ନବ ନିର୍ବାଚିତ ବିଧାୟକଙ୍କୁ ସମ୍ବର୍ଦ୍ଧନା

୨୪ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପଡ଼ିଆ :->  ମାଲକାନଗିରି ବିଧାୟକ ନରସିଂହ ମାଡକାମି ଆଜି ପଡ଼ିଆ ବ୍ଲକକୁ ପ୍ରଥମ ଥର ପାଇଁ ଗସ୍ତ କରୁଛନ୍ତି। ନରସିଂହ ମାଡକାମି ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ପରେ ପଡ଼ିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଭିମନ୍ୟୁ କବି ଶତପଥୀଙ୍କ ନେତୃତ୍ବରେ ବ୍ଲକ ପ୍ରଶାସନ ପକ୍ଷରୁ ବିଧାୟକ ଶ୍ରୀ ମାଡକାମିଙ୍କୁ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହା ପରେ ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ବ୍ଲକର ସର୍ବାଙ୍ଗୀନ ଉନ୍ନତି ପାଇଁ ତୃଣମୂଳସ୍ତରରୁ ପ୍ରତିଟି ଅଭିଯୋଗକୁ ଗୁରୁତ୍ଵ ଦେଇ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଥିଲା ।

ବିଧାୟକଙ୍କ ଏହି ଗସ୍ତ ବେଳେ ଜିଲ୍ଲା ବିଜେପି ସଭାପତି ନିମାଇଁ ଚନ୍ଦ୍ର ପାଲ , ପଡ଼ିଆ ବ୍ଲକ ବିଜେପି ସଭାପତି ପି ଭେଙ୍କଟେଶ୍ବର‌ ରାଓ, ଜିଲ୍ଲା ସାଧାରଣ ସମ୍ପାଦକ ଭବାନୀ ଶଙ୍କର ମୁଖାର୍ଜୀ, ପୂର୍ବତନ ବିଧାୟକ ପ୍ରତିନିଧି କୋଟାମ ବାଲାୟା, ବ୍ଲକ ସାଧାରଣ ସମ୍ପାଦକ କେ ଭାସ୍କର ରାଓ, ଜିଲ୍ଲା ସଂଯୋଜକ ନିହାର ରାୟ, କୋଷାଧ୍ୟକ୍ଷ ସଂଜୟ ସରକାର ଓ ମାଲକାନଗିରି ବ୍ଲକ ଉପ ସଭାପତି ନିରଞ୍ଜନ ହାଲଦାର ସମେତ ବ୍ଲକର ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ବିଧାୟକ ଶ୍ରୀ ମାଡକାମି ଏହି ଅବସରରେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସହ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟକାରୀତା ନେଇ ଆଲୋଚନା କରିଥିଲେ ।

Exit mobile version