ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢାଉ,ବାଇକ ଓ ମଦ ଜବତ

୨୪ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବେଗୁନିଆ  :-> ଖୋର୍ଦ୍ଧା ଜିଲ୍ଲା ଅବକାରୀ ବିଭାଗ ଅଧିକ୍ଷିକା ସୁମତି ତ୍ରିପାଠୀଙ୍କ ନିର୍ଦ୍ଦେଶକ୍ରମେ ପୁଲିସ ଚଢ଼ାଉ କରି ୧୨୫ ଲିଟର ଦେଶୀ ମଦ ଓ  ଗୋଟିଏ ବାଇକ ଜବତ କରିବା ସହ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ଅନୁଯାୟୀ ଖୋର୍ଦ୍ଧା ସଦର ରେଞ୍ଜ ଅବକାରୀ ବିଭାଗ ଓ ବେଗୁନିଆ ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢାଉ କରି ବରପଦା ଗ୍ରାମର ମିହିର ପ୍ରଧାନ,

ପିଚୁକୁଳି ଗ୍ରାମର ଅଶୋକ ନାୟକ ଓ କୁଶପଲା ଗ୍ରାମର ଇନ୍ଦୁଲତା ନାୟକଙ୍କୁ  ଗିରଫ କରି କୋର୍ଟ ଚାଲାଣ କରିଛି। ଏଥିରେ ଖୋର୍ଦ୍ଧା ଅବକାରୀ ଥାନା ସଦର ରେଞ୍ଜ ନିରୀକ୍ଷକ ସନ୍ତୋଷ କୁମାର ସାହୁ, ବେଗୁନିଆ ଅବକାରୀ ଥାନା ଉପନିରୀକ୍ଷକ ଏନ ଜାଗିନ ରାଓ, ସହକାରୀ ଉପନିରୀକ୍ଷକ ବିରଂଚି ନାରାୟଣ ମହାନ୍ତି, ସିପାହୀ ବିକାଶ ଚନ୍ଦ୍ର ରାଉତ,ମନୋଜ କୁମାର ଜୟସିଂହ ଓ ଚିନ୍ମୟ ସେଠୀ ପ୍ରମୁଖ ସାମିଲ ହୋଇଥିଲେ ।

Exit mobile version