ବରିଷ୍ଠ ବିଜେଡ଼ି ସଂଗଠକ ପ୍ରମୋଦ ପ୍ରଧାନ ଙ୍କ ଅକାଳ ବିୟୋଗ

୨୫ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୂଆଗାଁ :-> ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ସଦମହକୁମାରେ ଥିବା ନୂଆଗାଁ ଗ୍ରାମର ସମାଜ ସେବୀ ତଥା ବିଜେଡ଼ି ର ବରିଷ୍ଠ ସଂଗଠକ ପ୍ରମୋଦ ପ୍ରଧାନଙ୍କ ୫୯ ବୟସରେ ଅକାଳ ବିୟୋଗ ହୋଇଛି। ସୂଚନା ଥାଉକି ପ୍ରମୋଦ ପ୍ରଧାନ କିଛିଦିନ ହେବ ଦେହ ଅସୁସ୍ଥ ଥିବାରୁ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ।.ଆଜି ହଠାତ ଦେହ ଅସୁସ୍ଥ ହେବାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ନୟାଗଡ ମୁଖ୍ୟ ଚିକିତ୍ସାଳୟ କୁ ନେଇଥିଲେ।ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହେଇଥିଲା । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ସନ୍ଧ୍ୟାରେ ତାଙ୍କ ମୃତ ଶରୀର ଗ୍ରାମକୁ ଆସିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।

ବନ୍ଧୁ ବାନ୍ଧନ ତାଙ୍କ ବାସଭବନ ସମୁଖରେ ଉପସ୍ଥିତ ରହିଥିଲେ।ତାଙ୍କୁ ଭଲପାଉଥିବା ଆବାଳ ବୃଦ୍ଧବନିତା ଏକତ୍ରିତ ହୋଇ ତାଙ୍କୁ ସ୍ମଶାନ କୁ ନେଇଯାଥିଲେ.।ସେ ସମାଜ ସେବା ସହିତ ଧର୍ମ ପର୍ଯ୍ୟନ୍ତ,ବିଯୁଜନତା ଦଳର ଜଣେ ଦୃଢ଼ ସଂଗଠକ, ଏଫ ଇ ସିସି ଭାବରେ କ୍ରିକେଟ କ୍ଳବର ସଭାପତି ଭାବରେ କାର୍ଯ୍ୟ କରୁଥିଲେ।ଯୁବକ ଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ମଢି ନନା ଭାବରେ ତାଙ୍କୁ ଡାକୁଥିଲେ।ଦେହାନ୍ତ ଖବର ପାଇବା ପରେ ଦଶପଲ୍ଲା ବିଜେଡ଼ି ବିଧାୟକ ରମେଶ ଚନ୍ଦ୍ର ବେହେରା ,ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା ଗଭୀର ଶୋକ ପ୍ରକାଶ କରିବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି

Exit mobile version