ବାଣପୁରର ଅଧିଷ୍ଠାତ୍ରୀ ଦେବୀ ମା ଭଗବତୀଙ୍କୁ ଦର୍ଶନ କଲେ ହାଇକୋର୍ଟର ବିଚାରପତି – ଶ୍ରୀଯୁକ୍ତ ଆଦିତ୍ୟ ମହାପାତ୍ର

୨୩ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଣପୁର :-> ଶକ୍ତିପୀଠ ବାଣପୁରର ଅଧିଷ୍ଠାତ୍ରୀ ଦେବୀ ମା ଭଗବତୀଙ୍କୁ ଦର୍ଶନ କଲେ ହାଇକୋର୍ଟର ବିଚାରପତି ଶ୍ରୀଯୁକ୍ତ ଆଦିତ୍ୟ ମହାପାତ୍ର, ଶ୍ରୀଯୁକ୍ତ ମହାପାତ୍ର ବାଣପୁର କୁମାରାଙ୍ଗ ଶାସନରେ ଜନ୍ମ l ଶ୍ରୀ ମହାପାତ୍ର ସପରିବାର ସହ ଆସି ମା’ଙ୍କୁ ଦର୍ଶନ କରି ମାଙ୍କ ଆଶ୍ରିବାଦ ଭିକ୍ଷା କରିଥିଲେ l ମନ୍ଦିରର ବରିଷ୍ଠ ପୁଜକ କୃତିବାସ ମହାପାତ୍ର, ବଡ ପାଳିଆମାଳୀ ସଞ୍ଜୟ ମହାପାତ୍ର ମାଙ୍କ ପାଖରେ ବିଚାରପତିଙ୍କ ପାଇଁ ପୂଜା ଅର୍ଚ୍ଚନା କରିଥିଲେ lମା ଙ୍କ ଦର୍ଶନ ସରିବା ପରେ ମନ୍ଦିରର ସେବାୟତ ମାନଙ୍କ ସହ ମନ୍ଦିର ବିଷୟରେ ଆଲୋଚନା କରିଥିଲେ l ବିଚାରପତିଙ୍କ ଦର୍ଶନ ପାଇଁ ବାଣପୁର ଥାନା ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ଇନଚାର୍ଜ ଶ୍ରୀଯୁକ୍ତ ଦେବତା ଓ ଥାନାର ଅଫିସର ମାନେ ଉପସ୍ଥିତ ରହି ଶୃଙ୍ଖଳା ବ୍ୟବସ୍ତା କଡାକଡି କରିଥିଲେ lତତ ସହିତ ବାଣପୁର ମୁନିସିଫ କୋର୍ଟର ବିଚାରପତି ଓ ଅନ୍ୟାନ କର୍ମଚାରୀ ଉପସ୍ଥିତ ଥିଲେ ଏବଂ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ଓ ସମସ୍ତ କର୍ମଚାରୀମାନେ ଉପସ୍ଥିତ ରହି ସୂଚାରୁ ରୂପେ ଶ୍ରୀ ମହାପାତ୍ରଙ୍କୁ ମାଙ୍କର ଦର୍ଶନ କରାଇଥିଲେ l ଶେଷରେ ଶ୍ରୀ ମହାପାତ୍ର ଜନ୍ମ ମାଟି କୁମାରାଙ୍ଗ ଶାସନରେ ଥିବା ନିଜ ଘରକୁ ବୁଲିବା ପାଇଁ ଯାଇଥିଲେ l

Exit mobile version