ଖପ୍ରାଖୋଲ ରେ ଭାଜପା ତରଫରୁ କଳା ଦିବସ ପାଳିତ

୨୫ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖପ୍ରାଖୋଲ :-> ସ୍ଥାନୀୟ ଭାଜପା କାର୍ଯ୍ୟାଳୟ ପରିସରରେ ଭାଜପା ତରଫରୁ କଳାଦିବସ ମଙ୍ଗଳବାର ପାଳିତ ହୋଇଯାଇଛି। ଏହି ଅବସରରେ ପ୍ରଥମେ ମଣ୍ଡଳ ସଭାପତି ଦେବକାନ୍ତ ପାଣିଗ୍ରାହୀ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ବ୍ଲକ୍ ପ୍ରଭାରୀ ପ୍ରବୋଧାନନ୍ଦ୍ ପାଣିଗ୍ରାହୀ, ସମ୍ମାନିତ ଅତିଥି ରୂପେ ବରିଷ୍ଠ ସଦସ୍ୟ ପ୍ରଶାନ୍ତ କୁମାର ମେହେର,ପଦ୍ମକୁମାର ବରିହା,

ରବି ସାହୁ, ଶଶି ପୁଝାରୀ ପ୍ରମୁଖ ମଞ୍ଚାସିନ ଥିଲେ। ପ୍ରଥମେ ଭାରତ ମାତା, ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ, ଡାକ୍ତର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଫଟୋ ଚିତ୍ର ରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ। ପରେ ଅନୁଷ୍ଠିତ ବୈଠକରେ ଅତିଥି ମାନେ ୧୯୭୫ ର ଜରୁରୀ କାଳୀନ ପରିସ୍ଥିତି ରେ ଗଣ ତନ୍ତ୍ର ର ହତ୍ୟା ସହ ଅଣ କଂଗ୍ରେସ ନେତା ଙ୍କୁ ବନ୍ଦୀ,

ଗଣ ମାଧ୍ୟମ ର କଣ୍ଠ ରୋଧ ଉପରେ ଦୁଃଖ ଦାୟକ ଘଟଣା କୁ ମନେ ପକାଇବା ସହ କଳା ଦିବସ ପାଳନ କରିଥିଲେ। ପରେ ସମସ୍ତ କର୍ମୀ ସଙ୍ଗଠିତ ହେବା ସହ ଶୃଙ୍ଖଳିତ ହେବାକୁ ଆହ୍ଵାନ ଦେଇଥିଲେ। ବୈଠକ ରେ ସନ୍ତୋଷ ଭଇଁସାଲ, ରୋହିତ ପଟେଲ, ରୋହିତ ଅଗ୍ରୱାଲ, କର୍ଣ୍ଣ ଠାକୁର, ମଧୁ ବରିହା ପ୍ରମୁଖ ଶତାଧିକ କର୍ମୀ ଉପସ୍ଥିତ ଥିବା ବେଳେ ଅଭୟ କୁମାର ତ୍ରିପାଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Exit mobile version