ତିନିରଥ ରେ ଚଉଦ ନାହାକା ବୁଲିବା ସହ : ଚାରି ନାହାକା ରେ ମୂଳ ଭୂଇଁ ଓ ମଝି ଭୂଇଁ ପଡ଼ିବା ଶେଷ

୨୩ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ଆଜି ସକାଳ ଘ.୮.୦୦ ଟିକା ସମୟରେ ତିନି ରଥର ନିର୍ମାଣକାରୀ ସେବକ ମାନେ ରଥଖଳା ଠାରେ ଉପସ୍ଥିତ ପୂର୍ବକ ଉପସ୍ଥାନ ଦେଇ ମୁଖ୍ୟ ମହାରଣାଙ୍କ ମାର୍ଗ ଦର୍ଶନରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ।

ରଥ ନିର୍ମାଣ ଅଗ୍ରଗତି

(ଗତକାଲି ସ୍ନାନ ପୂର୍ଣ୍ଣିମାରେ ତିନି ରଥର ଦଣ୍ଡା ରେ ଖଦୀ ଓରା ପଡ଼ି, କାପ ବିନ୍ଧ ଶେଷ ସହ ତିନି ରଥର ଦ୍ୱିତୀୟ ଭୂଇଁ ଫ୍ରେମ ନିର୍ମାଣ ଶେଷ ହୋଇଥିଲା….)

ତିନିରଥ ରେ ଚଉଦ ନାହାକା ବୁଲିବା ସହ ଚାରି ନାହାକା ରେ ମୂଳ ଭୂଇଁ ଓ ମଝି ଭୂଇଁ ପଡ଼ିବା ଶେଷ

ଆଜି ପୂର୍ବାହ୍ନରେ ତିନି ରଥର ମୁଖ୍ୟ ମହାରଣାଙ୍କ ଉପସ୍ଥିତିରେ ସହଯୋଗୀ ମହାରଣା ଏବଂ ଭୋଇ ସେବକ ମାନେ ମିଶି ତିନି ରଥରେ ଚଉଦ ନାହାକା ଖମ୍ବିି ଗୁଡ଼ିକୁ ପ୍ରତି ରଥର ଚାରି ନାହାକା ଠାରୁ ଅଢେଇ ଫୁଟ ବ୍ୟବଧାନରେ ଚାରି ନାହାକା ଚାରି ପାର୍ଶ୍ୱରେ ବୁଲିବା ସହ ପ୍ରଥମ ଭୂଇଁ ଛ ‘ କାଠିରେ ପାଖୁଡ଼ା ସଂଯୋଗ ହୋଇ, ତିନି ରଥରେ ମଝି ଭୂଇଁ ବା ଦ୍ୱିତୀୟ ଭୂଇଁ ଫ୍ରେମ ସଂଯୋଗ ହୋଇଅଛି।

(ଏହି ୧୪ ନାହାକା ନିର୍ମାଣକାରୀଙ୍କ ଭାଷାରେ ୧୦ ଟି ପନିକି ପଟା,୪ଟି ଚଢ଼େଇକୁ ନେଇ ଗଠିତ…୧୦ଟି ନାହାକା
ବା ପନିକି ପଟା ୨୦ ଫୁଟ ର ଅଷ୍ଟ କୋଣୀ ହୋଇଥାଏ ଏବଂ ୪ ଗୋଟି ଚଢେଇ ୨୦ ଫୁଟର ସାମାନ୍ୟ ଧନୁ ପରି ବଙ୍କା ହୋଇ ନିର୍ମାଣ ହୋଇଥାଏ, ଏହି ଚଢେଇ ଗୟଳ ସହ ଘଷି ନହୁଏ ସେହି ଦୃଷ୍ଟିରୁ ଅନ୍ୟ ନାହାକା ଅପେକ୍ଷା କଙ୍କା ରହିଥାଏ, ଫଳରେ ରଥର ଗଠନ ଶୈଳୀ ସୁନ୍ଦର ଦିସେ)

*ଏଥିସହ ଆଜି ରଥ ଚାଳି ରେ ତିନି ରଥର ତୃତୀୟ ଭୂଇଁ ବା ଅଗ ଭୂଇଁ ପ୍ରେମ ନିର୍ମାଣ ଶେଷ ହୋଇଛି, ଅଗ ଭୂଇଁ ଫ୍ରେମ ୪ଟି ଚଉତା ବର୍ଗାକାର ରେ ସଂଯୋଗ ହୋଇ ତାର ଚାରି କୋଣରେ ୪ଟି ଭୂଇଁ ଗୋଡ ଉଠି ଭୂଇଁ ର ଚାରି ପଟେ, ପ୍ରତି ପାର୍ଶ୍ୱରେ ୬ଟି ଲେଖାଏଁ ଛିଆଣ ସଂଯୋଗ ହୋଇ ତୃତୀୟ ଭୂଇଁ ଫ୍ରେମ ନିର୍ମାଣ ଶେଷ ହୋଇଛି।

*ଏଥିସହ ତିନି ରଥର ୪ ଗୋଟି ଲେଖାଏଁ କତରା ନିର୍ମାଣ ଶେଷ ହୋଇଅଛି।

*ଏଥି ସହ ଆଜି ମହାରଣା ସେବକ ମାନେ ତିନି ରଥର ଗୋଟିଏ ଗୋଟିଏ ଧୂଳି ଦଣ୍ଡା ଚଉପଟ କରି ରୂପକାର ସେବକ ମାନଙ୍କୁ ଯୋଗାଇ ଦେଇଛନ୍ତି, ରୂପକାର ସେବକ ମାନେ ସେଥିରେ ୫ଟି ଲେଖାଏଁ ପଦ୍ମ ଫୁଲ ,ଏବଂ ଦୁଇ ପାର୍ଶ୍ୱରେ ପଦ୍ମ କଢି ଖୋଦେଇ କରିବେ।

*ରୂପକାର ସେବକ ମାନେ ତିନି ରଥର ନାଟ ଗୋଡ଼ରେ ରାହୁ ରୂପ ଖୋଦେଇ ସହ ଧୂଳି ଦଣ୍ଡା ରେ ପଦ୍ମ ଫୁଲ, ପଦ୍ମ କାଢି ଖୋଦେଇ ଜାରୀ ରଖିଛନ୍ତି।

*ଏଥି ସହ ଆଜି ତିନିରଥ ସମ୍ମୁଖ ଚକ ଗୁଡିକର ଉଭୟ ପାର୍ଶ୍ଵରେ ପଇ ,ପଇ ସଂଯୋଗ ସ୍ଥାନରେ ଲୁହା ପ୍ଲେଟ ମାନ ନଟ ବୋଲ୍ଟ ଦେଇ ମହାରଣା ସେବକ ମାନେ ଫିଟିଙ୍ଗ କରିଛନ୍ତି।

*ଆଜି ଚିତ୍ରକାର ସେବକ ମାନେ ତିନି ରଥ ପାର୍ଶ୍ଵ ଦେବ ଦେବୀ, ସକ୍ଷୀ, ଶିଖର ଡମ୍ବରୁ, ଓଲଟ ଶୁଆ, ଠେକେରା ବଡ ଇତ୍ୟାଦିରେ ରଙ୍ଗ କାର୍ଯ୍ୟ ସହ, ତାଳଧ୍ଵଜ ରଥ ଏବଂ ନନ୍ଦିଘୋଷ ରଥର ଚକ, ଏବଂ ଦଣ୍ଡା ଗୁଡ଼ିକର ରଙ୍ଗ ପୂର୍ବରୁ ସେଥିରେ ଧଳା ପ୍ରାଇମର ଦେବା ଆରମ୍ଭ କରିଛନ୍ତି।

*ଦୋଳ ବେଦୀ ଅସ୍ଥାୟୀ କମାର ଶାଳରେ ଓଝା ସେବକ ମାନେ ତିନି ରଥର କତରା କଣ୍ଟା, କଇଞ୍ଚି କଣ୍ଟା ଏବଂ ପୋଟଳ ପାଇଁ ବାଗୀଆ କଣ୍ଟା ନିର୍ମାଣ ଜାରୀ ରଖିଛନ୍ତି।

ତା୨୩.୬.୨୦୨୪,ରବିବାର ରଥଖଳା :

ରଥ ନିର୍ମାଣ କାର୍ଯ୍ୟ ୪୪ ତମ ଦିବସ ରଥ ନିର୍ମାଣକାରୀଙ୍କ ଉପସ୍ଥାନ *ତିନି ରଥ ମହାରଣା ସେବକ – ୭୮ *ତିନି ରଥ ଭୋଇ ସେବକ – ୭୭ *ତିନି ରଥ କରତୀ ସେବକ – ୪ *ତିନି ରଥ କମାର ସେବକ – ୧୭ *ତିନି ରଥ ରୂପକାର ସେବକ – ୨୧ *ତୁମ୍ବ ବିନ୍ଧ କାରୀଗର – ୨ *ପାହି ମହାରଣା – ୨ *ରଥଖଳା ସହାୟକ(ପାଣିବାଲା) ୧ ମୋଟ – ୨୦୨ ଜଣ

(ଦେବୀ ପ୍ରସନ୍ନ ଗାଙ୍ଗୁଲି, ଫଟୋ ସାମ୍ବାଦିକ, ପୁରୀ)

Exit mobile version