ଠିକାଦାର ଓ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା ରେ ଜେସିବି ଦ୍ଵାରା ଚାଲିଛି – ମନରେଗା ଯୋଜନା କାମ

 ପ୍ରଶାସନ ସାଜିଛି ନୀରବ ଦ୍ରଷ୍ଟା  

୨୪ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ :-> ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ଧଳାପଥର ପଞ୍ଚାୟତର ଗୋପିନାଥପୁର ରାଜସ୍ବ ଗ୍ରାମରେ ଥିବା ଖଣ୍ଡିଆ ପୋଖରୀ ଆଂଶିକ କାର୍ଯ୍ୟ ମନରେଗା ଯୋଜନାରେ ସମ୍ପାଦନ ହେଉଥିବା ବେଳେ ଜେସିବି ମେସିନ ବ୍ୟବହାର କରି ସ୍ପଷ୍ଟ ଦିବା ଲୋକରେ ଖନନ କାର୍ଯ୍ୟ ହେଉଥିବା ଜଣାପଡ଼ିଛି । ଗୋପିନାଥପୁର ରାଜସ୍ବ ଗ୍ରାମରେ କାମ ହେଇଉ ଥିବାବେଳେ ଧଳାପଥରର ନାମ ଫଳକ ସ୍ଥାପନ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ମୌସୁମୀ ବର୍ଷା ଆଗମନର ସୁଯୋଗ ନେଇ ତରବରିଆ ଭାବେ ମେସିନରେ କାମ କରି ବିଲ୍ କରି ନେବା ପାଇଁ ଚେଷ୍ଟା ଚାଲିଛି ।

ଶହ ଶହ ଟ୍ରିପ ମାଟି ବିକ୍ରି କରାଯାଇଥିବା ବେଳେ ଧଳାପଥର ଗୋପିନାଥପୁର ଗ୍ରାମସାଥୀଙ୍କୁ ବାଦଦେଇ ପାଖ ଗ୍ରାମରେ ଗ୍ରାମସାଥୀଙ୍କ ଦ୍ଵାରା କାମ କରାଯାଉଅଛି । ଆଜି ହୋଇଥିବା ବର୍ଷାରେ ଚାରିପଟେ ମାଟି ଧୋଇ ହୋଇ ଯଥା ପୂର୍ବ ତଥା ପର ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ସୃଷ୍ଟି ହେଇଛି । ଏ ସଂପର୍କରେ ବୋଲଗଡ଼ ବିଡିଓ, ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସମେତ ସରକାରଙ୍କ ବିଭାଗୀୟ ଅଧିକାରୀଙ୍କୁ ପ୍ରମାଣ ସହିତ ଅଭିଯୋଗ କରା ଯାଇ ଥିଲେ ହେଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ।

ବୋଲଗଡ଼ ବି ଡି ଓ, ଏହା ଉପରେ ତଦନ୍ତ କରିବା ପାଇଁ ନିର୍ଭର ପ୍ରତିଶୃତି ଦେଇଥିବା ବେଳେ କାର୍ଯ୍ୟରେ ନିୟୋଜିତ କର୍ମଚାରୀ ଟେଲିଫୋନ କରି ଏ ଘଟଣାରେ ହସ୍ତକ୍ଷେପ ନ କରିବା ପାଇଁ ବିଶେଷ ସୂତ୍ରରୁ ଜଣାପଡ଼ିଛି। ଏହି ଘଟଣାର ଉଚ୍ଚ କର୍ତ୍ତୃପକ୍ଷ ଯୁଦ୍ଧ କାଳୀନ ଭିତିରେ ତଦନ୍ତ କରି ଦୃଢ଼ ପଦକ୍ଷେପ ନେବାକୁ ସାଧାରଣରେ ଦାବୀ ହେଉଛି । ବ୍ଲକ ପ୍ରଶାସନ ସାଜିଛନ୍ତି ନୀରବ ଦ୍ରଷ୍ଟା !

Exit mobile version