ଖପ୍ରାଖୋଲ ଲକ୍ଷେଘର ଗଣ୍ଡା ସମାଜ ନୂତନ କମିଟିକୁ ଉପଖଣ୍ଡ ସ୍ତରୀୟ କମିଟିର ସ୍ୱୀକୃତି

୨୪ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖପ୍ରାଖୋଲ :-> ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ହରିଶଙ୍କର ମନ୍ଦିର ସ୍ଥିତ ମଣ୍ଡପ ଠାରେ ଏକ ସାମାଜିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉପଖଣ୍ଡ ସ୍ତରୀୟ ଲକ୍ଷେଘର ଗଣ୍ଡା ସମାଜର ସଭାପତି ଡିକ୍ସନ ନନ୍ଦଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ ଉପସଭାପତି ଭକ୍ତରାମ ବାଗ, ସମ୍ପାଦକ ଜୟନ୍ତ କୁମ୍ଭାର, ସହ ସମ୍ପାଦକ ମଣି କୁମ୍ଭାର, କୋଷାଧକ୍ଷ ମନୋରଞ୍ଜନ ବାରିକ, କେନ୍ଦ୍ରୀୟ କମିଟି ସଦସ୍ୟ ବନମାଳୀ କୁମ୍ଭାରଙ୍କ ସହ ଧନେଶ୍ୱର ନାଗ ଉପସ୍ଥିତ ଥିଲେ । ଗତ ୧୪/୬ ତାରିଖରେ ଖପ୍ରାଖୋଲ ବ୍ଲକ ସ୍ତରୀୟ ଲକ୍ଷେଘର ଗଣ୍ଡା ସମାଜ ର ପୁନର୍ଗଠନ ହୋଇଥିଲା । ନୂତନ କମିଟିରେ ବ୍ଲକ ସଭାପତି ଭାବେ ନିରାକାର ଛୁରା, ଉପସଭାପତି ଅଶୋକ କୁମାର ବାଗ, ସମ୍ପାଦକ ମହିନାଥ ସୁନା, ସହ ସମ୍ପାଦକ ତପୋବନ୍ତ କୁମ୍ଭାର, କୋଷାଧକ୍ଷ ଡିଲେଶ୍ୱର ଜାଲ ସହ କୋଷାଧକ୍ଷ ଟଙ୍କଧର ତାଣ୍ଡିଙ୍କୁ ଚୟନ କରାଗଲା ।

ସେହିପରି କମିଟିରେ ଲବ ସୁନା, ରାଧେଶ୍ୟାମ ନାଗ, ଜଳଧର ତାଣ୍ଡି, ବଶିଷ୍ଟ ତାଣ୍ଡିଙ୍କୁ ମଧ୍ୟ କମିଟିରେ ଚୟନ କରାଯିବା ସହ ୨୦ ରୁ ଉର୍ଦ୍ଧ ସଦସ୍ୟଙ୍କୁ ଉପଦେଷ୍ଟା ଭାବେ କମିଟିରେ ରଖାଯାଇଛି । ଏହି ନୂତନ କମିଟିକୁ ଖପ୍ରାଖୋଲ ବ୍ଲକ ୧୬ ଟି ପଞ୍ଚାୟତ ରୁ ଆସିଥିବା ଲକ୍ଷେଘର ଗଣ୍ଡା ସମାଜର ପଞ୍ଚାୟତ ସ୍ତରୀୟ ସଭାପତି ଏବଂ ସାମାଜିକ ଲୋକଙ୍କ ସର୍ବ ସମ୍ମତି କ୍ରମେ ଉପଖଣ୍ଡ ସ୍ତରୀୟ କମିଟି ଖପ୍ରାଖୋଲ ବ୍ଲକ ସ୍ତରୀୟ ନୂତନ କମିଟିକୁ ସ୍ୱୀକୃତି ପ୍ରଦାନ କଲା । ଉପଖଣ୍ଡ ସ୍ତରୀୟ ସଭାପତି ଡିକ୍ସନ ନନ୍ଦ ଭାରତବର୍ଷର ପ୍ରଥମ ଜ୍ଞାନୀ ବାବାସାହେବଙ୍କ ଜୀବନୀ ତଥା ଦଳିତ ଙ୍କ ପାଇଁ ଉଦ୍ଦିଷ୍ଟ ସାମ୍ବିଧାନିକ ଅଧିକାର, ନାଗରିକ ଅଧିକାର , ମାନବିକ ଅଧିକାର ଏବଂ ରାଜନୈତିକ ଅଧିକାର ଉପରେ ମାର୍ଗଦର୍ଶନ ପ୍ରଦାନ କରିଥିଲେ ।

ସେହିପରି କାର୍ଯ୍ୟକାରୀ କମିଟି ସଭାପତି ଲବ ସୁନା ସମାଜର ସାମାଜିକ ଏକତା, ସାମାଜିକ ସଂସ୍କାର, ଗୁଣାତ୍ମକ ଶିକ୍ଷା ଏବଂ ଅର୍ଥନୈତିକ ଅଭିବୃଦ୍ଧି ଉପରେ ଉପସ୍ଥିତ ସମସ୍ତ ପଞ୍ଚାୟତର କାର୍ଯ୍ୟକର୍ତ୍ତା ଙ୍କୁ ପରାମର୍ଶ ଦେଇଥିଲେ । ଉକ୍ତ ବୈଠକରେ ଖପ୍ରାଖୋଲ ଲକ୍ଷେଘର ଗଣ୍ଡା ସମାଜର ପୂର୍ବତନ ସଭାପତି ଛିନୁ ଟାକ୍ରୀ, ମୋହନ ସୁନା, ତପୀନ୍ଦ୍ର ସୁନା ସହ ଶତାଧିକ କାର୍ଯ୍ୟକର୍ତ୍ତା ଯୋଗଦେଇ ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।

Exit mobile version