ରାଜସୁନାଖଳା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ବିଦାୟୀକାଳୀନ ସମ୍ବର୍ଦ୍ଧନା ସଭା

୨୫ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ରଣପୁର  :->  ରଣପୁର ଶିକ୍ଷା ବ୍ଲକ ଅନ୍ତର୍ଗତ ରାଜସୁନାଖଳା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରଠାରେ ପରିଚାଳନା କମିଟିର ସଭାପତିଙ୍କ ଅଧକ୍ଷତାରେ ମଙ୍ଗଳ ବାର ଦିନ ବିଦାୟୀ ପ୍ରଧାନ ଆଚାର୍ଯ୍ୟ ଓ ନୂତନ ପ୍ରଧାନ ଆଚାର୍ଜ୍ୟଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଅଛି ! ଏହି ବିଦାୟୀ କାଳୀନ ଓ ସ୍ୱାଗତ ସମ୍ବର୍ଦ୍ଧନା ସଭାରେ ଅତିଥି ଭାବେ ରାଜସୁନାଖଳା ସଂକୁଳ ପ୍ରମୁଖ ସାନନ୍ଦ କୁମାର ସାହୁ,

ପରିଚଳନ କମିଟିର ଉପସଭାପତି ପ୍ରଶାନ୍ତକୁମାର ତ୍ରିପାଠୀ ଓ ସମ୍ପାଦକ ଗୌର ଚରଣ ସାମନ୍ତସିଂହାର ପ୍ରମୁଖ ଯୋଗଦେଇ ବିଦାୟୀ ପ୍ରଧାନ ଆଚାର୍ଯ୍ୟ ନିରଞ୍ଜନ ତରସ ଓ ନୂତନ ପ୍ରଧାନ ଆଚାର୍ଯ୍ୟ ବିଚିତ୍ର କୁମାର ରଥଙ୍କୁ ଫୁଲତୋଡ଼ା,ଉତ୍ତରୀୟ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ ! ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ସହ ପ୍ରଧାନ ଆଚାର୍ଯ୍ୟ ବୈକୁଣ୍ଠ ନାଥ କର ଅତିଥି ପରିଚୟ ପ୍ରଦାନ କରି ସ୍ୱାଗତ ଭାଷଣ ଦେଇଥିଲେ !

ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ୱାର ସ୍ୱାଗତ ସଂଗୀତ ଓ ବିଦାୟୀ ସଂଗୀତ ଗାନ କରାଯାଇଥିଲା ! ବିଦାୟୀ ପ୍ରଧାନ ଆଚାର୍ଯ୍ୟ ନିରଞ୍ଜନ ତରସ ଜଣେ ଛାତ୍ରବତ୍ସାଳତା, ମେଳାପୀ,ସ୍ନେହୀ, କର୍ମଠ, କର୍ତଵ୍ୟ ନିଷ୍ଠ, ସୁସଂଗଠକ,ଆଦର୍ଶ, ଦକ୍ଷ ପ୍ରଧାନ ଶିକ୍ଷକ ଥିଲେ ବୋଲି ସଂକୁଳ ପ୍ରମୁଖ ସାନନ୍ଦ କୁମାର ସାହୁ ମନ୍ତବ୍ୟରେ କହିଥିଲେ !

ବହୁ ବାଧାବିଗ୍ନ ସତ୍ୱେ ବିଦାୟୀ ପ୍ରଧାନ ଆଚାର୍ଯ୍ୟ ନିରଞ୍ଜନ ତରାସ ତାଙ୍କର ଅକ୍ଲାନ୍ତ ପରିଶ୍ରମ ଓ ବିଭିନ୍ନ କାର୍ଯ୍ୟକ୍ରମ କରି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରକୁ ଜିଲ୍ଲlସ୍ତରକୁ ନେଇ ଉର୍ନ୍ନତିର ଶୀର୍ଷରେ ପହଞ୍ଚାଇ ଗୌରବlନିତ୍ୟ କରିଛନ୍ତି ବୋଲି ପରିଚାଳନା କମିଟିର ସମ୍ପାଦକ ଗୌର ଚରଣ ସାମନ୍ତ ସିଂହାର କହିଥିଲେ ! ଏହି କାର୍ଯ୍ୟକ୍ରମରେ ବିଦ୍ୟୁତ ପରିଷଦ ସଭ୍ୟ ସୁରେଶ ଚନ୍ଦ୍ର ସାହୁ,

ମାତୃଭାରତୀପରିଷଦ ଶର୍ମିଷ୍ଠା ସାହୁ, ରୁବିତା ପରିଡା ସମେତ ସମସ୍ତ ସଭ୍ୟାମାନେ ଯୋଗଦେଇଥିଲେ ! ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମକୁ ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଭ୍ୟ /ସଭ୍ୟା ଓ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ସମସ୍ତ ଗୁରୁଜୀ,ଗୁରୁମାମାନେ ଉପସ୍ଥିତ ରହି ସହଯୋଗ କରି ପରିଚାଳନା କରିଥଲେ ! ପରିଶେଷରେ ପଞ୍ଚାନନ ଗୁରୁଜୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ !

Exit mobile version