ରଣପୁର ଶ୍ରୀକ୍ଷେତ୍ରରେ ସ୍ନାନ ବେଦିରେ ତିନି ଠାକୁର

????????????

ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ରଣପୁର :-> ଓଡିଶାର ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ରଣପୁର ରେ ସ୍ନାନ ମଣ୍ଡପରେ ଶ୍ରୀ ଜିଙ୍କୁ ଦର୍ଶନ ପାଇଁ ଭିଡ ଲାଗିଥିଲା । ରଣପୁରରେ ମହାସମାରୋହ ମଧ୍ୟରେ ତିନି ଠାକୁରଙ୍କ ସ୍ନାନ ଯାତ୍ରା ପାଳିତ ହୋଇଯାଇଛି । ଶୁକ୍ରବାର ରାତିରେ ସମସ୍ତ ନିତି ସମ୍ପନ୍ନ ହେବା ପରେ ତିନି ଠାକୁରଙ୍କୁ ସେନା ପଟା କାରାଯାଇଥିଲା । ଆଜି ଭୋରୁ ତିନି ଠାକୁରଙ୍କୁ ମଙ୍ଗଳା ଅର୍ପଣ କରାଯାଇଥିଲା ।

ପରେ ପହଣ୍ଡି କରାଯାଇ ସ୍ନାନ ବେଦିକୁ ବିଜେ କରାଯାଇଥିଲା । ପରେ ଅବକାଶ କରାଯାଇଥିଲା । ମନ୍ଦିର ପରିସର ରେ ଥିବା କୂଅରୁ ୧୦୮ ଗରା ଜଳ ଆଣି ତିନି ଠାକୁରଙ୍କୁ ସ୍ନାନ କରାଯାଇଥିଲା । ଚନ୍ଦନ କର୍ପୂର ଆଦି ତିନି ଠାକୁରଙ୍କ ଶ୍ରୀ ଅଙ୍ଗ ରେ ଲେପନ କରାଯାଇଥିଲା ଓ ତିନି ଠାକୁରଙ୍କୁ ହାତୀ ବେଶରେ ସୁସଜ୍ଜିତ କରାଯାଇଥିଲା ।

ପୁରୀ ରେ ଠାକୁରଙ୍କୁ ଦର୍ଶନ କଲେ ଯେଉଁ ପୁଣ୍ୟ ମିଳେ ରଣପୁର ରେ ଦର୍ଶନ କାଲେ ସେହି ପୁଣ୍ୟ ମିଳେ ବୋଲି ବିଶ୍ୱାସ ରହିଥିବାରୁ ଠାକୁର ଙ୍କୁ ଦର୍ଶନ ପାଇଁ ଭିଡ ଲାଗି ରହିଥିଲା । ଶହ ଶହ ଭକ୍ତ ମନ୍ଦିର ଭିତରକୁ ଦୀପଦାନ କରିବା ସହିତ ଭାବ ବିହ୍ୱୋଳ ହୋଇ ଦର୍ଶନ କରିଥିବା ଦେଖିବାକୁ ମିଳିଥିଲା । ରାତିରେ ତିନି ଠାକୁରଙ୍କୁ ଗୋଟି ପହଣ୍ଡି ରେ ଅଣସର ଘରକୁ ବିଜେ କରାଯାଇଥିଲା । ମନ୍ଦିର ରେ ସୁରୁଖୁରୁ ରେ ଭକ୍ତ ଦର୍ଶନ କରିବା ପାଇଁ ପୁଲିସ ତରପଂରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

Exit mobile version