଶ୍ରୀରାମ ମହାପାତ୍ର, ସୁବାସ ପାଣିଗ୍ରାହୀ, ଗୋବିନ୍ଦ ପଟ୍ଟନାୟକ, ଦେବବ୍ରତ ବିଶ୍ୱାଳ, ଚିତ ରଞ୍ଜନ ବାଗ, ମଣ୍ଟୁ ଦନ୍ତ, ପ୍ରକାଶ ବାଗ, ହରେକୃଷ୍ଣ ପ୍ରଧାନ, ପ୍ରଦୀପ ଦୀପ ପ୍ରମୁଖ ଶତାଧିକ ବିଜେଡି କର୍ମକର୍ତ୍ତା ତଥା କର୍ମୀ ଉପସ୍ଥିତ ଥିଲେ I Categories: ଓଡ଼ିଶା, ସମ୍ବଲପୁର, ହୋମ୍ Related Content କମ୍ପାନୀ ସେକ୍ରେଟାରିଜ୍ର ୫୪ତମ ଜାତୀୟ ସମ୍ମିଳନୀ ଭୁବନେଶ୍ୱରରେ ଉଦ୍ଯାପିତ by Proprietor Abhimanyu Maharana September 9, 2026 54th National Convention of Company Secretaries concludes in Bhubaneswar by Proprietor Abhimanyu Maharana September 9, 2026 ଉଦ୍ୟାନ ବିଭାଗ ତରଫରୁ ଆଳୁ ବିହନ ବିତରଣର ଶୁଭାରମ୍ଭ : ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ୱ by Proprietor Abhimanyu Maharana September 9, 2026 ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ସ୍ନାତକ ସମାରୋହରେ ଯୋଗଦେଲେ ରାଜ୍ୟପାଳ by Proprietor Abhimanyu Maharana September 8, 2026 ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ–୨୦୨୭ : ଯୁବପିଢ଼ିଙ୍କ ପାଇଁ ଜାତୀୟ ସ୍ତରରେ ନିଜ ପ୍ରତିଭା ପ୍ରଦର୍ଶନର ସୁଯୋଗ by Proprietor Abhimanyu Maharana September 8, 2026 ଜାତୀୟ ଅନସୁଚୀତ ଜନଜାତି ଆୟୋଗ ଙ୍କ ପୁରୀ ଜିଲ୍ଲା ଗସ୍ତ by Proprietor Abhimanyu Maharana September 8, 2026