ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢାଉ, ବିପୁଳ ପରିମାଣର ପୋଚ ଓ ମଦ ଜବତ

୨୩ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବେଗୁନିଆ :-> ଖୋର୍ଦ୍ଧା ଜିଲ୍ଲା ଅବକାରୀ ବିଭାଗ ଉପନିରୀକ୍ଷିକା ସୁମତି ତ୍ରିପାଠୀଙ୍କ ନିର୍ଦ୍ଦେଶକ୍ରମେ ପୁଲିସ ଚଢ଼ାଉ କରି ବିପୁଳ ପରିମାଣର ପୋଚ ଓ ମଦ ଜବତ କରିଛି । ସୂଚନା ଅନୁଯାୟୀ -ଖୋର୍ଦ୍ଧା  ସଦର ରେଞ୍ଜ ଅବକାରୀ ବିଭାଗ ଓ ବେଗୁନିଆ ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢାଉ କରି ବରପଦା କାଜୁ ଜଙ୍ଗଲରୁ ୧୦ ହଜାର ୫ ଶହ ଲିଟର ପୋଚ ଓ ୧୧୩୦ ଲିଟର ଦେଶୀ ମଦ ସହ ଆବଶ୍ୟକୀୟ ଉପକରଣ ଗୁଡିକ ଜବତ କରି ନଷ୍ଟ କରିଥିଲେ ।

ଏଥିରେ ଖୋର୍ଦ୍ଧା ଅବକାରୀ ଥାନା ସଦର ରେଞ୍ଜ ନିରୀକ୍ଷକ ସନ୍ତୋଷ କୁମାର ସାହୁ, ବେଗୁନିଆ ଅବକାରୀ ଥାନା ଉପନିରୀକ୍ଷକ ଏନ ଜାଗିନ ରାଓ, ସହକାରୀ ଉପନିରୀକ୍ଷକ ବିରଂଚି ନାରାୟଣ ମହାନ୍ତି, ରାଜେନ୍ଦ୍ର ସେସ, ରତ୍ନାକର ଜାଲି ଓ ଅବକାରୀ ଭ୍ରାମ୍ୟମାଣ ୟୁନିଟ ସହକାରୀ ଉପନିରୀକ୍ଷକ ଜିତେନ୍ଦ୍ର ହେମ୍ରମଙ୍କ ସମେତ ବେଗୁନିଆ ଅବକାରୀ କର୍ମଚାରୀ ସାମିଲ ହୋଇଥିଲେ ।

Exit mobile version