ବୋଲଗଡ଼ରେ ଗରିବ ହିତାଧିକାରୀଙ୍କୁ ନୂତନ ଖାଉଟି କାର୍ଡ ମିଳିବ କେବେ ..?

ଏ ସମ୍ପର୍କରେ ବିଡ଼ିଓ ଶରତ କୁମାର ମଲ୍ଲିକ ଓ ବ୍ଲକ ଖାଦ୍ୟ ଯୋଗାଣ ଅଧିକାରିଣୀଙ୍କୁ ପଚାରିବାରୁ ସେମାନେ କହିଲେ ଆଜି ପର୍ଯ୍ୟନ୍ତ ନୂତନ ଖାଉଟି କାର୍ଡ ପ୍ରଦାନ କରିବା ପାଇଁ ରାଜ୍ୟ ସରକାରଙ୍କର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ତରଫରୁ ୱେବ ସାଇଡ ପୋର୍ଟାଲ ଖୋଲାଯାଇ ନାହିଁ !

୨୩ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ )  ବୋଲଗଡ଼ :-> ବୋଲଗଡ଼ ବ୍ଲକ ଅଞ୍ଚଳରେ ବହୁ ଗରିବ ଖଟିଖିଆ ଦିନମଜୁରିଆ ଲୋକମାନେ ଦରିଦ୍ର ସୀମାରେଖା ତଳେ ରହି ଭୋକ ଉପବାସରେ ଦିନ କାଟୁଅଛନ୍ତି ! ସେମାନେ ପେଟ ଚlଖଣ୍ଡାଙ୍କ ପାଇଁ ନିଜପରିବାରର ଭରଣ ପୋଷଣ ପାଇଁ ପର ଦୁଆରେ ମୁଲ ଲାଗୁଅଛନ୍ତି ! ବୋଲଗଡ଼ ବ୍ଲକ ଅଞ୍ଚଳରେ ଜଳସେଚନ ଅଭାବରୁ ସଦାସର୍ବଦା ମରୁଡି ହେଉଅଛି ! ତେଣୁ ଗରିବ ଖଟିଖିଆ ଦିନ ମଜୁରିଆମାନେ ବର୍ଷସାରା ପେଟପୋଷିବା ପାଇଁ ମଜୁରୀ ପାଇପାରୁନାହାନ୍ତି !

ବୋଲଗଡ଼ ବ୍ଲକ ଅଞ୍ଚଳର ୫ହଜାରରୁ ଉର୍ଦ୍ଧ ଦlରିଦ୍ର ସୀମାରେଖା ତଳେ ଥିବା ଗରିବ ଲୋକମାନେ ଖାଉଟି କାର୍ଡ ପାଇବା ପାଇଁ ଗତ ୩ତିନି ବର୍ଷ ହେବ ଅନ ଲାଇନ ମାଧ୍ୟମରେ ଆବେଦନ କରିଅଛନ୍ତି ! ବିଜେଡି ସରକାର ଗତ ପଞ୍ଚାୟତ ନିର୍ବାଚନ ସମୟରେ ଗରିବ ଲୋକମାନଙ୍କୁ ଖୁବ ଶୀଘ୍ର ନୂତନ ଖାଉଟି କାର୍ଡ ଯୋଗାଇ ଦେବାପାଇଁ ନିର୍ଭର ପ୍ରତିଶୃତି ଦେଇଥିଲେ ! ତେବେ ୩ବର୍ଷ ବିତି ଯାଇଥିଲେ ମଧ୍ୟ ଗରିବ ଲୋକମାନଙ୍କୁ ଆଜି ପର୍ଯ୍ୟନ୍ତ ନୂତନ ଖାଉଟି କାର୍ଡ ମିଳିପାରିଲା ନାହିଁ !

ଏ ସମ୍ପର୍କରେ ବିଡ଼ିଓ ଶରତ କୁମାର ମଲ୍ଲିକ ଓ ବ୍ଲକ ଖାଦ୍ୟ ଯୋଗାଣ ଅଧିକାରିଣୀଙ୍କୁ ପଚାରିବାରୁ ସେମାନେ କହିଲେ ଆଜି ପର୍ଯ୍ୟନ୍ତ ନୂତନ ଖାଉଟି କାର୍ଡ ପ୍ରଦାନ କରିବା ପାଇଁ ରାଜ୍ୟ ସରକାରଙ୍କର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ତରଫରୁ ୱେବ ସାଇଡ ପୋର୍ଟାଲ ଖୋଲାଯାଇ ନାହିଁ ! ତେଣୁ ବିଜେଡି ସରକାର ଗରିବ ଲୋକମାନଙ୍କ ସହିତ ଖେଳଖେଲିଲେ ବୋଲି ସମାଲୋଚନା କରାଯାଉଛି ! ତେଣୁ ଗତ ବିଧାନ ସଭା ନିର୍ବାଚନରେ ଗରିବ ଲୋକମାନେ ସରକାର ପରିବର୍ତନ କରିଅଛନ୍ତି ! ନୂତନ ବିଜେପି ସରକାର ଗରିବ ଲୋକମାନଙ୍କୁ ନୂତନ ଖାଉଟି କାର୍ଡ କେବେ ଦେବେବୋଲି ପ୍ରଶ୍ନ ବlଚି ସୃଷ୍ଟି ହୋଇଛି !

Exit mobile version