କଟକସଦର ପ୍ରେସ୍ କ୍ଲବର ତୃତୀୟ ବାର୍ଷିକ ଉତ୍ସବ ଓ ମେଧା ସମ୍ମାନ ପ୍ରଦାନ

୨୪ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> କଟକସଦର ପ୍ରେସ୍ କ୍ଲବର ତୃତୀୟ ବାର୍ଷିକ ଉତ୍ସବ ଓ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ସର୍ବାଧିକ ନମ୍ବର ରଖିଥିବା ୩୨ ଗୋଟି ହାଇସ୍କୁଲର ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯିବା କାର୍ଯ୍ୟ , ପ୍ରେସ୍ କ୍ଲବଳ ସଭା ସୁରେନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ, ରବିବାର ଦିନ କଟକ ସଦର ଥାନା ଅନ୍ତର୍ଗତ ପ୍ରତାପନଗରୀ ଗ୍ରାମର ମା, ଧାକୁଲେଇ ପୀଠରେ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବରେ କଟକ ସଦର ନିର୍ବାଚନ ମଣ୍ଡଳୀର ନୂତନ ବିଜେପି ବିଧାୟକ ଇଞ୍ଜିନିୟର ପ୍ରକାଶ ଚନ୍ଦ୍ର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି ଉତ୍ସବକୁ ଉଦଘାଟନ କରିଥିଲେ ।

ମୁଖ୍ୟ ବକ୍ତା ଭାବେ କଟକ ଡିସିପି ପ୍ରକାଶ ଆର ଯୋଗ ଦେଇଥିଲେ । ଆଡ଼ଭୋକେଟ ଉମାକାନ୍ତ ନନ୍ଦ , ସ୍ତମ୍ବକାର ଶ୍ରୀ ସନ୍ୟାସୀ ଜୀ , କଟକ ନଗର ବିଜେପି ଉପ ସଭାପତି ସ୍ୱାଧୀନ ଚେତା ମହାନ୍ତି, ବିଶିଷ୍ଟ ପାଲାକାର ସୁରେନ୍ଦ୍ର ନାଥ ଛୋଟରାୟ, , ଆଡ଼ଭୋକେଟ କବି ନାରାୟଣ ଜେନା ,ପ୍ରମୁଖ ଯୋଗ ଦେଇ କହିଲେ ଯେ , ଛାତ୍ରଛାତ୍ରୀ ମାନେ ଭଲ ପାଠ ପଢ଼ି ଅଧିକ ନମ୍ବର ରଖିଲେ ଜଣେ ମେଧାବୀ ଛାତ୍ରଛାତ୍ରୀ ହୋଇପାରିବେ ,

ହେଲେ ସେମାନେ ଭଲ ପାଠ ପଢ଼ି ଉଚ୍ଚ ପଦପଦବୀରେ ଅବସ୍ଥାନ କରିବା ସହିତ ସମାଜର ଉନ୍ନତି ପାଇଁ ଅବହେଳିତ ଲୋକଙ୍କ ଲାଗି ସଦାସର୍ବଦା କାର୍ଯ୍ୟ କରିବାକୁ ଅତିଥି ମାନେ ଉପସ୍ଥିତ ମେଧାବୀ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । କଟକସଦର ପ୍ରେସ୍ କ୍ଲବର କାର୍ଯ୍ୟକାରୀ ସଭାପତି ଲଳିତକୁମାର ଦାଶ ଅତିଥି ପରିଚୟ ପ୍ରଦାନ କରିଥିଲେ । ସଂପାଦକ ପ୍ରତାପ କେଶରୀ ପାତ୍ର ପ୍ରେସ୍ କ୍ଲବର ବାର୍ଷିକ ବିବରଣୀ ପାଠ କରିଥିଲେ । ଆୟୋଜିତ ଉତ୍ସବରେ ପ୍ରେସ୍ କ୍ଲବ ପକ୍ଷରୁ ମୁଖ୍ୟ ଅତିଥି କଟକସଦର ବିଧାୟକ ଇଞ୍ଜିନିୟର ପ୍ରକାଶ ଚନ୍ଦ୍ର ସେଠୀ,

କଟକ ଡିସିପି ପ୍ରକାଶ ଆରଙ୍କ ସମେତ ନିମନ୍ତ୍ରିତ ଅତିଥି ମାନଙ୍କୁ ସଭାପତି ସୁରେନ୍ଦ୍ର ମହାପାତ୍ର ଏବଂ କାର୍ଯ୍ୟକାରୀ ସଭାପତି ଲଳିତ ଦାସ ଉପଢୌକନ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ସେହିପରି ମେଧାବୀ ଛାତ୍ରଛାତ୍ରୀଙ୍କୁ କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯିବା ସହିତ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରେସ୍ କ୍ଲବର କାର୍ଯ୍ୟକର୍ତ୍ତା ଅଜୟ କୁମାର ଦାଶ , ଗଜେନ୍ଦ୍ର ନାଥ ଦାସ, ଉପ ସଭାପତି ଅଜୟ ପାତ୍ର,

ଧୀରେନ୍ଦ୍ର ନାଥ ସାହୁ, ଦିପ୍ତି ରଞ୍ଜନ ଶତପଥୀ, ରାଜ କିଶୋର ବେହେରା , ଶଶିଭୁଷଣ ଦାଶ, ରାକେଶ ହୋତା, ଶଶିଭୁଷଣ ମହାପାତ୍ର ପ୍ରମୂଖ କାର୍ଯ୍ୟକୁ ପରିଚାଳନା କରିଥିଲେ । ଏଥିରେ ପ୍ରତାପନଗରୀ ମା, ଧାକୁଲେଇ ଗ୍ରାମ୍ୟ ଉନ୍ନୟନ କମିଟିର ସଭାପତି ପ୍ରମୋଦ ସ୍ୱାଇଁ , ସଂପାଦକ ପ୍ରମୋଦ ବେହେରା, ସହ ସଂପାଦକ ବାଦଲ କୁମାର ଜେନା ପ୍ରମୁଖ ସହଯୋଗ କରିଥିଲେ ।

Exit mobile version